ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଦଲିପ ଟ୍ରଫିରେ ଇଶାନ କିଷନଙ୍କ ଧ୍ବସ୍ତବିଧ୍ବସ୍ତ ଶତକ; କିନ୍ତୁ ଟିମ୍‌ ଇଣ୍ଡିଆକୁ ହୋଇପାରିବ କି ପ୍ରତ୍ୟାବର୍ତ୍ତନ ?

Image source: ABP Live

ନୂଆଦିଲ୍ଲୀ,୧୨/୦୯: ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟର ଇଶାନ୍ କିଶାନ୍ ଦଲିପ୍ ଟ୍ରଫିରେ ଏକ ଚମତ୍କାର ଶତକ ହାସଲ କରିଛନ୍ତି। କହିରଖୁଛୁ ଯେ, ଇଶାନ କିଶନ ଦୀର୍ଘ ଦିନ ଧରି ଟିମ୍‌ ଇଣ୍ଡିଆରୁ ବାହାର ଅଛନ୍ତି। ଏହା ବ୍ୟତୀତ ବିସିସିଆଇ ଇଶାନ କିଶନଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ ରଦ୍ଦ କରିଦେଇଛି, କିନ୍ତୁ ଏହି ୱିକେଟ୍ କିପର ବ୍ୟାଟର କ୍ରମାଗତ ଭାବେ ଘରୋଇ ମ୍ୟାଚ୍‌ରେ ରନ୍ ସ୍କୋର କରୁଛନ୍ତି। ଦଲିପ୍ ଟ୍ରଫିରେ ଇଶାନ୍ କିଶାନ୍ ୧୨୧ ବଲରେ ଶତକ ହାସଲ କରିଥିଲେ। କିନ୍ତୁ ଇଶାନ କିଶନ ଏହି ଶତକ ପରେ ଟିମ୍ ଇଣ୍ଡିଆକୁ ଫେରିବେ କି ନାହିଁ ତାହା ଏକ ବଡ଼ ପ୍ରଶ୍ନ। ଭାରତୀୟ ଦଳରେ ଇଶାନ କିଶନଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି।

ଶତକୀୟ ପାଳି ଖେଳିବା ପରେ ପାଭିଲିୟନ ଫେରିଥିଲେ ଇଶାନ: 

ଇଣ୍ଡିଆ-ସି ପାଇଁ ଖେଳୁଥିବା ଇଶାନ କିଷନ ୧୨୧ ବଲରେ ୧୧୧ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ସେ ନିଜ ଇନିଂସରେ ୧୪ ଚୌକା ଓ ୩ ଛକା ମାରିଥିଲେ। ଏକ ଶତକୀୟ ପାଳି ଖେଳିବା ପରେ ମୁକେଶ କୁମାରଙ୍କ ଦ୍ୱାରା ଇଶାନ କିଷନ ଆଉଟ୍‌ ହୋଇଥିଲେ। ଖବର ଲେଖା ସରିବା ସୁଦ୍ଧା ଇଣ୍ଡିଆ ସି ସ୍କୋର ୩ ୱିକେଟ୍ ବିନିମୟରେ ୨୯୬ ରନ୍ ଅଟେ। ଇଶାନ କିଶନ ପ୍ରଥମ ମ୍ୟାଚ୍‌ରେ ଆହତ କାରଣରୁ ଖେଳି ପାରି ନ ଥିଲେ। ପୁଣି ଦ୍ଵିତୀୟ ମ୍ୟାଚ୍‌ ପାଇଁ ଫିଟ୍ ନ ଥିଲେ। ମାତ୍ର ମ୍ୟାଚ୍‌ ଠିକ୍ ପୂର୍ବରୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା।

ଇଶାନ କିଶନ ଭାରତ ପାଇଁ ୨ଟି ଟେଷ୍ଟ ଖେଳିଛନ୍ତି। ଏହା ବ୍ୟତୀତ ୨୭ ଦିନିକିଆ ଓ ୩୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଦିନିକିଆ କ୍ରିକେଟ୍‌ରେ ସେ ଗୋଟିଏ ଶତକ ହାସଲ କରିଛନ୍ତି, ଯାହା ଦ୍ଵିଶତକ ଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ୫୦ ମ୍ୟାଚ୍‌ରୁ ୬ ଶତକ ଏବଂ ଟି-୨୦ ଅନ୍ତର୍ଜାତୀୟ ମୁକାବିଲ ୬ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.