ପ୍ରମୂଖ ଖବର

ଦିଲ୍ଲୀରେ ହେମନ୍ତ ସୋରେନ୍‌ଙ୍କ ବାସ ଭବନରେ ହଠାତ ପହଁଞ୍ଚିଲା ଇଡି ଟିମ୍‌,ଚାରି ପଟୁ ଘେରାଉ କଲା ପୋଲିସ

ନୂଆଦିଲ୍ଲୀ,୨୯।୧: କଥିତ ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଟିମ୍ ସୋମବାର ଦିଲ୍ଲୀରେ ସୋରେନ୍‌ଙ୍କ ବାସ ଭବନରେ ପହଁଞ୍ଚି ଯାଇଛି। ଦକ୍ଷିଣ ଦିଲ୍ଲୀର ଶାନ୍ତି ନିକେତନ ସ୍ଥିତ ତାଙ୍କ ବାସଭବନରେ ଇଡି ଟିମ୍ ପହଁଞ୍ଚିବା ପରେ ଚର୍ଚ୍ଚା ବଢି ଯାଇଛି। ଦିଲ୍ଲୀ ପୋଲିସ ଓ ଅର୍ଦ୍ଧସାମରିକ ବଳକୁ ମୁତୟନ କରାଯାଇଛି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋରେନଙ୍କ ବାସଭବନରେ ହିଁ ଅଛନ୍ତି।

ଏବେ ଏହା ସ୍ପଷ୍ଟ ହୋଇପାରିନି, ଯେ ସୋରେନ୍‌ ନିଜେ ପଚରା ଉଚରା ପାଇଁ ଏଜେନ୍ସିକୁ ସମୟ ଦେଇଥିଲେ କିମ୍ବା ପୁଣିଥରେ ହଠାତ ତାଙ୍କ ବାସଭବନରେ ଚଢାଉ କରାଯାଇଛି। ଏହା ପୂର୍ବରୁ ୨୦ ଜାନୁଆରୀରେ ରାଞ୍ଚିରେ ଇଡି ସୋରେନଙ୍କୁ ତାଙ୍କ ବାସଭବନରେ ୭ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପଚରା ଉଚରା କରାଯାଇଥିଲା। ଝାଡଖଣ୍ଡର ଶାସକ ଦଳ ଜେଏମ୍‌ଏମ୍‌ର କର୍ମୀ ଗତ କିଛି ଦିନ ହେବ ରାସ୍ତାକୁ ଓହ୍ଲାଇ ବିରୋଧ କରୁଛନ୍ତି। ଏହାକୁ ଦେଖି ରାଞ୍ଚିରେ ମଧ୍ୟ ସୋରେନ୍‌ଙ୍କ ବାସଭବନରେ ଆଖପାଖରେ ସୁରକ୍ଷା ବଢାଇ ଦେଇଛି।

ଇଡି ୨୨ ଜାନୁଆରୀରେ ସମନ ପଠାଇ ୨୭ ରୁ ୩୧ ଜାନୁଆରୀ ଭିତରେ ପଚରା ଉଚରାର ସମୟ ହେମନ୍ତ ସୋରେନଙ୍କୁ ମାଗିଥିଲେ। ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଏକ ପତ୍ର ଇଡିକୁ ପଠାଇଥିଲେ ଓ ପରେ ପଚରା ଉଚରା କରିବା ପାଇଁ ସମୟ  ଦେବା କଥା କହିଥିଲା। ଏହା ସହିତ ଏଜେନ୍ସି  କହିଥିଲା, ଯଦି ମୁଖ୍ୟମନ୍ତ୍ରୀ ସମୟ ଦିଅନ୍ତି ନାହିଁବେ ତଦନ୍ତକାରୀ ପଦାଧିକାରୀ ତାଙ୍କ ପାଖକୁ ଆସି ପଚରା ଉଚରା କରିବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.