ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଋଷ୍ ଗସ୍ତର ଦ୍ୱିତୀୟ ଦିନ, ପୁଟିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ,୯/୭: ସୋମବାରଠୁ ଦୁଇ ଦିନିଆ ଋଷ୍ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଗସ୍ତର ପ୍ରଥମ ଦିନର ମୋଦି ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାକ୍ଷାତ କରିଥିବା ବେଳେ  ଆଜି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଥିବା ଭାରତ-ଋଷ୍ ବାର୍ଷିକ ସମ୍ମିଳନୀରେ ସେ ଯୋଗ ଦେବେ । ଏହି ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ଯରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଦୁଇ ରାଷ୍ଟ୍ର ମଧ୍ଯରେ କୌଶଳଗତ ସମ୍ପର୍କ ବୃଦ୍ଧି ଲାଗି ଦୁଇ ନେତା ରଖିଛନ୍ତି ଭିଜନ। ତେବେ ଆଜି ମସ୍କୋରେ ୨୨ତମ ଭାରତ-ରୁଷିଆ ସମ୍ମିଳନୀରେ ଦୁଇ ନେତା ଯୋଗ ଦେବା ସହ ଶକ୍ତି, ବାଣିଜ୍ଯ ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଆଲୋଚନା କରିବେ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ୟୁକ୍ରେନ ପ୍ରସଙ୍ଗ ବି ସ୍ଥାନ ପାଇବା ସମ୍ଭାବନା ରହିଛି। 

ତେବେ ଦ୍ବିପାକ୍ଷିକ ସମ୍ମିଳନୀ ପୂର୍ବରୁ ମୋଦିଙ୍କ ଲାଗି ପୁଟିନ ଏକ ଡିନର ଆୟୋଜିତ କରିଥିଲେ। ଦଶନ୍ଧି ଧରି ଦୁଇ ଦେଶ ମଧ୍ଯରେ ସ୍ବାସ୍ଥ୍ଯ, ନିବେଶ, ଶିକ୍ଷା, ସଂସ୍କୃତି, ଶକ୍ତି, ବାଣିଜ୍ୟ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ। ପ୍ରକାଶ ଥାଉକି ଗତ ୨୦୨୧ ଡିସେମ୍ବର ୬ରେ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ ପୁଟିନ। ସେହିପରି ଶେଷ ଥର ଲାଗି ୪୧ ବର୍ଷ ତଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅଷ୍ଟ୍ରିଆ ଗସ୍ତ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ପରଠାରୁ ଏହା ହେଉଛି ମୋଦିଙ୍କ ପ୍ରଥମ ରୁଷିଆ ଗସ୍ତ। ଦ୍ବିପା୍କ୍ଷିକ ସମ୍ପର୍କ, ଆନ୍ତର୍ଜାତିକ ପ୍ରସଙ୍ଗ, ଆଞ୍ଚଳିକ ସ୍ଥିରତା ଆଦି ପ୍ରସଙ୍ଗରେ ଦୁଇ ନେତା କରିବେ ଆଲୋଚନା। ଶେଷ ଥର ଲାଗି ୨୦୧୫ରେ ମସ୍କୋ ଗସ୍ତ କରିଥିଲେ ମୋଦି। ବିଶେଷ କରି ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ନେଇ ଦୁଇ ଦେଶ ମଧ୍ଯରେ ସମ୍ପର୍କ ମଜଭୁତ କରିବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.