ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାପାଙ୍କ ଶବ ସତ୍କାର ବେଳେ ଆଖି ବୁଜିଲେ ପୁଅ, ଗୋଟିଏ ଜୁଇରେ ଜଳିଲା ଦୁଇଟି ଚିତା

ବୋରିଗୁମ୍ମା, ୦୬/୧୨ : ବାପାଙ୍କ ଶବ ସତ୍କାର ବେଳେ ଶବ ହୋଇଗଲେ ପୁଅ। କୋରାପୁଟ କାମତା ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ମୃତକଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। କାମତା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ଜୁଇରେ ବାପା ପୁଅଙ୍କ ଶବ ସତ୍କାର କରାଯାଇଛି।

ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଲକ୍ଷ୍ମଣ ମଣ୍ଡଳଙ୍କ କୋରାପୁଟରେ ମୃତ୍ୟୁ ହୋଇଥିଲା। ଲକ୍ଷ୍ମଣଙ୍କ ଶବ ସତ୍କାର ପାଇଁ ନିଜ ଗ୍ରାମ କାମତାକୁ ଆଣିଥିଲେ ପରିବାର ଲୋକେ। ଆଜି ସକାଳୁ ସକାଳୁ ଶବ ସତ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ତାଙ୍କ ପୁଅ ବେଣୁଧର ମଣ୍ଡଳଙ୍କ ମୁଣ୍ଡ ଉପରେ ଏକ ଗଛର ଡାଳ ପଡି ଗଭୀର ଆଘାତ ଲାଗିଥିଲା। ଫଳରେ ସଙ୍ଗେସଙ୍ଗେ ପରିବାର ଲୋକେ ବୋରିଗୁମ୍ମା ମେଡ଼ିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପ୍ରଚାର ପରେ କାମତା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ଜୁଇରେ ବାପ-ପୁଅଙ୍କ ଶବ ସତ୍କାର କରାଯାଇଛି।

Also Read ;-

ଜେଲରୁ ବାହାରିବେ ବ୍ଲାକ୍‌ମେଲିଂ କୁଇନ୍ ଅର୍ଚ୍ଚନା ନାଗ, ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.