ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଜେଲ୍‌ରେ ରହିବେ କେଜ୍ରିଓ୍ବାଲ,ଦିଲ୍ଲୀ ହାଇକୋର୍ଟ ଦେଲେନି ଜାମିନ୍

ନୂଆଦିଲ୍ଲୀ,୨୫।୬: ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ  ଝଟକା। କେଜ୍ରିଓ୍ବାଲଙ୍କ ଜାମିନ୍ ପ୍ରଦାନ କରିଥିବା ନିମ୍ନ ଅଦାଲତଙ୍କ ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ଜଷ୍ଟିସ୍ ସୁଧିର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ ଏଭିନ୍ୟୁ କୋର୍ଟଙ୍କ ରାୟ ଉପରେ ରୋକ ବଜାୟ ରଖିଛନ୍ତି। କୋର୍ଟ ମାମଲାର ଶୁଣାଣି କରି କହିଛନ୍ତି ନିମ୍ନ ଅଦାଲତଙ୍କ ଅବକାଶକାଳୀନ ଖଣ୍ଡପୀଠ କେଜ୍ରିଓ୍ବାଲଙ୍କୁ ଜାମିନ୍ ଦେବା ସମୟରେ ନିଜ ବିବେକର ବ୍ୟବହାର କରି ନାହାନ୍ତି।

ହାଇକୋର୍ଟ କହିଛନ୍ତି, ଆମେ ଦୁଇ ପକ୍ଷର କଥା ଶୁଣିଛୁ। କିନ୍ତୁ ନିମ୍ନ ଅଦାଲତ ଇଡିର ଦସ୍ତାବିଜ ଉପରେ ଧ୍ୟାନ ଦେଇ ନାହାନ୍ତି। ନିମ୍ନ ଅଦାଲତ ପିଏମ୍‌ଏଲଏର ଧାରା ୪୫ର ଦୁଇଟି ସର୍ତ୍ତ ଉପରେ ନଜର ପକାଇ ନାହାଁନ୍ତି। ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଇଡି ଓ ଆଡିସନାଲ ସଲିସିଟର ଜେନେରାଲ ରାଜୁ ଏହି ପ୍ରସଙ୍ଗକୁ ଉଠାଇଛନ୍ତି ଯେ, ନିମ୍ନ ଅଦାଲତ ନିଜ ରାୟରେ କହିଥିଲେ ଏତେ ଦସ୍ତାବିଜ ପଢିବା ସମ୍ଭବ ନଥିଲା। ଏଭଳି ଟିପ୍ପଣୀ ସମ୍ପୂର୍ଣ୍ଣ ଭାବରେ ଅନୁଚିତ ଥିଲା ଓ ଏହା ଦର୍ଶାଉଛି ଯେ, ଟ୍ରାଏଲ କୋର୍ଟ ରେକର୍ଡ ଉପରେ ଧ୍ୟାନ ଦେଇ ନାହାନ୍ତି।

ହାଇକୋର୍ଟ କହିଛନ୍ତି, କେଜ୍ରିଓ୍ବାଲଙ୍କୁ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମେ ଜାମିନ୍ ଦିଆଯାଇଥିଲା। ତାଙ୍କ ଗିରଫଦାରୀ ଆବେଦନକୁ ହାଇକୋର୍ଟ ପକ୍ଷରୁ ଖାରଜ କରାଯିବା ପରେ ଏହା କହିହେବନି ଯେ, ତାଙ୍କର ସ୍ବାଧିନତାକୁ ହନନ କରିବାକୁ ଚେଷ୍ଟା କରାଯାଇଛି। ଏହା ପୂର୍ବରୁ ନିମ୍ନ ଅଦାଲତ ଏହି ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ୍ ଦେଇଥିଲେ, ଯାହା ଉପରେ ହାଇକୋର୍ଟ ୨୫ ଜୁନ୍ ପର୍ଯ୍ୟନ୍ତ ରାୟ ଆସିବା ଯାଏଁ ରୋକ ଲଗାଇ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.