ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

କଲୋମ୍ବୋରେ କୁଲଦୀପଙ୍କ ଘାତକ ବୋଲିଂ; ପାକିସ୍ତାନର ଶୋଚନୀୟ ପରାଜୟ

image: ABP

କଲୋମ୍ବୋ,୧୧/୦୯: ଗୋଟିଏ ପଟେ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଦମଦାର ଶତକ ଏପଟେ ଦ୍ବିତୀୟ ଇନିଂସରେ କୁଲଦୀପ ଯାଦବଙ୍କ ଘାତକ ବୋଲିଂ। ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଛି ଭାରତ।  କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ରିଜର୍ଭ ମ୍ୟାଚ୍‌ରେ ଭାରତ ଏହାର ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୨୨୯ ରନର ବିଶାଳ ବ୍ୟବଧାନରେ ହରାଇଛି। ଏହି ଦମଦାର ବିଜୟ ସହ ଭାରତ ଏସିଆ କପ୍ ୨୦୨୩ ସୁପର-୪ର ଶୀର୍ଷରେ ପହଞ୍ଚିଛି ଭାରତ। 

କୁଲଦୀପ ଯାଦବ ୨୫ ରନ ଦେଇ ୫ଟି ଓ୍ଵିକେଟ୍ ନେଇ ପାକିସ୍ତାନ ଇନିଂସକୁ ୧୨୮ ରନରେ ସୀମିତ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ବିରାଟ କୋହଲିଙ୍କ ଅପରାଜିତ ୧୨୨ ରନ ଓ କେଏଲ ରାହୁଲଙ୍କ ୧୧୧ ରନ  ବଳରେ ୫୦ ଓଭରରେ ୨ ଓ୍ଵିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା। ଜବାବରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୨୮ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଫଖର ଜମାନ ସର୍ବାଧିକ ୨୭ ରନ କରିଥିବା ବେଳେ ଆଘା ସଲମାନ ଓ ଇଫତିକାର ଅହମ୍ମଦ ପ୍ରତ୍ୟେକ ୨୩ ରନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.