ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଂଗ୍ରେସକୁ ଫେରିଲେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ

ଫୁଲବାଣୀ,୨୭/୩  : ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି କଂଗ୍ରେସ। ଗତ କିଛି ବର୍ଷ ହେଲା ହାତଛଡା ହୋଇଥିବା କନ୍ଧମାଳ ଭଳି ପୁରୁଣା ଦୁର୍ଗକୁ ଫେରି ପାଇବା ପାଇଁ ଉଦ୍ୟମ ଜାରି ରହିଛି। ଦଳ ପ୍ରତି ବିମୂଖ ହୋଇଥିବା ପୁରୁଣା ନେତା ଏବେ ପୁଣି କଂଗ୍ରେସ ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆଜି ଫୁଲବାଣୀ ଠାରେ ଏକ ମିଶ୍ରଣ ପର୍ବର ଆୟୋଜନ ହୋଇଛି। ନୂତନ ଭାବେ ନିର୍ମିତ ଜିଲା କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ସହ ବିଭିନ୍ନ ଦଳରୁ ଅନେକ ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରାଯାଇଛି। ନୂତନ କାର୍ଯ୍ୟାଳୟକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ପରେ ଆୟୋଜିତ ହୋଇଥିଲା ମିଶ୍ରଣ ପର୍ବ। ଏ ଅବସରରେ ଭୂତପୂର୍ବ ସାଂସଦ ରାଧାକାନ୍ତ ଦିଗାଲ ପୁଣିଥରେ କଂଗ୍ରେସରେ ସାମିଲ ହୋଇଛନ୍ତି।

 ସୂଚନାଯୋଗ୍ୟ, ଶ୍ରୀ ଦିଗାଲ ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ଫୁଲବାଣୀ ସାଂସଦ ଥିଲେ। ଗତବର୍ଷ ସେ ବ୍ୟକ୍ତିଗତ କାରଣରୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଜି ସେ ଆନୁଷ୍ଠାନିକ ଭାବେ ଦଳକୁ ଫେରିବା ସହ ଆଜୀବନ କଂଗ୍ରେସ ପାଇଁ କାମ କରିବେ ବୋଲି କହିଛନ୍ତି। ଆଜିର ମିଶ୍ରଣ ପର୍ବ ଅବସରରେ ବିଭିନ୍ନ ବ୍ଲକର ଶତାଧିକ ନେତା, କର୍ମୀ ଓ ଦଳୀୟ ପଦାଧିକାରୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଜିଲ୍ଲା ସଭାପତି  ଚନ୍ଦ୍ର ଶେଖର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଜାକବ ପ୍ରଧାନ, ଅଜୟନ୍ତୀ ପ୍ରଧାନ,ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, ଶ୍ରମିକ ନେତା ଘନକୁମାର ଶବର, ବ୍ଲକ ସଭାପତି ପ୍ରତିଭା କହଁର, ନଗର ସଭାପତି ଶିବଶଙ୍କର ବେହେରାଙ୍କ ସମେତ ବହୁ ନେତା ଓ ଦଳୀୟ ପଦାଧିକାରୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.