ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ କିଏ ଯିବ ରାଜ୍ୟସଭା ? ଚର୍ଚ୍ଚାରେ ଏହି ଦୁଇ ନାଁ...

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶର ଗୁନା ଲୋକସଭା ଆସନରୁ ଜିତିବା ପରେ ମଧ୍ୟପ୍ରଦେଶରରୁ ଏକ ରାଜ୍ୟସଭା ଆସନ ଖାଲି ପଡିଛି। ଏଥି ସହିତ ଏହି ଆସନକୁ ରାଜ୍ୟସଭାକୁ ପଠାଇବା ପାଇଁ ଅନେକ ନାମ ଉପରେ ଆଲୋଚନା ହେଉଛି । ମଧ୍ୟପ୍ରଦେଶର ରାଜ୍ୟସଭାର ଏହି ଗୋଟିଏ ଆସନ ଖାଲି ହେବା ପରେ ବିଜେପି ଏହି ଖାଲି ଆସନରେ କେପି ଯାଦବ କିମ୍ବା ନରୋତ୍ତମ ମିଶ୍ରାଙ୍କ ଉପରେ ମୋହର ଲଗାଇବାର ସମ୍ଭାବନା ରହିଛି।

ସୂଚନାଥାଉ କି,ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାର୍ଯ୍ୟକାଳ ୨୦୨୬ ବର୍ଷ ପର୍ଯ୍ୟନ୍ତ ରହିଛି। ଜୁନ୍ ୨୦୨୦ରେ ସିନ୍ଧିଆ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେ ବର୍ତ୍ତମାନ ଲୋକସଭାର ସଦସ୍ୟ ହୋଇଥିବାରୁ ତାଙ୍କ ରାଜ୍ୟସଭା ଆସନ ଖାଲି ପଡିଛି। ସୂଚନାଥାଉକି, ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ଯାଦବନ୍ଦ୍ର ସିଂଙ୍କୁ ୫ ଲକ୍ଷ ୪୦ ହଜାର ୯୨୯ ଭୋଟରେ ପରାସ୍ତ କରିଛନ୍ତି।

ତେବେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରୁ ବିଜେପିର ୮ ଜଣ ସାଂସଦ ଥିଲେ। ଯେଉଁଠାରେ କଂଗ୍ରେସର ତିନିଜଣ ରାଜ୍ୟସଭା ସାଂସଦ ଅଛନ୍ତି । ବର୍ତ୍ତମାନ ବିଜେପିର ଗୋଟିଏ ଆସନ ଖାଲି ପଡିଛି, ଯେଉଁଥିରେ ବିଜେପି କେ.ପି ଯାଦବ କିମ୍ବା ନରୋତ୍ତମ ମିଶ୍ରାଙ୍କୁ ପଠାଇ ପାରିବେ ।

ତେବେ ଚଳିତଥର ଜ୍ୟୋତିରାଦିତ୍ୟ ସିନ୍ଧିଆ ପୁଣି ଥରେ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ଗତଥର ମୋଦୀ ସରକାରରେ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କରାଯାଇଥିଲା ବେଳେ ଏଥର ମୋଦୀ କ୍ୟାବିନେଟରେ ଟେଲିକମ୍ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି । ତାଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କୃଷି ଓ କୃଷକ କଲ୍ୟାଣ ଏବଂ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କରାଯାଇଛି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.