ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଁକୁ ନାହିଁ ରାସ୍ତା, ଭୋଟ୍ ବର୍ଜନ ପାଇଁ ଅଡି ବସିଛନ୍ତି ଶତାଧିକ ଗ୍ରାମବାସୀ

ଫୁଲବାଣୀ/ଫିରିଙ୍ଗିଆ, ୨୦/୫ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ୮ ନଂ ଓ୍ବାର୍ଡ ତାଳପଦର ଓ ୧୧ ନଂ ଓ୍ବାର୍ଡ ପଥଖୋଲ ସମେତ ଆଖପାଖି ଅଞ୍ଚଳର ଲୋକେ ଭୋଟ୍  ନଦେବା ପାଇଁ ଅଡି ବସିଛନ୍ତି। ଗ୍ରାମଠାରୁ ବୁଥର ଦୂରତା ଅଧିକ ଥିବା ଏବଂ ରାସ୍ତା ନଥିବା ଅଭିଯୋଗରେ ଲୋକେ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। 

ଏହି ଅଞ୍ଚଳରେ ୩୦୦ରୁ ଉର୍ଦ୍ଧ୍ବ ଭୋଟର ରହିଛନ୍ତି। ସକାଳୁ ଦଣି ଗ୍ରାମ ସିନ୍ଧୁପଦର ମଣ୍ଡପ ନିକଟରେ ବସି ରହିଛନ୍ତି ଶତାଧିକ ଗ୍ରାମବାସୀ। ଲୋକଙ୍କ ଅଭିଯୋଗ ଅନୁଯାୟୀ ବାରମ୍ବାର ଦାବୀ ସତ୍ତ୍ଵେ ଗାଁକୁ ରାସ୍ତା ହେଉନାହିଁ। ଏପଟେ ଗାଁରେ ବୁଥ୍ ମଧ୍ୟ କରାଯାଇ ନାହିଁ। ଏଠାରୁ ୫ରୁ ୧୦ କିମି ଦୂର ମଙ୍ଗମୁଣ୍ଡା, ପାଣ୍ଡୁପଦର, ଲାମପଦର ଭଳି ସ୍ଥାନରେ ଏମାନଙ୍କୁ ଭୋଟ ଦେବା ପାଇଁ କୁହାଯାଇଛି। ଏହାର ପ୍ରତିବାଦରେ ଲୋକେ ଭୋଟ ନଦେବା ପାଇଁ ଅଡି ବସିଛନ୍ତି। ସୂଚନା ଅନୁଯାୟୀ, ସକାଳ ୯ଟା ସୁଦ୍ଧା ସେଠାରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାଁନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.