ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ସୁପ୍ରିମକୋର୍ଟରେ ପହଁଞ୍ଚିଲା ହିମାଚଳ ପ୍ରଦେଶ ରାଜନୈତିକ ସଙ୍କଟ, ବିଦ୍ରୋହୀ ବିଧାୟକ ଦାଖଲ କଲେ ଆବେଦନ

ନୂଆଦିଲ୍ଲୀ,୨୯।୨:  ହିମାଚଳ ପ୍ରଦେଶରେ ଜାରି ରାଜନୈତିକ ବିବାଦ ଭିତରେ ଚାଚସ୍ପତି ବିଦ୍ରୋହି ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ଏହି ଏହି  ବିଧାୟକମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ‌ହୋଇଛନ୍ତି। ରାଜେନ୍ଦ୍ର ରାଣା କହିଛନ୍ତି, ତାଙ୍କ ସହିତ ବହୁ ବିଧାୟକ ଅଛନ୍ତି। ହିମାଚଳ ପ୍ରଦେଶ ବିଧାନସଭାର ଅଧ୍ୟକ୍ଷ କୁଲଦୀପ ସିଂହ ପଠାନିୟା ବୁଧବାର ୬ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। 

ଏହି ବିଧାୟକ ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନରୁ ନିକଟରେ ହୋଇଥିବା ନିର୍ବାଚନରେ ‘କ୍ରସ ଭୋଟିଂ’ କରିଥିଲେ। ଏହା ସହିତ ଆର୍ଥିକ ବିଲ୍‌ ଉପରେ ସରକାରଙ୍କ ପକ୍ଷରେ ମତଦାନ କରି ପାର୍ଟି ହ୍ବିପର ଅବହେଳା କରି ବିଧାନସଭାରେ ବଜେଟ୍ ଉପରେ ମତଦାନଠାରୁ ଦୂରେଇ ରଖିଥିଲେ। ସେ ଅର୍ଥ ବିଲ୍ ଉପରେ ସରକାରଙ୍କ ପକ୍ଷରେ ମତଦାନ କରି ପାର୍ଟି ହ୍ବିପ୍‌ର ଅବହେଳା କରି ବିଧାନସଭାରେ ବଜେଟ୍ ଉପରେ ମତଦାନ କରିନଥିଲେ। ଏହାକୁ ତାଙ୍କୁ ଅଯୋଗ୍ୟ ଘୋଷିତ କରିବାର କାରଣ କୁହାଯାଉଛି। 

ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକଙ୍କ ଭିତରେ ରାଜେନ୍ଦ୍ର ରାଣା, ସୁଧିର ଶର୍ମା, ଇନ୍ଦ୍ରଦତ୍ତ ଲଖନପାଲ୍‌, ଦେବନ୍ଦ୍ର କୁମାର ଭୁଟ୍ଟୋ, ରବି ଠାକୁର ଓ ଚୈତନ୍ୟ ଶର୍ମା ସାମିଲ ଅଛନ୍ତି। ସଙ୍କଟ ଭିତରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁକୁ ନିଜର ସରକାରୀ ବାସଭବନରେ ଦଳୀୟ ବିଧାୟକଙ୍କ ସହିତ ବୈଠକ କରିଥିଲେ। ଶିମଲା ଆସନରୁ ବିଧାୟକ ହରିଶ ଜନାରଥା ବୈଠକ ପୂର୍ବରୁ କହିଛନ୍ତି,ଏହା କେବଳ ଏକ ସାକ୍ଷାତ ଓ ଦେଖିବାକୁ ବାକି ଅଛି ବୈଠକରେ କ’ଣ ହେଉଛି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.