ନୂଆଦିଲ୍ଲୀ,୧୮।୯: ରାଜଧାନୀ ଦିଲ୍ଲୀର କରୋଲ ବାଗ୍ ଅଞ୍ଚଳରେ ବଡ଼ ଧରଣର ଅଘଟଣ। ତିନି ମହଲା ବିଲ୍ଡିଂ ଭୁଶୁଡି ୩ ମୃତ,୧୪ ଆହତ। ସକାଳୁ ବିଲ୍ଡିଂ କିଛି ଅଂଶ ଭୁଶୁଡି ଯାଇଥିଲା। ଏବେ ବି କିଛି ଲୋକ ଫଶି ରହିଥିବାର ଆଶଙ୍କା ରହିଛି। ଘଟଣାସ୍ଥଳରେ ଫାୟାର ବ୍ରିଗେଡ୍ ଟିମ୍ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।। ଦିଲ୍ଳୀ ଅଗ୍ନିଶମ ବାହିନୀ ସର୍ଚ୍ଚ ଓ ରେସକ୍ୟୁ ଅପରେସନ୍ରେ ସହାୟତା ପାଇଁ ୫ଟି ଗାଡି ଘଟଣାସ୍ଥଳକୁ ପଠାଇଛି।
ଦିଲ୍ଲୀର ଅଗ୍ନିଶମ ବାହିନୀ ସୂଚନା ଅନୁସାରେ, ସକାଳ ୯ଟା ୧୧ ମିନିଟ୍ରେ ବିଲ୍ଡିଂ ଭୁଶୁଡିଥିବାର ଖବର ଆସିଥିଲା। ଦୁର୍ଘଟଣା ଏଭଳି ସମୟରେ ହୋଇଥିଲା, ଯେତେବେଳେ ଦିଲ୍ଳୀରେ ପ୍ରବଳ ବର୍ଷା ହେଉଥିଲା। ବିଲ୍ଡିଂଟି ପୁରୁଣା ହୋଇଥିବାରୁ ପ୍ରବଳ ବର୍ଷା ପରେ ଭାଙ୍ଗି ଯାଇଥିବା ନେଇ କୁହାଯାଉଛି।
ଏହି ଘଟଣା ପରେ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ ଆତିଶି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, କରୋଲବାଗ ଅଞ୍ଚଳରେ ବିଲ୍ଡିଂ ଭୁଶୁଡିବା ଘଟଣା ଖୁବ୍ ଦୁଃଖଦ। ମୁଁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦେଇଛି ସେଠାରେ ରହୁଥିବା ଲୋକ ପୀଡିତଙ୍କୁ ସବୁ ପ୍ରକାର ସହାୟତା ଦିଅନ୍ତୁ। ଆତହଙ୍କୁ ଚିକିତ୍ସା ସହ ଦୁର୍ଘଟଣାର କାରଣ ଜାଣିବାକୁ ନେଇ ମେୟରଙ୍କ ସହ କଥା ହୋଇଛି। ଚଳିତ ବର୍ଷ ଖୁବ୍ ବର୍ଷା ହେଉଛି, ତେଣୁ ଦିଲ୍ଲୀବାସୀଙ୍କୁ ମୋର ଅପିଲ ଏଭଳି କୌଣସି ଦୁର୍ଘଟଣାର ଆଶଙ୍କା ଥିଲେ ତୁରନ୍ତ ପ୍ରଶାସନକୁ କୁହନ୍ତୁ, ସରକାର ଆପଣଙ୍କ ସାହାଯ୍ୟ କରିବେ।