ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ୍‌ରେ ୨୦୦ ଛକା ପୂରା କଲେ ଆଣ୍ଡ୍ରେ ରସେଲ୍; ସୁରେଶ ରାଇନାଙ୍କ ରେକର୍ଟ ଭାଙ୍ଗିବାକୁ ନିକଟତର

ନୂଆଦିଲ୍ଲୀ,୨୪/୦୩: କୋଲକତା ନାଇଟ୍ ରାଇଡର୍ସର ଷ୍ଟାର୍ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ୍ ସନ୍ରାଇଜର୍ସ ହାଇଦ୍ରାବାଦ ବିରୁଦ୍ଧରେ ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚ୍ରେ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସେହି ଇନିଂସରେ ରସେଲ୍ ସତୋଟି ଛକା ମାରିଥିଲେ। ତେବେ ଏହି ପରିପ୍ରେକ୍ଷିରେ ସେ ଆଇପିଏଲ୍ ଇତିହାସରେ ୨୦୦ ଛକା ପୂରଣ କରିଛନ୍ତି। ଶନିବାର ମ୍ୟାଚ୍‌ରେ ହାଇଦ୍ରାବାଦକୁ ୪ ରନ୍‌ରେ ହରାଇଥିଲା କୋଲକାତା। ରୋମାଞ୍ଚକର ମୁକାବିଲାରେ ଟିମ୍‌ ହାଇଦ୍ରାବାଦ କେକେଆରକୁ ବଡ଼ ଚ୍ୟାଲେଞ୍ଜ ଦେଇଥିଲା। ଆଣ୍ଡ୍ରେ ରସେଲ୍‌ ସବୁଠାରୁ କମ୍‌ ବଲ୍‌ରେ ୨୦୦ ଛକା ହାସଲ କରିଥିବା ଖେଳାଳୀ ହୋଇପାରିଛନ୍ତି। 

କେକେଆର୍‌ର ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ୨୦୦ ଛକା ହାସଲ କରିବାରେ କ୍ରିସ୍‌ ଗେଲ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଣ୍ଡ୍ରେ ରସେଲ୍‌ ୯୭ ଇନିଂସରେ ୨୦୦ ଛକା ହାସଲ କରିଛନ୍ତି। ଆଇପିଏଲ୍‌ରେ ସବୁଠାରୁ ଅଧିକ ଛକା ହାସଲ କରିବାର ରେକର୍ଡ କ୍ରିସ୍‌ ଗେଲ୍‌ଙ୍କ ନାଁରେ ରହିଛି। ସେ ୧୪୧ ମ୍ୟାଚ୍‌ରେ ୩୫୭ ଛକା ହାସଲ କରିଛନ୍ତି। କେକେଆର ଇନିଂସର ୧୯ ଓଭରରେ ଭୁବନେଶ୍ବର କୁମାରଙ୍କ ବଲ୍‌ରେ ରସେଲ୍‌ ଛକା ମାରି ଏହି ରେକର୍ଡ ହାସଲ କରିଛନ୍ତି। 

ବିରାଟ କୋହଲି, ଡେଭିଡ୍‌ ଓ୍ବାର୍ଣ୍ଣର ଏବଂ ସୁରେଶ ରୈନା ମଧ୍ୟ ଟି୨୦ ଟୁର୍ଣ୍ଣେମେଣ୍ଟ ଇତିହାସରେ ୨୦୦ ରୁ ଅଧିକ ଛକା ଲଗାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ୨୩୮ ଇନିଂସରେ ୨୫୭ ଛକା ମାରିଛନ୍ତି। ଏବି ଡେଭିଲିୟର୍ସ ୧୭୦ ଇଂନିସରେ ୨୫୧ ଛକା ହାସଲ କରିଛନ୍ତି। ସେହିପରି ଏମ୍‌.ଏସ୍.ଧୋନୀ ୨୧୮ ଇନିଂସରେ ୨୩୯ ଛକା ହାସଲ କରିଛନ୍ତି। ବିରାଟ କୋହଲି ୨୩୦ ପାଳିରେ ୨୩୫ ଛକାହାସଲ କରିଥିବା ବେଳେ ଡେଭିଡ୍‌ ଓ୍ବାର୍ଣ୍ଣର ୧୭୭ ପାଳିରେ ୨୨୮ ଛକା ମାରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.