ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉତ୍ତରପ୍ରଦେଶର ମହିଳା ଇ-ଅଟୋ ଡ୍ରାଇଭର ପାଇଲେ ବ୍ରିଟିଶ୍‌ ରୟାଲ ଆଓ୍ବାର୍ଡ, ସମ୍ମାନିତ କଲେ କିଙ୍ଗ ଚାର୍ଲସ୍‌ ତୃତୀୟ

ଲକ୍ଷ୍ନୌ: ଭାରତର ଜଣେ ମହିଳା ଇ-ଅଟୋ ଡ୍ରାଇଭରଙ୍କୁ ଲଣ୍ଡନରେ ସମ୍ମାନିତ କରାଯାଇଛି । ବ୍ରିଟେନ ରାଜ ପରିବାର ତାଙ୍କୁ ସମ୍ମାନିତ କରିଛନ୍ତି । ମହିଳା ଡ୍ରାଇଭରଜଣଙ୍କ ଉତ୍ତର ପ୍ରଦେଶର ବହରାଇଚ୍‌ ଜିଲ୍ଲାର ବାସିନ୍ଦା । ବ୍ରିଟେନର ରାଜା ଚାର୍ଲସ୍‌ ତୃତୀୟ ୧୮ ବର୍ଷୀୟା ପିଙ୍କ ଅଟୋ ଡ୍ରାଇଭର ଆରତୀଙ୍କୁ ଅମାଲ କ୍ଲୁନି ମହିଳା ସଶକ୍ତିକରଣ ଆଓ୍ବାର୍ଡ (Amal Clooney Women Empowerment Award) ପ୍ରଦାନ କରିଛନ୍ତି ।  ଗତ ସପ୍ତାହରେ ବଙ୍କିଙ୍ଗହମ୍‌ ରାଜପ୍ରାସାଦରେ ଏହି ପୁରସ୍କାର ଗ୍ରହଣ କରିଥିବା ବେଳେ କିଙ୍ଗ ଚାର୍ଲସ୍‌ ତୃତୀୟଙ୍କୁ ଭେଟି ଆରତୀ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । 

ଆରତୀ ଭାରର ସରକାରଙ୍କ ପିଙ୍କ ଇ-ରକ୍ସା ଇନିସିଏଟିଭ୍‌ରେ ଯୋଡ଼ି ହେବା ସହ ଅନ୍ୟ ଯୁବତୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଅମାଲ କ୍ଲୁନି ବ୍ରଟେନର ଜଣେ ପ୍ରତିଷ୍ଠିତ ମାନବାଧିକାର ଓକିଲ । ଏହି ପୁରସ୍କାର ତାଙ୍କର ନାମାନୁସାରେ ପ୍ରଦାନ କରାଯାଉଛି । ବଙ୍କିଙ୍ଗହମ୍‌ ପ୍ୟାଲେସ୍‌ରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଆରତୀ ନିଜର ଇ-ଅଟୋ ନେଇ ପହଞ୍ଚିଥିଲେ । ପୁରସ୍କାର ପାଇବା ପରେ ଆରତୀ କହିଛନ୍ତି ଯେ, ‘ମୋତେ ଖୁସି ଲାଗୁଛି ଅନ୍ୟ ଯୁବତୀମାନଙ୍କ ପାଇଁ ପ୍ରେରଣା ହୋଇପାରିଛି । ଏଭଳି ସ୍ବତନ୍ତ୍ର କାର୍ଯ୍ୟ ପାଇଁ ଦୁନିଆକୁ ଭିନ୍ନ ନଜରରେ ଦେଖିପାରୁଛି । ଏବେ କେବଳ ମୁଁ ନିଜର ନୁହେଁ ବରଂ ମୋ ଝିଅର ମଧ୍ୟ ସ୍ବପ୍ନ ପୂରଣ କରିପାରୁଛି ।  


  


ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପାଇଁ ଏହା ବହୁତ ଭଲ ଅଭିଜ୍ଞତା । କିଙ୍ଗ ଚାର୍ଲସ ବହୁତ ଭଲ ମଣିଷ । ସେ ମୋ ପରିବାରକୁ ନମସ୍କାର କଲେ ।ସେ ମୋତେ ବହୁ ଧୈର୍ଯ୍ୟର ସହ ଶୁଣିଲେ ଏବଂ ମୁଁ ତାଙ୍କୁ କହିଲି ମୋ ଅଟୋ ପେଟ୍ରୋଲ କିମ୍ବା ଡିଜେଲ୍‌ରେ ଚାଲୁନାହିଁ ବରଂ ଏହାକୁ ଘରେ ଚାର୍ଜ କରି ଚଳାଉଛି । ତେବେ ଆରତୀଙ୍କର ଜଣେ ୫ ବର୍ଷର ଝିଅ ଅଛି । ଲଣ୍ଡନରେ ଆରତୀ ଇ-ଅଟୋ ଚଳାଉଥିବା ବେଳେ ପ୍ରଥମ ରାଇଡ ପରେ ସେ ନିଜ ଝିଅକୁ କେକ୍‌ ଏବଂ ଜୋତା ଉପହାର ଦେଇଥିଲେ ।  

 

  • Britain
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.