ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

Kalki 2898 AD: ଦୀପିକା-ପ୍ରଭାସ ଅଭିନୀତ ଫିଲ୍ମର ଟିକେଟ୍‌ ଦର ଆକାଶଛୁଆଁ !

ମୁମ୍ବାଇ: ଜୁନ୍‌ ୨୭ (ଗୁରୁବାର)ରେ ପ୍ରେକ୍ଷାଳୟକୁ ଆସୁଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘କଳକୀ ୨୮୯୮ ଏଡି’ ।  ଫିଲ୍ମର ଶୀର୍ଷକ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।  ସୁଟିଂ ଆରମ୍ଭରୁ ହିଁ ସିନେମା ସମ୍ପର୍କରେ ଢେର୍‌ ଚର୍ଚ୍ଚା ଆଲୋଚନା ଚାଲିଛି । ଏହାରି ମଧ୍ୟରେ ‘କଳକୀ ୨୮୯୮ ଏଡି’ର ଟ୍ରେଲର୍‌, ଟିଜର୍‌ ରିଲିଜ୍‌ ହୋଇ ବେଶ୍‌ ଦର୍ଶକୀୟ ପ୍ରଶଂସା ସାଉଁଟିଛି । ୬୦୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରି ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଆଶା ରଖିଛନ୍ତି ନିର୍ମାତା । 

ନାଗ ଅଶ୍ବିନ ଓ ପ୍ରଭାସଙ୍କ ଫିଲ୍ମ ‘କଳକୀ ୨୮୯୮ ଏଡି’ ରିଲିଜ୍‌ ପୂର୍ବରୁ ହିଁ ଇତିହାସ ସୃଷ୍ଟି କରିସାରିଛି । ଏହି ଫିଲ୍ମ ଭାରତର ସବୁଠୁ ମହଙ୍ଗା ଫିଲ୍ମ ଚର୍ଚ୍ଚା ହେଉଛି । ବହୁ ସଂଖ୍ୟାରେ ଦର୍ଶକ ଅଗ୍ରୀମ ଟିକେଟ ମଧ୍ୟ କରିଛନ୍ତି । ବିଶେଷକରି ଏ ଫିଲ୍ମର ତେଲୁଗୁ ଭର୍ସନ୍‌ ଦେଖିବାକୁ ୯୦ ହଜାରରୁ ଅଧିକ ଟିକେଟ ବୁକିଂ ହୋଇସାରିଛି । ତେବେ ସବୁଠୁ ବଡ଼ କଥା ହେଉଛି ଫିଲ୍ମର ଟିକେଟ ଦାମ ଆକାଶଛୁଆଁ ହେବାରେ ଲାଗିଛି । 

 ମାୟାନଗରୀ ମୁମ୍ବାଇରେ ଫିଲ୍ମର ଟିକେଟ୍‌ ୨୩ ଶହ ଟଙ୍କା ଛୁଇଁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଟିକେଟ୍‌ ରେଞ୍ଜ ୧୨୦-୨୩୦୦ ମଧ୍ୟ ରହିଛି । ଚଳଚ୍ଚିତ୍ର ବିତରକଙ୍କ ଅନୁସାରେ, ଡିମାଣ୍ଡକୁ ଦେଖି ଟିକେଟ ଦର ଧାର୍ଯ୍ୟ କରାଯାଇଛି । କେବଳ ଏକ ଫିଲ୍ମ ନୁହେଁ ବରଂ ‘କଳକୀ ୨୮୯୮ ଏଡି’ ଦେଖି ଦର୍ଶକେ ଏକ ନିଆରା ଅନୁଭୂତି ପାଇବେ ବୋଲି କୁହାଯାଉଛି । ପ୍ରଭାସ, ଅମିତାଭ ବଚ୍ଚନ, କମଲ ହାସନ, ଦୀପିକାଙ୍କ ଭଳି ଷ୍ଟାରକାଷ୍ଟ ଥିବା ‘କଳକୀ ୨୮୯୮ ଏଡି’କୁ ନେଇ ଚର୍ଚ୍ଚା ବହୁତ ହେଉଥିବାରୁ ଟିକେଟ ପ୍ରାଇସ୍‌ ମଧ୍ୟ ବଢ଼ିଥିବା କେହି କେହି ମତ ଦେଇଛନ୍ତି । ଆସନ୍ତାକାଲି ଫିଲ୍ମ ରିଲିଜ୍‌ ହେବାକୁ ଯାଉଥିବା ବେଳେ ୧.୪ ମିଲିୟନ୍‌ ଟିକେଟ ବିକ୍ରି ହୋଇସାରିଛି । 

 ସେପଟେ ‘ବାହୁବଳି’ ଚଳଚ୍ଚିତ୍ରରେ ଅଭିନୟ କରି କେବଳ ଭାରତବର୍ଷ ନୁହେଁ, ବରଂ ବିଦେଶରେ ମଧ୍ୟ ଖୁବ୍‌ ନାଁ କରିଛନ୍ତି ଅଭିନେତା ପ୍ରଭାସ । ଅପ୍‌କମିଂ ଫିଲ୍ମ ‘କଳକୀ ୨୮୯୮ ଏଡି’କୁ ନେଇ ସେ ପୁଣି ଚର୍ଚ୍ଚାରେ । ଏଥିରେ ପ୍ରଭାସଙ୍କ ବ୍ୟତୀତ ଦୀପିକା ପାଦୁକୋନ, କମଲ ହାସନ ଓ ଅମିତାଭ ବଚ୍ଚନଙ୍କ ଭଳି ଲୋକପ୍ରିୟ କଳାକାର ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବେ । ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ବିନ, ଯିଏ ଏବେ ସୁଦ୍ଧା ମାତ୍ର ୨ଟି ଫିଳ୍ମର ନିର୍ଦ୍ଦେଶକ । ତନ୍ମଧ୍ୟରୁ ଗୋଟିଏ ଆଭରେଜ୍‌ ଥିବାବେଳେ ଅନ୍ୟଟି ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.