ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶୁକ୍ରବାର ରାଜଧାନୀରେ କମ୍ପିବ ପ୍ରଚାର: ସକାଳେ ଡ୍ରିମ୍‌ଗାର୍ଲ, ସନ୍ଧ୍ୟାରେ ପ୍ରଚାର କରିବେ ଭିକେ ପାଣ୍ଡିଆନ୍

ଚନ୍ଦ୍ରଶେଖରପୁର,୧୬/୦୫: ନିର୍ବାଚନ ସମୟ ପାଖେଇ ଆସିଲାଣି । ହାତରେ ମାତ୍ର ଆଉ ୧୦ ଦିନ ବାକି । ତେଣୁ ପ୍ରାର୍ଥୀମାନେ ଆରପାର୍‌ ଲଢେଇକୁ ଓହ୍ଲାଇଛନ୍ତି । ଉତ୍ତର ନିର୍ବାଚନମଣ୍ଡଳୀ ରାଜନୀତି ଆସନ୍ତା ୧୭ରେ ଆହୁରି କମ୍ପିବ । ବିଜେଡି ଆଉ ବିଜେପି ପକ୍ଷରୁ ଧୂଆଁଦାର ପ୍ରଚାର କରାଯିବ । ମଇଦାନକୁ ଆସିବେ ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‌ । ସାଲିଆ ସାହିରେ ବିରାଟ ନିର୍ବାଚନ ସଭା କରି ପ୍ରଚାର କରିବେ । 

ସେହିପରି ବିଜେପି ବି ସାଂସଦ ତଥା ବଲିଉଡ୍‌ ଡ୍ରିମଗାର୍ଲ ହେମା ମାଳିନୀଙ୍କୁ ସାଲିଆ ସାହି ପ୍ରଚାର ମଇଦାନକୁ ଓହ୍ଲାଇବ । ସକାଳେ ହେମା ମାଳିନୀ, ସନ୍ଧ୍ୟାରେ ପାଣ୍ଡିଆନ୍‌ ସଭା କରିବେ । ଉଭୟ ଦଳର ନଜର ରହିଛି ବସ୍ତି ଭୋଟ୍‌  ଉପରେ । ସାଲିଆ ସାହିର ୪ଟି ୱାର୍ଡରେ ପ୍ରାୟ ୩୮ ହଜାର ଭୋଟର ରହୁଥିବାରୁ  ଉଭୟ ଦଳ ସେମାନଙ୍କୁ ଭିଡିବାକୁ ଚେଷ୍ଟା କରିବେ । ସକାଳେ ହେମା ମାଳିନୀଙ୍କ  ସଭାରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ  ସହ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । 

ସେହିପରି ପାଣ୍ଡିଆନଙ୍କ ସଭାରେ  ବିଜେଡି ବିଧାୟକ ସୁଶାନ୍ତ ରାଉତ, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଯୋଗଦେବେ ।  ସେହିଦିନ ସନ୍ଧ୍ୟାରେ ପାଣ୍ଡିଆନ୍‌ ଉତ୍ତର ନିର୍ବାଚନମଣ୍ଡଳୀ କଲ୍ୟାଣପୁର ପଞ୍ଚାୟତର  ନୂଆବନ୍ତ ମେଡିକାଲ ପଡିଆ ଓ ୱାର୍ଡ ନଂ.୪ ନହରକଣ୍ଟା ଷ୍ଟାଡିୟମ ପଡିଆରେ  ଆୟୋଜିତ ସଭାରେ ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.