ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁପ୍ରିମକୋର୍ଟରୁ କଂଗ୍ରେସକୁ ବଡ଼ ଆଶ୍ୱସ୍ତି, ଆୟକର ବିଭାଗର ଡିମାଣ୍ଡ ନୋଟିସ୍ ଉପରେ ନିର୍ବାଚନ ପର୍ଯ୍ୟନ୍ତ ନିଆ ଯିବନି ପଦକ୍ଷେପ

ନୂଆଦିଲ୍ଲୀ, ୦୧/୦୪: କଂଗ୍ରେସକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ୩୫୦୦ କୋଟିର ଡିମାଣ୍ଡ ନୋଟିସକୁ ନେଇ ଏବେ ଆୟକର ବିଭାଗ କୌଣସି ପଦକ୍ଷେପ ନେବ ନାହିଁ । ସୋମବାର ସୁପ୍ରିମକୋର୍ଟ କଂଗ୍ରେସ ପକ୍ଷରୁ ଆୟକର ବିଭାଗ ବିରୋଧରେ କରିଥିବା ଆବେଦନର ଶୁଣାଣି କରିଛନ୍ତି । ଉଭୟ ପକ୍ଷର ଦସ୍ତାବିଜ୍ ଓ ତଥ୍ୟ ଶୁଣିଲା ପରେ ଜୁନ୍ ସୁଦ୍ଧା ପକ୍ଷ ରଖିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜୁଲାଇ ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଶୁଣାଣି ବେଳେ ଆୟକର ବିଭାଗ କହିଛି, ଆମେ ୧୭୦୦ କୋଟିର ନୋଟିସ୍ ପଠାଇଛୁ । ଏବେ ନିର୍ବାଚନ ଚାଲିଥିବାରୁ ଆୟକର ବିଭାଗ ଟଙ୍କା ରିକଭରି ଲାଗି କୌଣସି ପଦକ୍ଷେପ ନେବ ନାହିଁ ବୋଲି କୋର୍ଟରେ ଭରସା ଦେଇଛି । ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି, ମାମଲାର ଶୁଣାଣି ଜୁନରେ ହେବା ପର୍ଯ୍ୟନ୍ତ କୌଣସି ପଦକ୍ଷେ ନିଆଯିବ ନାହିଁ । 

ତେବେ ସୁପ୍ରିମକୋର୍ଟ ପଚାରିଥିଲା ମଗା ଯାଇଥିବା ରାଶିକୁ କଣ ସ୍ଥଗିତ କରି ଦିଆଯିବ କି ? ତାହା ଉପରେ ସଲିସିଟର ଜେନେରାଲ୍ କହିଥିଲେ, ଆମେ କେବଳ ନିର୍ବାଚନ ସରିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବୁ ନାହିଁ । ମାମଲାର ଶୁଣାଣି ଜୁନ୍ ଦ୍ୱିତୀୟ ସପ୍ତାହରେ କରାଯାଉ ।

କଂଗ୍ରେସ ପକ୍ଷରୁ ଆଇନଜୀବୀ ଅଭିଷେକ ମନୁ ସିଂଘବୀ କହିଥିଲେ, ୧୯୯୫-୯୬ରୁ ଏବେ ପର୍ଯ୍ୟନ୍ତ ୩୫୦୦ ଡିମାଣ୍ଡ କରାଯାଇଛି । ଯେତେବେଳେ କି ପୂର୍ବରୁ କୋର୍ଟରେ ଆବେଦନ ପଡ଼ି ରହିଛି । ମାମଲାର ଶୁଣାଣି ଅଗଷ୍ଟ ମାସରେ ହେଉ । ସେ ପର୍ଯ୍ୟନ୍ତ ଆୟକର ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରୁ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.