ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ଅହମ୍ମଦାବାଦରେ ଟାଇଟନ୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଗୁଜରାଟ ପାଇଁ ଶେଷ ସୁଯୋଗ

ଅହମ୍ମଦାବାଦ,୧୦/୦୫: ଚଳିତ ଆଇପିଏଲର ୫୯ତମ ଲିଗ୍‌ ମୁକାବିଲାରେ ଘରୋଇ ଗୁଜରାଟ ଟାଇଟନ୍ସ ଶୁକ୍ରବାର ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗ୍‌ସକୁ  ଭେଟିବ । ୧୧ଟି ମ୍ୟାଚ୍‌ ଖେଳି ୮ ପଏଣ୍ଟ ଅର୍ଜନ କରିଥିବା ଟାଇଟନ୍ସ ପାଇଁ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।  ଏହି ମ୍ୟାଚ୍‌ ଜିତିଲେ ଦଳର ପ୍ଲେ-ଅପ୍‌ ଆଶା ଉଜ୍ଜୀବିତ ରହିବ । ନଚେତ ଦଳ ବିଦାୟ ନେବ ।  ସୁପରକିଙ୍ଗ୍‌ସ ୧୨ପଏଣ୍ଟ ହାସଲ କରିସାରିଥିବାରୁ ଶୁକ୍ରବାର ବିଜୟ ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ। 

ଉଭୟ ଦଳ ମାର୍ଚ୍ଚ ୨୬ ତାରିଖରେ ସାମ୍ନା ସାମ୍ନି ହୋଇଥିଲେ । ସୁପରକିଙ୍ଗ୍‌ସ ଘରୋଇ ଗ୍ରାଉଣ୍ଡ୍‌ରେ ଉକ୍ତ ମ୍ୟାଚ୍‌କୁ ୬୩ ରନ୍‌ରେ ଜିତିଥିଲା । ଏଥର ଟାଇଟନ୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ପୂର୍ବ ରେକର୍ଡକୁ ନେଇ ମ୍ୟାଚ୍‌ର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା  ମୋଟ୍‌ ୫ଟି ମ୍ୟାଚରୁ ସୁପରକିଙ୍ଗ୍‌ସ ୩ଟି ମ୍ୟାଚ୍‌ରେ  ବିଜୟୀ ହୋଇଛି । ବର୍ତ୍ତମାନ ଉଭୟ ଦଳ ପେସ୍‌  ବୋଲିଂ ବିଭାଗକୁ ନେଇ ଚିନ୍ତାରେ ରହିଛନ୍ତି । ମହମ୍ମଦ ସାମିଙ୍କ ଅନୁପସ୍ଥିତି ଟାଇଟନ୍ସର ବୋଲିଂ ବିଭାଗକୁ ଦୁର୍ବଳ କରି ଦେଇଛି । କୌଣସି ପେସ୍‌ ବୋଲର ଏକାଦଶର ନିୟମିତ ସଦସ୍ୟ ହୋଇପାରି  ନାହାନ୍ତି । ସୁପରକିଙ୍ଗ୍‌ସ ଦଳରେ ସମାନ ସମସ୍ୟା  ଦେଖା ଦେଇଛି । ମୁସ୍ତାଫିଜୁର ରେହମାନ ଓ ମଥିଶା  ପତିରଣା ନିଜ ନିଜ ଘରକୁ ଫେରିଯାଇଥିବାବେଳେ ଦୀପକ ଚହର ଆହତ ହୋଇ ବାଦ ପଡ଼ିଛନ୍ତି ।  

ଟାଇଟନ୍ସ ଇତି ମଧ୍ୟରେ ୨୨ଜଣଙ୍କୁ ଖେଳାଇ ସାରିଛି । ତଥାପି ଏକ ସନ୍ତୁଳିତ ଦଳ ଗଠନ  କରିବାରେ ବିଫଳ ହୋଇଛି । ଶୁକ୍ରବାର ମଧ୍ୟ ଦଳରେ ପରିବର୍ତ୍ତନ ହେବ। ବିଜୟ ଶଙ୍କର ଏକାଦଶକୁ ଫେରିବା ସମ୍ଭାବନା ରହିଛି । ସୁପରକିଙ୍ଗସ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ସିମରଜିତ ସିଂହ ଇମ୍ପାକ୍ଟ ଓ ଅଜିଙ୍କ୍ୟ  ରାହାଣେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବା ନିଶ୍ଚିତ । 

ଅହମ୍ମଦାବାଦ ପିଚ ସାମାନ୍ୟ ମନ୍ଥର ରହିବ ।  ତଥାପି ବ୍ୟାଟରମାନେ ପିଚ୍‌ର ଭରପୁର ଫାଇଦା  ଉଠାଇ ପାରିବେ । ଏଠାରେ ଖେଳାଯାଇଥିବା ୨୧ଟି  ମ୍ୟାଚ୍‌ରୁ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୧୩ଟି  ମ୍ୟାଚ୍‌ ଜିତିଛନ୍ତି । ଶୁକ୍ରବାର ମଧ୍ୟ ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ଟାଇଟନ୍ସ : ଶୁଭମନ  ଗିଲ୍‌(ଅଧିନାୟକ), ରିଦ୍ଧିମାନ ଶାହା, ସାଇ  ସୁଦର୍ଶନ, ଶାହରୁଖ ଖାନ, ଡେଭିଡ୍‌ ମିଲର,  ବିଜୟ ଶଙ୍କର, ରାହୁଲ ତେୱାତିଆ, ରସିଦ  ଖାନ, ମୋହିତ ଶର୍ମା, ନୂର ଅହମ୍ମଦ, ଜୋଶୁଆ  ଲିଟିଲ/ଅଜମତୁଲ୍ଲା ଓମାରଜାଇ । (ଇମ୍ପାକ୍ଟ  ପ୍ଲେୟାର: ସାଇ କିଶୋର)। 

ସୁପରକିଙ୍ଗ୍‌ସ : ଋତୁରାଜ  ଗାଏକୱାଡ୍‌(ଅଧିନାୟକ), ଅଜିଙ୍କ୍ୟ ରାହାଣେ,  ଡାରିଲ ମିଚେଲ, ଶିବମ ଦୁବେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ମିଚେଲ ସାଣ୍ଟନର,  ସର୍ଦୁଲ ଠାକୁର, ତୁଷାର ଦେଶପାଣ୍ଡେ, ରିଚାର୍ଡ  ଗ୍ଲିସନ । (ଇମ୍ପାକ୍ଟ ପ୍ଲେୟାର: ସିମରଜିତ ସିଂହ) ।

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.