ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ବିଜେପିକୁ ବାଚସ୍ପତି ଲାଗି ମିଳିଗଲା ପ୍ରାର୍ଥୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ, ୧୧/୬ : ଲୋକସଭା ନିର୍ବାଚନ ହୋଇସାରିଛି । ନରେନ୍ଦ୍ର ମୋଦୀ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଛନ୍ତି । ସରକାର ଗଠନ ହୋଇଯାଇଛି । ମନ୍ତ୍ରାଳୟର ବଣ୍ଟନ ବି ସରିଛି ଏବଂ ଏବେ ସମସ୍ତଙ୍କର ନଜର ଏହି କଥା ଉପରେ ଏବେ ରହିଛି ଯେ ଲୋକସଭା ସ୍ପିକର କିଏ ହେବେ । ୨୪ଜୁନରୁ ସଂସଦର ବିଶେଷ ଅଧିବେଶନ ଆରମ୍ଭ ହୋଇପାରେ ଏବଂ ଏହାସହ ସ୍ପିକର ନିର୍ବାଚନର ଚର୍ଚ୍ଚା ବି ଆରମ୍ଭ ହୋଇଯାଇଛି । ୨୬ଜୁନରେ ସ୍ପିକର ପଦର ନିର୍ବାଚନ ହେବାର ସମ୍ଭାବନା ରହିଛି । ଏଥର ଭାରତୀୟ ଜନତା ପାର୍ଟି ବହୁମତର ସଂଖ୍ୟା ପାର୍ କରିପାରିନାହିଁ ଏଥିଲାଗି ସହଯୋଗୀ ଦଳ ସହ ମିଶି ଏନଡିଏ ସରକାର କରିଛି । ମେଣ୍ଟରେ ବିଜେପି ପରେ ଚନ୍ଦ୍ରବାବୁ ନାୟଡ଼ୁଙ୍କ ତେଲଗୁ ଦେଶମ ପାର୍ଟି ଏବଂ ନୀତିଶ କୁମାରଙ୍କ ଜନତା ଦଳ ସବୁଠାରୁ ବଡ଼ ପାର୍ଟି ହୋଇ ଆସିଥିବାରୁ ଏଥିଲାଗି ସ୍ପିକର ପଦ ଲାଗି ସସ୍ପେନ୍ସ ଜାରି ରହିଛି ।

ମନ୍ତ୍ରାଳୟର ଭାଗବଣ୍ଟା ପୂର୍ବରୁ ହିଁ ଟିଡିପି ସ୍ପିକର ପଦ ଲାଗି ଦାବିଦାର ବୋଲି କହିସାରିଛି । ସେହିଭଳି ଜେଡୁୟୁ ବି ପଦ ଦାବି କରିଛି । ଏହା ମଧ୍ୟରେ ବି ଚର୍ଚ୍ଚା ହେଉଛି କି ବିଜେପି ସ୍ପିକର ପଦ ନିଜ ପାଖରେ ରଖିବ ଏବଂ ଏହି ରେଶରେ ସବୁଠାରୁ ଆଗରେ ଆନ୍ଧ୍ରପ୍ରଦେଶ ବିଜେପିର ଅଧ୍ୟକ୍ଷ ଦୁଗୁବତି ପୁରନ୍ଦେଶ୍ବରୀଙ୍କ ନାଁ ଅଛି । ପୁରନ୍ଦେଶ୍ବରୀ ଏଥର ରାଜମୁନ୍ଦରୀ ଲୋକସଭା ସିଟରୁ ନିର୍ବାଚନ ଜିତିଛନ୍ତି । ସୂଚନା ମୁତାବକ ଦଳକୁ ଲାଗୁଛି କି ଯଦି ପୁରନ୍ଦେଶ୍ବରୀଙ୍କୁ ସ୍ପିକର କରାଯିବ ତ ଟିଡିପି ଏବଂ ଚନ୍ଦ୍ରବାବୁ ନାୟଡ଼ୁ ଏହାକୁ ନେଇ କୌଣସି ଆପତ୍ତି ଉଠାଇବେ ନାହିଁ । ଲୋକସଭା ନିର୍ବାଚନରେ ରାଜ୍ୟରେ ଟିଡିପି ଏବଂ ଜନସେନା ସହ ବିଜେପିର ଗଠବନ୍ଧନରେ ଦୁଗୁବତି ପୁରନ୍ଦେଶ୍ବରୀ ମୁଖ୍ୟ ଭୂମିକା ନିଭାଇଥିଲେ ଏବଂ ଜନତା ବି ଗଠବନ୍ଧନ ଉପରେ ଭରସା ରଖିଛନ୍ତି ।

ଦୁଗୁବତି ପୁରନ୍ଦେଶ୍ବରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଝିଅ ଏବଂ ଚନ୍ଦ୍ରବାବୁ ନାୟଡ଼ୁଙ୍କ ସ୍ତ୍ରୀ ନାରା ଭୁବନେଶ୍ବରୀଙ୍କ ଭଉଣୀ ଅଟନ୍ତି । ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟଙ୍କ ବ୍ୟତୀତ ସେ ୩ଥର ସାଂସଦ ରହିଛନ୍ତି । ୨୦୦୪ ଏବଂ ୨୦୦୯ରେ ସେ ବାପତା ଏବଂ ବିଶାଖାପାଟ୍ଟନମରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । କଂଗ୍ରେସରେ ଆସିବା ପୂର୍ବରୁ ସେ ଏବଂ ତାଙ୍କ ସ୍ବାମୀ ଦୁଗୁପତି ଭେଙ୍କଟେଶ୍ବର ରାଓ ଆରମ୍ଭରୁ ଚନ୍ଦ୍ରବାବୁ ନାୟଡ଼ୁଙ୍କ ସହ ଥିଲେ ଏବଂ ସେମାନେ ମିଶି ୧୯୯୬ରେ ଟିଡିପିରେ ଏନଟି ରାମାରାଓଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ ।

ଏହି ଘଟଣା ପରେ ଚନ୍ଦ୍ରବାବୁ ନାୟଡ଼ୁ ପୁରା ଟିଡିପିକୁ ନିଜ କଣ୍ଟେ୍ରାଲରେ କରି ପୁରନ୍ଦେଶ୍ବରୀ ଏବଂ ଭେଙ୍କଟେଶ୍ବରଙ୍କୁ ସାଇଡ୍ କରି ଦେଇଥିଲେ । ଏହି ଘଟଣାରେ ନାରାଜ ହୋଇ ପୁରନ୍ଦେଶ୍ବରୀ ରାଜନୀତିକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସର ଟିକେଟ‌ରେ ଦୁଇ ଥର ସାଂସଦ ହୋଇଥିଲେ ଏବଂ ୟୁପିଏର ସରକାରରେ ମନମୋହନ ସିଂହଙ୍କ କ୍ୟାବିନେଟରେ କେନ୍ଦ୍ରୀୟ ରାଜ୍ୟ ମନ୍ତ୍ରୀଙ୍କ ପଦ ସମ୍ଭାଳିଥିଲେ । ମାତ୍ର ଆନ୍ଧ୍ରପ୍ରଦେଶର ବିଭାଜନରେ କଂଗ୍ରେସ ସରକାରର ନିଷ୍ପତ୍ତିରେ ନାରାଜ ହୋଇ ସେ ବିଜେପିରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ଦଳର ରାଷ୍ଟ୍ରୀୟ ମହାସଚିବ କରାଯାଇଥିଲା । ପରେ ତାଙ୍କୁ ଦଳର ମହିଳା ଓ୍ବିଙ୍ଗର ରା‌ଷ୍ଟ୍ରୀୟ ଅଧ୍ୟକ୍ଷ ବି କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.