ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ବୁଲା କୁକୁର କାମୁଡିଲେ ପୀଡିତଙ୍କୁ ଦାନ୍ତ ପିଛା ୧୦ ହଜାର ଟଙ୍କା କ୍ଷତିପୂରଣ ଦେବେ ରାଜ୍ୟ ସରକାର : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ବୁଲା ପଶୁ ମାନଙ୍କ ସହ ଜଡିତ ଘଟଣାରେ ପୀଡିତମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ରାଜ୍ୟର ପ୍ରାଥମିକ ଦାୟିତ୍ବ ଅଟେ। କୋର୍ଟ କହିଛନ୍ତି ଯେ, କୁକୁର କାମୁଡ଼ିବା ମାମଲାରେ ପ୍ରତ୍ୟେକ ଦାନ୍ତ ଚିହ୍ନ ପାଇଁ ଆର୍ଥିକ ସହାୟତା ଭାବରେ ୧୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ପଡିବ ।

ଜଷ୍ଟିସ୍ ବିନୋଦ ଏସ୍ ଭରଦ୍ବାଜଙ୍କ ଖଣ୍ଡପୀଠ ବୁଲା ପଶୁଙ୍କ କାରଣରୁ ହେଉଥିବା ଦୁର୍ଘଟଣାରେ ଆହତ ତଥା ମୃତ୍ୟୁବରଣ କରିଥିବା ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ସହ ଜଡିତ ୧୯୩ ଟି ପିଟିସନର ସମାଧାନ କରିବାବେଳେ ଏହି ରାୟ ପ୍ରଦାନ କରିଛନ୍ତି । ଏଥିସହ, ପଶୁମାନଙ୍କ ଦ୍ବାରା ଘଟିଥିବା କୌଣସି ଘଟଣା କିମ୍ବା ଦୁର୍ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ପୋଲିସ ଏହାର ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  

କୋର୍ଟ କହିଛନ୍ତି, “ବୁଲା କିମ୍ବା ବଣୁଆ ପଶୁ ଦ୍ବାରା ଘଟିଥିବା ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସକୁ ଅଯଥା ବିଳମ୍ବ ନକରି ଏକ ମାମଲା ଦାଖଲ କରିବାକୁ ପଡିବ । ପୋଲିସ୍ ଅଧିକାରୀ ପୀଡିତ କରିଥିବା ଦାବିକୁ ଯାଞ୍ଚ କରିବେ ଏବଂ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବେ । ଉପରୋକ୍ତ ରିପୋର୍ଟର ଏକ ନକଲ ଅଭିଯୋଗକାରୀଙ୍କୁ ଦିଆଯିବା ଉଚିତ୍ । ଏହି ମାମଲାରେ ସଂପୃକ୍ତ ଅଧିକାରୀମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଦେବା ପାଇଁ ପଂଜାବ ଏବଂ ହରିୟାଣାର ପୋଲିସ ମହାନିର୍ଦେଶକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

 

 



 

Copyright © 2022 - Summa Real Media Private Limited. All Rights Reserved.