ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତମେ ଚାହିଁଲ ବୋଲି ଚକା ଆଖି....ସୋସିଆଲ୍‌ ମିଡିଆରେ ଐତିହ୍ୟ ରୂପାନ୍ତର, ବଖାଣୁଛନ୍ତି ଲୋକପ୍ରିୟ ଡିଜିଟାଲ୍‌ କ୍ରିଏଟର

ଭୁବନେଶ୍ୱର ୨୦/୦୪(ମନୋରଂଜନ ମହାନ୍ତି): ତମେ ଚାହିଁଲ ବୋଲି ଚକା ଆଖି... । ଶ୍ରୀକ୍ଷେତ୍ର ପାଇଲା ନୂଆ ଉପମା । ଲାଗେ ଚାରିଧାମ ସାଥେ ବୁଲୁଛି ଆଜି..., କରୁଛି ଯେବେ ମୁଁ ତୁମ ପରିକ୍ରମା...’ । ଯାହାକୁ ଦେଖିବେ ସେ ଏବେ ମହାପ୍ରଭୁଙ୍କ ପରିକ୍ରମାର ମହିମା ଗାଉଛି । ଏହି ଭଜନର ତାଳେ ତାଳେ ନାଚୁଛି, ଗାଉଛି ଆଉ ରିଲ୍ସ କରୁଛି । ପୁଣି ଭଜନ, ଜଣାଣ ବି ସୁଟ୍‌ କରୁଛି । ସୋସିଆଲ୍‌ ମିଡିଆର ମାର୍କେଟ୍‌ ପୂରା ହଲ୍‌ଚଲ୍‌ କରୁଛି । ଟ୍ରେଣ୍ଡ୍‌ରେ ରହିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଯେଉଁ ପ୍ଲାଟ୍‌ଫର୍ମ ଖୋଲିବେ ସବୁଠି ‘ତମେ ଚାହିଁଲ ବୋଲି ଚକାଆଖି...’ ବାଜୁଛି ।  ଏହା ସହିତ ସମସ୍ତେ ରାଜ୍ୟରେ ହୋଇଥିବା ଐତିହ୍ୟ ରୂପାନ୍ତରକୁ ବଖାଣୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ହୋଇଥିବା କାର୍ଯ୍ୟର ଭୂୟସୀ ପ୍ରଶଂସା କରୁଛନ୍ତି । 

ଆଗକୁ ସାଧାରଣ ନିର୍ବାଚନ । ବିଭିନ୍ନ ରାଜନୈତିକ ଦଳ ପ୍ରଚାରରେ ଲାଗିଛନ୍ତି । ବିଭିନ୍ନ ମାଧ୍ୟମରେ ଦଳୀୟ ଆଭିମୁଖ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଚଳାଇଛନ୍ତି । ଭୋଟ୍‌ ପାଇଁ କିଏ କେତେ ପ୍ରକାରର ତରିକା ଆପଣାଇ ଚାଲିଛନ୍ତି ତା’ର ଠିକଣା ନାହିଁ । ନାଚ, ଗୀତ, ଗପ, ରିଲ୍ସ, କମେଡି ଓ କାର୍ଟୁନ୍‌ ମାଧ୍ୟମରେ ସାଧାରଣ ଜନତାଙ୍କୁ ହୃଦୟ ଛୁଇଁବାର ପ୍ରୟାସ ଜାରି ରଖିଛନ୍ତି । ଏ ସବୁ ପାଇଁ ବଡ଼ ଅସ୍ତ୍ର ହୋଇଛି ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ବା ସୋସିଆଲ୍‌ ମିଡିଆ । ଓଡ଼ିଶାରେ ବି ଏହି ଟ୍ରେଣ୍ଡ୍‌ ଚାଲିଛି । ଓଡ଼ିଆ କଳା, ସଂସ୍କୃତି, ସାହିତ୍ୟ ଓ ସିନେମା ଜଗତ ସହ ଜଡ଼ିତ କଳାକାର, ଶିଳ୍ପୀ କାମରେ ଲାଗିପଡ଼ିଛନ୍ତି । କିଛି କଳାକାରଙ୍କୁ ଦଳମାନଙ୍କ ପକ୍ଷରୁ ସ୍ୱତନ୍ତ୍ର କାମ ମିଳିଛି । ଆଉ କିଛି ଏଜେନ୍ସି ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ସେହି ହିସାବରେ ସେମାନେ ରିଲ୍ସ, ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ କରୁଛନ୍ତି । ମାତ୍ର ଏହି ରିଲ୍ସ ଏବଂ ପ୍ରଶଂସା ବା ପ୍ରଶସ୍ତିଗାନ ସିଧାସଳଖ କୌଣସି ଦଳ ସହ ସମ୍ପର୍କ ରଖୁନି । କିଛି କିଛି ସ୍ଥାନରେ ଯାହା କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତାର ଜୟଗାନ କରୁଛି । 

ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକର ଅଭିନେତ୍ରୀ ଓ ଅଭିନେତା, କମେଡି କଳାକାର ବିଭିନ୍ନ ଦଳ ପାଇଁ କାମ କରୁଛନ୍ତି । ମାତ୍ର ପରିକ୍ରମା ପ୍ରକଳ୍ପ ଏବଂ ରାଜ୍ୟରେ ବିଭିନ୍ନ ମଠ, ମନ୍ଦିର ଓ ଐତିହ୍ୟ ରୂପାନ୍ତର ବିଷୟରେ ପ୍ରଚାର ଲାଗି ନିର୍ଦ୍ଦିଷ୍ଟ କିଛି କଳାକାରଙ୍କୁ ରିଲ୍ସ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଲିପ୍ସା ମିଶ୍ର, ଏଲି ପାଢ଼ୀ, ପୁନମ ମିଶ୍ର, ସସ୍ମିତା ପିୟାଲି ସାହୁ, ଡା. ଅର୍ଚ୍ଚୁ ପାଢ଼ୀ, ଜାଗୃତି ରଥ, ହିରଣ୍ମୟୀ ଦାସ, ମୋନାଲିସା ନାୟକ, ହିତୈଶା ହାପି, ସୁମନ ପଟ୍ଟନାୟକ, ରୂପାଲି ପାଣି, କୁକିଜ୍‌ ସ୍ୱାଇଁ, ଅରୁନ୍ଧତୀ ଦେବୀକା ଏବଂ ଅଭିନେତା ରାଜ ରାଜେଶ, କମେଡି କଳାକାର ଜୁନିୟର ଲିପୁନ, ଉପସ୍ଥାପକ ଶ୍ରୀକୁମାର ମୁକେଶ ପ୍ରମୁଖ ଏବେ ମହାପ୍ରଭୁଙ୍କ ପରିକ୍ରମାରେ ପରିକ୍ରମା କରିଛନ୍ତି । 

ଏମାନଙ୍କ ବ୍ୟତିତ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଲୋକପ୍ରିୟ ଡିଜିଟାଲ୍‌ କ୍ରିଏଟର ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମା’ ସମଲେଇ ପ୍ରକଳ୍ପ ସହ ଐତିହ୍ୟ ରୂପାନ୍ତରରେ ରାଜ୍ୟର ନଂ-୧ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରିବାକୁ ଭୁଲିନାହାନ୍ତି । ଯେଉଁମାନଙ୍କ ଇନ୍‌ଷ୍ଟାଗ୍ରାମ୍‌ର ଫଲୋଅରଙ୍କ ସଂଖ୍ୟା ୨୦/୩୦ ହଜାରରୁ ଅଧିକ ସେହିଭଳି କଳାକାର ଓ ଲୋକପ୍ରିୟ ଡିଜିଟାଲ୍‌ କ୍ରିଏଟରଙ୍କୁ ଏହିଭଳି କିଛି ରିଲ୍ସରେ ଦେଖିବାକୁ ମିଳୁଛି । ଗତ ୧୨ ତାରିଖରେ ନବୀନ ନିବାସରେ କଳାକାରଙ୍କ ମେଳି ପରେ ଏହି ରିଲ୍ସ ସଂଖ୍ୟା ବଢ଼ିଚାଲିଛି । ଗୋଟିଏ ଗୋଟିଏ ରିଲ୍ସକୁ ବି ୧୦ ହଜାରରୁ ଅଧିକ ଲୋକ ଦେଖୁଛନ୍ତି । ଇନ୍‌ଷ୍ଟାରେ ଏକ ସ୍ୱତନ୍ତ୍ର ଆକାଉଣ୍ଟରେ ସମସ୍ତ କଳାକାରଙ୍କ ରିଲ୍ସ ପୋଷ୍ଟ ହେଉଥିବାବେଳେ କଳାକାରମାନେ ବି ନିଜ ନିଜ ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି । ଏଥିପାଇଁ ପାରିଶ୍ରମିକ ମିଳୁଥିବା ସୂଚନା ମିଳିଛି । କିନ୍ତୁ ସେ ବିଷୟରେ କଳାକାରମାନେ କିଛି କହିନାହାନ୍ତି । 

ଏକ ଭିନ୍ନ ଢଙ୍ଗରେ ରାଜ୍ୟର ବିକାଶର ଧାରାକୁ ପ୍ରଚାର କରିବାକୁ ଯାଇ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ସୋସିଆଲ୍‌ ମିଡିଆର ଅନ୍ୟ କଣ୍ଟେଣ୍ଟ ପ୍ରସ୍ତୁତ ପରି ଏହାକୁ ବି କିଛି ସ୍ୱତନ୍ତ୍ର ଟିମ୍‌ ସୃଜନଶୀଳତାର ସହ କରୁଛନ୍ତି । ଯେଉଁମାନଙ୍କ ସହ ଏହି କଳାକାରମାନେ ଯୋଡ଼ି ହୋଇ ରହିଛନ୍ତି । କୌଣସି କଳାକାର ସିଧାସଳଖ ବା ବ୍ୟକ୍ତିଗତ ଭାବେ କିଛି କରୁନାହାନ୍ତି । କିନ୍ତୁ କିଛି ଫୁଡ୍‌ ବ୍ଲଗ୍‌ର ଓ ୟୁଟ୍ୟୁବ୍‌ର ବ୍ୟକ୍ତିଗତ ଭାବେ ଭିଡିଓ କରୁଛନ୍ତି । ସମସ୍ତ କଳାକାର ଦୁଇଟି ରିଲ୍ସ କରୁଛନ୍ତି । ଗୋଟିଏରେ ‘ତମେ ଚାହିଁଲ ବୋଲି ଚକା ଆଖି...’ ଭଜନ ସହ ଅନ୍ୟଟି ପରିକ୍ରମାର ସୁବିଧା ସମ୍ପର୍କରେ । ସବୁର ସୁଟିଂ ପରିକ୍ରମା ସହ କରୁଛନ୍ତି । ଫଳରେ ସୋସିଆଲ୍‌ ମିଡିଆରେ ବହୁମାତ୍ରାରେ ପ୍ରଚାରିତ ଓ ପ୍ରସାରିତ ହେବାରେ ଲାଗିଛି ମହାପ୍ରଭୁଙ୍କ ପରିକ୍ରମା ।

  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.