ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗିରିଧର ଗମାଙ୍ଗ ଏବେ ଷ୍ଟାର୍‌ ପ୍ରଚାରକ, ଦଳ ପାଇଁ ଆଗକୁ ସେ କେତେ କାମରେ ଆସିବେ ତାହାକୁ ନେଇ ସସପେନ୍ସ

ଗୁଣପୁର,୨୯/୦୪: ନିଜ ପରିବାରର କାହାରିକୁ କଂଗ୍ରେସ ଟିକଟ ନମିଳିବା ପରେ ନିରବ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ଗିରିଧର ଗମାଙ୍ଗଙ୍କୁ ଦଳ ଏବେ ଷ୍ଟାର୍‌ ପ୍ରଚାରକ କରିଛି । କେନ୍ଦ୍ରୀୟ ଓ ରାଜ୍ୟନେତାଙ୍କୁ ନେଇ ପ୍ରକାଶିତ ୨୦ ଜଣିଆ ଷ୍ଟାର୍‌  ପ୍ରଚାରକ ତାଲିକାରେ ଦକ୍ଷିଣ ଓଡ଼ିଶାରୁ ଗମାଙ୍ଗଙ୍କ ନାଁ ସ୍ଥାନ ପାଇଛି । ତଥାପି ସାଲେପୁରଠାରେ ଅନୁଷ୍ଠିତ ରାହୁଲ ଗାନ୍ଧିଙ୍କ ସଭାକୁ ସେ ଯାଇନାହାନ୍ତି । 

ଓଡ଼ିଶା ରାଜନୀତିରେ ଗମାଙ୍ଗ ଯେତିକି ଜଣାଶୁଣା ତାଙ୍କ ନାଁ ସେତିକି ଚର୍ଚ୍ଚିତ ।  ତାଙ୍କ ଗୋଟିଏ ଭୋଟ ପାଇଁ ବାଜପେୟୀ ସରକାର ଟଳିଯିବା ହେଉ ଅବା ତାଙ୍କ  ଚାଙ୍ଗୁ ବାଦ୍ୟ, ରାଜନୀତି ପାଇଁ ପାରିବାରିକ ବିବାଦ ଓ ଦଳବଦଳ ପାଇଁ ସେ  ଚର୍ଚ୍ଚାର ଶୀର୍ଷକୁ ଛୁଇଁଥିଲେ । ଏବେ ସେ କଂଗ୍ରେସରେ । କିଛିମାସ ତଳେ ଘର  ବାହୁଡ଼ା ପରେ ନବରଙ୍ଗପୁର ସାଂସଦ  ଟିକଟ ପାଇଁ ପୁଅ ଶିଶିର ଓ ଗୁଣପୁର  ବିଧାନସଭା ଆସନ ପାଇଁ ସ୍ତ୍ରୀ ହେମା  ଆଶାୟୀ ଥିଲେ । ବିଜୟ ସମ୍ଭାବନା  ସର୍ଭେରେ ଏ ଦୁହିଁଙ୍କ ନାଁ ନ ଆସିବାରୁ  ଉଭୟ ଟିକଟରୁ ବାଦ୍‌ ପଡ଼ିଥିଲେ । ପରିବାରରୁ କାହାରିକୁ ଟିକଟ ନ ମିଳିବାରୁ ଗମାଙ୍ଗଙ୍କୁ ଝଟ୍‌କା ଲାଗିଥିଲା ।  ଏକାଧିକ ବାର ସାଂସଦ, ବିଧାୟକ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ  ରହି ଆସିଥିବା ଗମାଙ୍ଗ କଂଗ୍ରେସରୁ ବିଜେପି, ବିଆର୍‌ଏସ୍‌ ଓ ଶେଷରେ  କଂଗ୍ରେସକୁ ଫେରିବା ବେଳକୁ ନିଜର ଗୁରୁତ୍ୱ ହରାଇ ସାରିଥିବା କୁହାଯାଉଛି ।  

ଏପରିକି ବର୍ତ୍ତମାନ ରାଜନୀତିର ନୂଆ ସ୍ରୋତ ସହ ତାଳ ଦେଇ ଚାଲିବା ତାଙ୍କ  ପାଇଁ ଏକ ପ୍ରକାର ଅଡ଼ୁଆ ହୋଇଛି। ଲମ୍ବା ସମୟ ଧରି କୋରାପୁଟ ସଂସଦୀୟ କ୍ଷେତ୍ର  ନିଜ ଅଧୀନରେ ଥିଲେ ବି ଏବେ ସଂଗଠନ ଉପରେ ତାଙ୍କର କିମ୍ବା ପରିବାରର କର୍ତ୍ତୃତ୍ୱ  ନାହିଁ । ତେଣୁ ତାଙ୍କ କ୍ଷେତ୍ରରେ ସବୁ ଆଡ଼ୁ ରାଜନୀତିରେ ଅଲୋଡ଼ା ଓ ଅଣଦେଖା  ଭଳି ପରିସ୍ଥିତି ଦେଖାଦେଇଛି । ଅନୁଭୁତି, ବୟସ ଓ ଆଦିବାସୀ ଚେହେରାକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଷ୍ଟାର୍‌ ପ୍ରଚାରକ ତାଲିକାରେ ସ୍ଥାନ ଦେଇଛି । ତଥାପି  ଦଳ ପାଇଁ ଆଗକୁ ସେ କେତେ କାମରେ ଆସିବେ ଓ ପ୍ରଚାର ପାଇଁ ବାହାରିବେ କି ନାହିଁ ତାହା ଆଗକୁ ଜଣାପଡ଼ିବ । ଏପଟେ ଗୁଣପୁର ଆସନ ପାଇଁ ଦଳ ତାଙ୍କ ପରିବାରର ସତ୍ୟଜିତ୍‌ ଗମାଙ୍ଗଙ୍କୁ ଟିକଟ ଦେଇଛି । ତଥାପି ସତ୍ୟଜିତ୍‌ଙ୍କ ପାଇଁ  ପ୍ରଚାରରେ କିମ୍ବା ପ୍ରାର୍ଥିପତ୍ର ଦାଖଲ ଶୋଭାଯାତ୍ରାରେ ଗମାଙ୍ଗଙ୍କ ଦେଖାମିଳିନି । ରବିବାର ସାଲେପୁରଠାରେ ଅନୁଷ୍ଠିତ ରାହୁଲଙ୍କ ସଭାକୁ ମଧ୍ୟ ସେ ଯାଇନାହାନ୍ତି । ତେଣୁ ଆଗକୁ  ସେ ପ୍ରଚାର ପାଇଁ ବାହାରି ନ ପାରନ୍ତି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.