ପ୍ରମୂଖ ଖବର
  • ଗୁଳି ମାଡ଼ରେ ଏନସିପି ନେତା ବାବା ସିଦ୍ଦିକି ମୃତ
  • ||
  • ସମ୍ମାନ ବଞ୍ଚାଇ ପାରିଲା ନାହିଁ ବାଂଲାଦେଶ, ୧୩୩ ରନ୍‌ରେ ହରାଇଲା ଭାରତ
  • ||
  • ସୁଭଦ୍ରାରେ ତ୍ରୁଟି ଥିଲେ ଯିବ ଫୋନ୍‌ କଲ୍‌, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ ଟଙ୍କା
  • ||
  • ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା, ମହାସ୍ନାନ କରିଲେ ମହାପ୍ରଭୁ
  • ||
  • ଦରମଗାଡ ନଦୀରେ ଭାସି ନିଖୋଜ ହୋଇଥିଲେ ମହିଳା, ଉଦ୍ଧାର ହେଲା ମୃତଦେହ
  • ||
  • ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଖୁବ୍‌ ଶୀଘ୍ର କମିବ ଦର
  • ||
  • ଭୁବନେଶ୍ୱର : ପାର୍ବଣରେ ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ‘ଅପରେସନ ତ୍ରିଭୁଜ’
  • ||
  • ବଣାଇ : ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍‌, ବ୍ୟକ୍ତି ମୃତ
  • ||
  • କଟକରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ପାଇଁ କଲେ ସୁଖ ଏବଂ ସମୃଦ୍ଧି କାମନା
  • ||
  • ସମ୍ୱଲପୁର : ମହାନଦୀରେ ଦୁଇ ନାବାଳକ ଭାସିଯିବା ଘଟଣା: ୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ଯାଜପୁର : ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରୁ ଚୋରି, ମା'ଙ୍କ ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମଣ୍ଡପରେ ମା’ଙ୍କ ମହାନବମୀ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
  • ||

କେନିଆର ଏକ ସ୍କୁଲ ଛାତ୍ରାବାସରେ ଭୟାନକ ଅଗ୍ନିକାଣ୍ଡ, ୧୭ ଛାତ୍ର ମୃତ, ୧୩ ଆହତ…

ନୂଆଦିଲ୍ଲୀ: କେନିଆର ଏକ ସ୍କୁଲ ଛାତ୍ରାବାସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୧୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆଜି (ଶୁକ୍ରବାର) ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପୋଲିସ ଆଶଙ୍କା କରିଛି । ପୋଲିସ ମୁଖପାତ୍ର ରେସିଲା ଓନ୍ୟାଙ୍ଗୋ କହିଛନ୍ତି ଯେ, ଗୁରୁବାର ରାତିରେ ନାଇରି ଜିଲ୍ଲାର ହିଲସାଇଡ୍ ଏଣ୍ଡାରାଶା ପ୍ରାଇମେରୀରେ ଏହି ଅଗ୍ନିକାଣ୍ଡ ଘଟିଛି ଏବଂ ଏହାର କାରଣ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି । ଆମେ ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛୁ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ । 

ନାଇରି କାଉଣ୍ଟି କମିଶନର ପାୟସ ମୁରୁଗୁ ଏବଂ ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ, ଅଗ୍ନିକାଣ୍ଡ ଘଟିଥିବା ଛାତ୍ରାବାସରେ ୧୫୦ ରୁ ଅଧିକ ଛାତ୍ର ରହୁଥିଲେ । ଯେହେତୁ କୋଠା ଗୁଡ଼ିକ ମୁଖ୍ୟତ କାଠ ପଟା ଦ୍ୱାରା ନିର୍ମିତ, ତେଣୁ ନିଆଁ ଅତି ଶୀଘ୍ର ବ୍ୟାପିଗଲା । ଦେଶର ମଧ୍ୟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳରେ ରାଜଧାନୀ ନୌରୋବୀ ଠାରୁ ୨ଶହ କିଲୋମିଟର ଉତ୍ତରରେ ଅବସ୍ଥିତ ଏହି ବିଦ୍ୟାଳୟରେ ମୋଟ ୮୨୪ ଛାତ୍ର ଅଧ୍ୟୟନ କରନ୍ତି। ନାଇରୋବିରେ ସାଧାରଣତଋ କାଠରେ ନିର୍ମିତ କୋଠା ଗୁଡିକ ଥାଏ । ତେବେ ଦେଶର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଏହି ଖବରକୁ ଭୟଙ୍କର ବୋଲି ବର୍ଣ୍ଣନା କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଲେଖିଛନ୍ତି ଯେ ମୁଁ ଏହି ଭୟଙ୍କର ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଉଛି। ଯେଉଁମାନେ ଦାୟୀ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.