ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଘରେ ବ୍ୟବହୃତ ସୋରିଷ ତେଲ ନକଲି ନୁହେଁ ତ ? ଏମିତି ଭାବେ ଅପମିଶ୍ରଣକୁ ଚିହ୍ନନ୍ତୁ

ନୂଆଦିଲ୍ଲୀ : ସୋରିଷ ତେଲରେ ଖାଦ୍ୟ ରୋଷେଇ କରିବାରେ ଉତ୍ତମ ମନେ କରାଯାଏ। ଏହାର ବ୍ୟବହାର ଖାଦ୍ୟ ବ୍ୟତୀତ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ କରାଯାଏ। କିଛି ରିପୋର୍ଟ ଅନୁସାରେ, ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇ ଥାଏ। ଏଥିରେ ସୋରିଷ ତେଲର ଚାହିଦା ଅଧିକ। କିନ୍ତୁ ଯେଉଁ ସୋରିଷ ତେଲର ବ୍ୟବହାର ଆପଣ ଘରେ କରୁଛନ୍ତି, ତାହା କଣ ଅସଲି? ବାସ୍ତବରେ,ଏହି ସମୟରେ ବଜାରରେ ସୋରିଷ ତେଲର ଅନେକ ଭେରାଇଟି ମିଳୁଛି, ଏଥିରେ ଅସଲିକୁ ଜାଣିବା ମୁସ୍କିଲ ହୋଇ ପାରେ। ଏଠାରେ ଆସନ୍ତୁ ଜାଣିବା ଅପମିଶ୍ରଣ ତେଲର ଚିହ୍ନଟ କେମିତି କରିବେ। 

ଅପମିଶ୍ରଣ ସୋରିଷ ତେଲକୁ କେମିତି ଚେକ୍‌ କରିବେ –

ସୋରିଷ ତେଲର ଅପମିଶ୍ରଣର ଚିହ୍ନଟ କରିବାର ଅନେକ ଉପାୟ ରହିଛି। ଯେଉଁଥିରୁ ଗୋଟିଏ ଏହା କି ଆପଣ ଏହି ତେଲର ଫ୍ରିଜିଂ ଟେଷ୍ଟ କରନ୍ତୁ। ଏଥିପାଇଁ ଏକ ବାସନରେ କିଛି ସୋରିଷ ତେଲ ବାହାର କରନ୍ତୁ ଏବଂ ଏହାକୁ କିଛି ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏହାପରେ ଏହାକୁ ବାହାରକୁ ଆଣି ଦେଖନ୍ତୁ , ଯଦି ତେଲ ଜମା ହେବାର ନଜର ଆସେ, ବା ତେଲରେ ଧଳା ଛିଟା ଆସେ ତ , ଜାଣିବ କି ତେଲରେ ଅପମିଶ୍ରଣ ରହିଛି। 

ସୋରିଷ ତେଲର ସବୁଠୁ ବଡ଼ ଚିହ୍ନଟ ଏହାର ବାସ୍ନାରୁ କରାଯାଏ। ସୋରିଷ ତେଲରେ ବହୁତ ତୀବ୍ର ବାସ୍ନା ଆସି ଥାଏ। ହେଲେ ନକଲି ସୋରିଷ ତେଲର ଏତେ କଡ଼ା ହୋଇ ନଥାଏ।

୧- ସୋରିଷ ତେଲର ଚିହ୍ନଟ କରିବାକୁ ଆପଣ ଏକ କଡେଇରେ ସୋରିଷ ତେଲ ଗରମ କରନ୍ତୁ। ଯଦି ଏଥିରେ ଜୋରରେ ବାହାରେ ତ ଏହାର ଗନ୍ଧ ଗାଏବ ହୋଇ ଯାଏ, ହେଲେ ନକଲି ସୋରିଷ ତେଲରେ ଏମିତି ହୋଇ ନଥାଏ। 

୨- ତେଲର ରଙ୍ଗ ବଦଳାଇବାର ଅର୍ଥ ଏଥିରେ ଅପମିଶ୍ରଣ କରାଯାଇଛି। ଏହିପରି ତେଲରେ ବିଷାକ୍ତ ପଲିସାଇକ୍ଲିକ୍‌ ଲୁଣ ମିଳିଥାଏ, ଯାହାକୁ ସେଙ୍ଗୁଇନାରିନ୍‌ କୁହନ୍ତି। 

୩-ସୋରିଷ ତେଲର ଅପମିଶ୍ରଣ ଚେକ୍‌ କରିବା ପାଇଁ ହାତରେ କିଛି ତେଲ ନେଇ ଭଲରେ ରଗଡ଼ି ନିଅନ୍ତୁ। ଯଦି ତେଲରୁ କୌଣସି ରଙ୍ଗ ବାହାରେ ବା କେମିକାଲର ଗନ୍ଧ ଆସେ ତ ବୁଝିବ ଯେ ଏହା ନକଲି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.