ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ମନି ଲଣ୍ଡରିଂ ଏବଂ ଟେରର୍‌ ଫଣ୍ଡିଂ ବିରୋଧରେ ଭାରତର ଆକ୍ସନକୁ ପ୍ରଶଂସା କଲା FATF

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଏବଂ ଟେରର ଫଣ୍ଡିଂ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ଉପରେ ଖୁସି ବ୍ୟକ୍ତ କରିଛି ଏଫଏଟିଏଫ୍‌ ବା ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ ।ସିଙ୍ଗାପୁରରେ ହୋଇଥିବା ଏଫଏଟିଏଫ ବୈଠକରେ ମନି ଲଣ୍ଡରିଂ ଏବଂ ଟେରର ଫଣ୍ଡିଂକୁ ରୋକିବା ଲାଗି ଭାରତର ପ୍ରୟାସକୁ ଉଚ୍ଚ ପ୍ରଶଂସା ମିଳିଛି । ଭାରତର ସରକାରଙ୍କ ଦ୍ବାରା ଗତ ଦଶ ବର୍ଷ ମଧ୍ୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ମାନ୍ୟତା ଦେଇଛି ଏଫଏଟିଏଫ୍‌ । ଏଫଏଟିଏଫ୍‌ର ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ମନି ଲଣ୍ଡରିଂ ଏବଂ ଟେରର ଫଣ୍ଡିଂ ଉପରେ ରୋକ ଲଗାଇବାକୁ ଯେଉଁ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ପ୍ରକୃତରେ ସ୍ବାଗତଯୋଗ୍ୟ ।

  ଏଫଏଟିଏଫ୍‌ର ଏହି ରିପୋର୍ଟରେ ଦୁର୍ନୀତି, ଠକେଇ ଏବଂ ସଂଗଠିତ ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନରୁ ମିଳିଥିବା ଅର୍ଥ ସମ୍ପର୍କରେ ତଥ୍ୟ ମଧ୍ୟ ସାମିଲ କରାଯାଇଛି । ଏହା ବ୍ୟତୀତ ଭାରତ ନଗଦ ଦେଣନେଣ ପାଇଁ କଠୋର ନିୟମ ଆଣିଛି ଏବଂ ଡିଜିଟାଲ ପେମେଣ୍ଟରେ ବୃଦ୍ଧି ଘଟିଛି । ଏହା ସହ ଆର୍ଥିକ କ୍ଷତିରେ ହ୍ରାସ ଘଟିଛି । ତେବେ ଏଫଏଟିଏଫର ଏହି ରିପୋର୍ଟ ଭାରତର ଅର୍ଥବ୍ୟବସ୍ଥା ପାଇଁ ବହୁ ଗୁରୁତ୍ବ ବହନ କରେ । ଭଲ ରେଟିଂ ଯୋଗୁଁ ଗ୍ଲୋବାଲ୍‌ ଫଇନାନ୍ସିଆଲ ମାର୍କେଟ ଏବଂ ବିଶ୍ବସ୍ତରୀୟ ସଂସ୍ଥା ଭାରତୀୟ ବଜାର ଉପରେ ଫୋକସ୍‌ କରିବେ । ନିବେଶକଙ୍କ ବିଶ୍ବାସ ବୃଦ୍ଧି ପାଇବ । ଏପରିକି ୟୁପିଆଇ ବିସ୍ତାର ଦିଗରେ ଏହା ସାହାଯ୍ୟ କରିବ ।  

 ସେପଟେ ୨୦୧୪ ପରେ ଭାରତ ସରକାର ମନି ଲଣ୍ଡରିଂ, ଟେରର ଫଣ୍ଡିଂ ଏବଂ ବ୍ଲାକ୍‌ ମନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବହୁ ନିୟମ ଆଣିଛନ୍ତି । ଏଥିପାଇଁ ବିଶ୍ବସ୍ତରୀୟ ମାନଦଣ୍ଡକୁ ଦୃଷ୍ଟିରେ ରଖାଯାଇଛି । ସୂଚନାଯୋଗ୍ୟ, ଏଫଏଟିଏଫ ୧୯୮୯ରେ ପ୍ରତିଷ୍ଠା ହୋଇଥିଲା । ଏହାର ଉଦ୍ଦେଶ୍ୟ ମନି ଲଣ୍ଡରିଂ, ଆତଙ୍କୀ ଫଣ୍ଡିଂ ଏବଂ ଅନ୍ତର୍ଜାତୀୟ ଆର୍ଥିକ ପ୍ରଣାଳୀର ସୁରକ୍ଷା ସମ୍ବନ୍ଧିତ ବିପଦକୁ ମୁକାବିଲା କରିବ ।  ୨୦୧୦ରେ ଭାରତ ଏଫଏଟିଏଫର ସଦସ୍ୟ ହୋଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.