ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିରେ ଯୋଗ ଦେଲେ ହେମନ୍ତ ସୋରେନ୍‌ଙ୍କ ଭାଉଜ, ବିଧାୟକ ପଦରୁ ଇସ୍ତଫା ଦେଇ କହିଲେ-ମୋ ପରିବାର ସବୁବେଳେ ଅବହେଳିତ ହୋଇଛି...

ସୋରେନ୍‌ ପରିବାରରେ ଶେଷରେ ତାହା ହେଲା ଯାହାର ଆଶଙ୍କା ଥିଲା। ଶିବୁ ସୋରେନ୍‌ଙ୍କ ପରିବାରରେ ବିଦ୍ରୋହ। ଗୁରୁଜୀଙ୍କ ବଡ ବୋହୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଭାଉଜ ସୀତା ସୋରେନ୍ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଦସ୍ୟତା ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଜେଏମ୍‌ଏମ୍‌ରୁ ଇସ୍ତଫା ପରେ ସୀତା ବିଜେପିରେ ଯୋଗ ଦେଇଛନ୍ତି।  ମଙ୍ଗଳବାର ଦିଲ୍ଲୀ ମୁଖ୍ୟାଳୟରେ  ସୀତା ସୋରେନ୍‌ଙ୍କୁ ବିନୋଦ ତାବଡେ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ଏହି ଅବସାରେ ସୀତା କହିଛନ୍ତି, ଝାଡଖଣ୍ଡର ମହାନର ସୋରେନ ପରିବାରକୁ ଛାଡି ମୋଦୀଜୀଙ୍କ ବିଶାଳ ପରିବାରରେ ଯୋଗ ଦେଇଛି। ଗତ ବହୁ ମାସ ହେବ ସୀତା ସୋରେନ୍ ଅସନ୍ତୁଷ୍ଟ ଥିବାର ଖବର ଆସୁଥିଲା। ଶେଷରେ ସୀତା ଦୁଃଖ ପ୍ରକାଶ କରି ଇସ୍ତଫା ଦେବା ପରେ ବିଜେପିରେ ଯୋଗ ଦେଇଛନ୍ତି।

ଶଶୁର ଶିବୁ ସୋରେନ୍‌ଙ୍କ ପାଖକୁ ଇସ୍ତଫା ପତ୍ର ପ୍ରଦାନ କରି ସୀତା କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ ନିଜର ଇସ୍ତଫା ଦେଉଛି। ସୀତା କହିଛନ୍ତି, ତାଙ୍କ ସ୍ବାମୀ ଦୁର୍ଗା ସୋରେନ୍‌ଙ୍କ ପରଲୋକ ପରେ ତାଙ୍କ ପରିବାର ପ୍ରତି ଅନ୍ୟାୟ ହୋଇଛି। ସେ ଦଳ ପାଇଁ ନିଜ ସ୍ବାମୀଙ୍କ ଯୋଗଦାନ  ସମ୍ପର୍କରେ ଆଲୋଚନା କରି ଲେଖିଛନ୍ତି, ମୋର ସ୍ବର୍ଗତ ସ୍ବାମୀ ଶ୍ରୀ ଦୁର୍ଗା ସୋରେନ୍‌,ଯିଏକି ଝାଡଖଣ୍ଡ ଆନ୍ଦୋଳନର ଅଗ୍ରଣୀ ଯୋଦ୍ଧା ଓ ମହାନ କ୍ରାନ୍ତିକାରୀ ଥିଲେ, ତାଙ୍କ ପରଲୋକ ପରେ ମୋ ପରିବାର ଲଗାତାର ଉପେକ୍ଷା ଶିକାର ହେଉଛି। ଦଳ ଓ ପରିବାରର ସଦସ୍ୟଙ୍କ ଦ୍ବାରା ଆମକୁ ଅବହେଳା କରାଯାଇଛି, ଯାହାକି ମୋ ପାଇଁ ଅତ୍ୟନ୍ତ ପୀଡାଦାୟକ। ମୁଁ ଆଶା କରିଥିଲି ସମୟ ସହିତ ସ୍ଥିତି ସୁଧୁରି ଯିବ, କିନ୍ତୁ ଦୁର୍ଭାଗ୍ୟ ହେଉଛି ଯେ ଏଭଳି କେବେ ହେଲାନି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା,ଯାହାକୁ ମୋର ସ୍ବର୍ଗତ ସ୍ବାମୀ ନିଜର ତ୍ୟାଗ ସମର୍ପଣ ଓ ନେତୃତ୍ବର କ୍ଷମତା ଉପରେ ଏକ ମହାନ ପାର୍ଟି ଗଠନ କରିଥିଲେ, ଆଜି ସେ ପାର୍ଟି ନାହିଁ ମୋତେ ଏହା ଦେଖି ଖୁବ ଦୁଃଖ ଲାଗୁଛି। ପାର୍ଟି ଏବେ ସେହି ଲୋକଙ୍କ ହାତରେ ଚାଳିଛି, ଯାହାଙ୍କର ଦୃଷ୍ଟିକୋଣ ଓ ଉଦେଶ୍ୟ ଆମ ମୂଲ୍ୟ ଓ ଆଦର୍ଶ ସହ ମେଳ ଖାଉନି।’ 

ଉଲ୍ଲେଖନୀୟ ଯେ, ସୀତା ସୋରେନ୍ ଦୀର୍ଘ ଦିନ ହେବ ଦଳରେ ନିଜକୁ ଉପେକ୍ଷିତ ମନେ କରୁଛନ୍ତି। ତାଙ୍କ ମତରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପାଇଁ ଶିବୁ ସୋରେନଙ୍କ ତିନି ପୁଅ ଭିତରୁ ଦୁର୍ଗା ସୋରେନ୍ ସବୁଠାରୁ ଅଧିକ ପରିଶ୍ରମ କରିଥିଲେ। ଦୁମକା ଜିଲ୍ଲାର ଜାମା ଆସନରୁ ବିଧାୟକ ସୀତାଙ୍କୁ କ୍ଷମତାରେ ଭାଗିଦାରୀ ନମିଳିବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ। ସୀତା ସବୁବେଳେ ନିଜର ପ୍ରତି ହେଉଥିବା ଅବହେଳା ସମ୍ପର୍କରେ କୁହନ୍ତି। ଯଦିଓ ଜେଏମ୍ଏମ୍ ତାଙ୍କୁ କେନ୍ଦ୍ର ମହାସଚିବ ପଦ ଦେଇଥିଲା, କିନ୍ତୁ ସଂଗଠନରେ ତାଙ୍କୁ ଆଶା ମୁତାବକ ମହତ୍ବ ଦିଆଯାଇନଥିଲା। ହେମନ୍ତ ସୋରେନ୍‌ ଜେଲ୍ ଯିବା ପରେ ଚମ୍ପାଇ ସୋରେନ୍‌ ସରକାର ଗଠନ କରିବା ସମୟରେ ସୀତା ସୋରେନ୍‌ ଅସନ୍ତୁଷ୍ଟ ଥିଲେ। ଚମ୍ପାଇ ସରକାରରେ ସୋରେନ୍ ପରିବାର ବସନ୍ତ ସୋରେନ୍‌ଙ୍କୁ ମନ୍ତ୍ରୀ କରାଯାଇଛି, ଯାହାଫଳରେ ସୀତାଙ୍କୁ ଲାଗିଥିଲା ଝଟକା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.