ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଦିନକୁ ୭ ଘଣ୍ଟା ଶାନ୍ତିରେ ଶୋଇବା ଜରୁରି, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

ଭୁବନେଶ୍ୱର ୨୧/୦୬: ସୁସ୍ଥ ରହିବା ପାଇଁ ଡାଏଟ୍‌ ଓ ବ୍ୟାୟାମକୁ ସମସ୍ତେ ଗୁରୁତ୍ୱ ଦେଉଥିବା ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ ଜାଣନ୍ତି କି ସୁସ୍ଥ ଶରୀର ପାଇଁ ଡାଏଟ୍‌ ଓ ବ୍ୟାୟାମ ପରି ଶାନ୍ତି ନିଦ୍ରା ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ଦିନକୁ ୭ ଘଣ୍ଟା ଶାନ୍ତିରେ ଶୋଇବା ବହୁତ ଜରୁରି । ଏହାଦ୍ୱାରା ଶରୀର ଏବଂ ମସ୍ତିଷ୍କକୁ ଆରାମ ମିଳିବା ସହ ଶରୀର ଭିତର ପୁର୍ନଗଠନ ପାଇଁ ସମୟ ମିଳିଥାଏ । ନିୟମିତ ୭ ଘଣ୍ଟା ଶୋଇବା ଦ୍ୱାରା ଶରୀର ଓ ମସ୍ତିଷ୍କ ପ୍ରଭାବିତ ହୋଇଥାଏ । ଯଦି ଆପଣ ୭ ଘଣ୍ଟାରୁ ଅଧିକ ସମୟ ଶୁଅନ୍ତି, ତେବେ ଏହା ଶରୀର ଉପରେ କ୍ଷତି ପହଞ୍ଚାଇ ନଥାଏ ବରଂ ଲାଭଦାୟକ ହୋଇଥାଏ । ୭ରୁ ୮ ଘଣ୍ଟା ନିଦ ଶରୀର ପାଇଁ ଭଲ ବୋଲି ଗ୍ରହଣ କରାଯାଇଥାଏ । ଚାଲନ୍ତୁ ଦେଖିବା ୭ ଘଣ୍ଟାରୁ ଅଧିକ ଶୋଇବା ଶରୀରକୁ କେମିତି ଫାଇଦା ଦେଇଥାଏ । 

-ଶାନ୍ତିରେ ଶୋଇବା ଦ୍ୱାରା ମସ୍ତିଷ୍କ ଠିକ୍‌ ଭାବେ କାମ କରିଥାଏ । ଫଳରେ ଧ୍ୟାନକେନ୍ଦ୍ରୀତ କରିବା, ସ୍ମୁତିଶକ୍ତି ଓ କାମ କରିବାର କ୍ଷମତା ସହ ସକାରାତ୍ମକ ଚିନ୍ତାଧାରା ବଢିଥାଏ । 

-ଶାନ୍ତିରେ ଶୋଇବା ଦ୍ୱାରା ହୃଦୟ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ । ଫଳରେ ହୃଦୟ ରୋଗର ଆଶଙ୍କା କମ୍‌ ରହିଥାଏ । ୭ ଘଣ୍ଟାରୁ କମ୍‌ ଶୋଇବା ଦ୍ୱାରା ରକ୍ତଚାପ ବଢିଥାଏ, ଯାହାର କୁପ୍ରଭାବ ହୃଦୟ ଉପରେ ପଡିଥାଏ ।

-୭ ଘଣ୍ଟା ଶୋଇବା ଦ୍ୱାରା ଶରୀରରେ ଥିବା ଶର୍କରା ମେଟାବିଲିଜିମ୍‌ ଉପରେ ପ୍ରଭାବ ପଡିଥାଏ । ଫଳରେ ଟାଇପ୍‌-୨ ମଧୁମେହର ଆଶଙ୍କା କମ୍‌ ରହିଥାଏ । କମ୍‌ ଶୋଇବା ଦ୍ୱାରା ମୋଟାପଣ ବଢିବା ସହ ମେଟାବିଲିଜିମ୍‌ ଧୀମା ହୋଇଥାଏ । ଫଳରେ ମଧୁମେହ ସମସ୍ୟା ବଢିଥାଏ । 

-ବ୍ୟକ୍ତି ଭଲ ଭାବେ ଶୋଇ ନପାରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଉପରେ କୁପ୍ରଭାବ ପଡିଥାଏ । ଫଳରେ ବାରମ୍ବାର ଯେକୌଣସି ରୋଗ ହୋଇଥାଏ । କିନ୍ତୁ ଶାନ୍ତିରେ ଶୋଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବା ସହ ଆପଣଙ୍କୁ ସୁରକ୍ଷିତ କରିଥାଏ । 

-ଭଲ ଭାବେ ଶୋଇବା ଦ୍ୱାରା ଓଜନ ନିୟନ୍ତ୍ରିତ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.