ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସଂକଳ୍ପ ପତ୍ର ଜାରି, କୃଷିକ୍ଷେତ୍ର ଉପରେ ସର୍ବାଧିକ ଗୁରୁତ୍ୱ

ଫୁଲବାଣୀ, ୨୩/୩ : ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶନିବାର କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳୀୟ ଇସ୍ତାହାର ଭାବେ ଏହି ସଂକଳ୍ପ ପତ୍ର ଘୋଷଣା କରି ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା ହେଲେ ପ୍ରଥମ ୪ ବର୍ଷ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ରାଷ୍ଟ୍ରୀୟ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା। ସଂକଳ୍ପ ପତ୍ରରେ କୃଷିକ୍ଷେତ୍ର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସ୍ଥାନୀୟ ନେତାଜୀ କ୍ଲବ ଠାରେ ଜିଲ୍ଳା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 

ଇସ୍ତାହାର ଅନୁସାରେ, ସମସ୍ତ କୃଷିଋଣ ଛାଡ଼ କରାଯିବା ସହ ପ୍ରାଥମିକ ସମବାୟ କେନ୍ଦ୍ରରେ ସମସ୍ତ ଧାନ ସରକାରଙ୍କ ଦ୍ୱାରା ସରକାରୀ ଧାର୍ଯ୍ୟ ଦରରେ କିଣାଯିବା। କ୍ବିଣ୍ଟାଲ ପିଛା ୩ ହଜାର ଟଙ୍କା ଦିଆଯିବ। ରାଜ୍ୟରେ ଥିବା ସମସ୍ତ ଚାଷଜମିର ୭୫% ଜମିକୁ ଖରିଫ ଓ ୨୫% ଚାଷ ଜମିକୁ ଗ୍ରୀଷ୍ମକାଳୀନ ଚାଷପାଇଁ ଜଳସେଚନ ଯୋଗାଇ ଦିଆଯିବ । ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର, ଅଟାକଳ, ଡାଲିକଳ, ଶୀତଳୀକରଣ କେନ୍ଦ୍ର  ଖୋଲାଯିବ । କୃଷକ ପରିବାରର ଆୟ ୫ ବର୍ଷରେ ଦୁଇଗୁଣ ଅର୍ଥାତ ମାସିକ ୧୦ ହଜାର ଟଙ୍କାରୁ ଅଧ‌ିକ ନିଶ୍ଚିତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ପ୍ରତ୍ୟେକ ପଞ୍ଚାୟତରେ ଗୋ-ସେବା କେନ୍ଦ୍ର, ଗୋବର ଗ୍ୟାସ ପ୍ଲାଣ୍ଟ ନିର୍ମାଣ, ସବୁଜ ଖତ ପ୍ରସ୍ତୁତ ଓ ବିକ୍ରୟ, ଓମ୍‌ଫେଡ ଦ୍ୱାରା ସମସ୍ତ କ୍ଷୀର କ୍ରୟ, ୬୦ ବର୍ଷରୁ ଉର୍ଦ୍ଧ୍ଵ କୃଷକମାନଙ୍କୁ ମାସିକ ୨୦୦୦ଟଙ୍କା ଓ ୮୦ ବର୍ଷରୁ ଉର୍ଦ୍ଧ୍ବଙ୍କୁ ୩୦୦୦ ଟଙ୍କା ଦିଆଯିବ । ରାଜ୍ୟରେ ନୂତନ କୃଷି ବିଦ୍ୟାଳୟ, କୃଷି ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍, (ପାଞ୍ଚବର୍ଷ ପାଇଁ) ଦିଆଯିବ । ସମସ୍ତ କୃଷି ମୁଲିଆ ( ୬୦ ବର୍ଷରୁ ଊର୍ଦ୍ଧ୍ବ )ଙ୍କୁ ମାସିକ ୨୦୦୦ଟଙ୍କା ଭତ୍ତା ଦିଆଯିବ । ସୋଲାର ପମ୍ପ ପାଇଁ ଚାଷୀଙ୍କୁ ୯୦% ରିହାତି ଦିଆଯିବ। କ୍ଷତିପୂରଣ ଭଳି ଇସ୍ତାହାରରେ ଦଳ ପ୍ରତିଶ୍ରୁତି ଦେଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଅଜୟନ୍ତୀ ପ୍ରଧାନ, ଫୁଲବାଣୀ ବ୍ଳକ ସଭାପତି ପ୍ରତିଭା କହଁର, ନଗର ସଭାପତି ଶିବ ଶଙ୍କର ବେହେରା, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, ଶ୍ରମିକ ନେତା ଘନ ଶବର, ଓବିସି ସେଲ ସଭାପତି ସୂର୍ଯ୍ୟକାନ୍ତ ଦାସ, ମିଡିଆ ସେଲ ଅଧ୍ୟକ୍ଷ ବସନ୍ତ କୁମାର ପାଢ଼ୀ, ଡିସିସି ଉପସଭାପତି ହେମନ୍ତ କର, ରଜତ କୁମାର ମହାନ୍ତି, ସାଧାରଣ ସମ୍ପାଦକ ନନ୍ଦ କିଶୋର ଦାଶ, ସରୋଜ କୁମାର ପ୍ରଧାନ ସଞ୍ଜୟ କୁମାର କହଁର, ସଂସାର ଭୋଇ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। 

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.