ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି; ଉଡ଼ିଲା ଛପର, ପଡ଼ିଲା ଘରର କାନ୍ଥ

ଆନନ୍ଦପୁର,୧୬/୬ : ଆନନ୍ଦପୁର ବ୍ଲକ୍ କୋଳିମାଟି ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଛି । ପ୍ରବଳ ବେଗରେ ପବନ ଯୋଗୁଁ କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ତ ଆଉ କେଉଁଠି ଘରର ଛପର ସମ୍ପୂର୍ଣ୍ଣ  ଉଡିଯାଇଛି । କାନ୍ଥ ପଡ଼ିବାର ଚିତ୍ର ମଧ୍ଯ ସାମ୍ନା କୁ ଆସିଛି । ବିଶେଷ କରି  କୋଳିମାଟି ପଞ୍ଚାୟତ ଅଧିନ ନୁଆଁପଡା ଓ କନ୍ତୋ ଗାଁରେ କ୍ଷୟକ୍ଷତି ମାତ୍ରାଧିକ ହୋଇଥିବା ଦେଖିବାକୁ ମିଳିଛି ।

ନୂଆଁପଡ଼ା ଗାଁରେ ମଧୁ ନାୟକଙ୍କର ନୂଆଁ କରି କରିଥିବା ଘର ଛପର ସମ୍ପୁର୍ଣ୍ଣ ଭାବେ ଉଡ଼ାଇ ନେଇଯିବାରୁ ପରିବାର ଲୋକେ ଏବେ ପର ଘରେ ଆଶ୍ରୟ ନେଇଛନ୍ତି । ସେହିପରି ପାର୍ବତୀ ମହାରଣା ନାମକ ବୃଦ୍ଧା ଗତ ରାତିରେ ରୋଷେଇ ଘରେ ଶୋଇଥିବା ସମୟରେ ହଠାତ୍ କାନ୍ଥ ପଡ଼ି ଯାଇଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାର୍ବତୀ   ।  କନ୍ତୋ ଗାଁରେ ଅନେକ ଚାଳ ଛପର ଘର ପ୍ରଭାବିତ ହୋଇଥିବାବେଳେ ରାସ୍ତାରେ ଗଛ ପଡ଼ି ଗାଁ ରାସ୍ତା ଅବରେଧ ହୋଇଛି । ଏତେ ସବୁ କ୍ଷୟକ୍ଷତି ହୋଇଥିଲେ ମଧ୍ଯ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କାହାରି ଦେଖା ନ ଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.