ନୂଆଦିଲ୍ଲୀ ୧୮/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୧୭ ସେପ୍ଟେମ୍ବରରେ ନିଜ ୭୩ ତମ ଜନ୍ମଦିନ ଅବସରରେ ଦେଶବାସୀଙ୍କୁ ବଡ ଉପହାର ଦେଇ ‘ପିଏମ୍ ବିଶ୍ୱକର୍ମା ଯୋଜନା’ ଲଞ୍ଚ୍ କରିଛନ୍ତି । ଏହା ୧୩ ହଜାର କୋଟି ଟଙ୍କାର ସରକାରୀ ସ୍କିମ୍ । ଏହା ଦ୍ୱାରା ଲୋକଙ୍କୁ କୁଶଳୀ କରିବା ପାଇଁ ଚେଷ୍ଟା କରାଯିବ ଯାହା ଫଳରେ ସେମାନେ ନିଜ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିପାରିବେ । ଏଥିରେ ସ୍କିଲ୍ ଟ୍ରେନିଂ ସହିତ ହିତାଧିକାରୀଙ୍କୁ ୨ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦେବାର ମଧ୍ୟ ନିୟମ ରହିଛି ଯାହା କାରବାର ଆରମ୍ଭ କରିବାରେ ସାହାଯ୍ୟ କରିବ । ଆସନ୍ତୁ ଜାଣିବା ଏହି ଯୋଜନା ସମ୍ପର୍କରେ ଏବଂ ଆବେଦନ କରିବାର ପ୍ରକ୍ରିୟା....
ଏହି ଯୋଜନା ମାଧ୍ୟମରେ ବଣିଆ, କମାର, ବାରିକ ଭଳି ପୁରାତନ ଏବଂ ପାରମ୍ପରିକ କୌଶଳ ଶିଖିଥିବା ଲୋକଙ୍କୁ ଅନେକ ପ୍ରକାର ଫାଇଦା ମିଳିବ । ସରକାରଙ୍କ ତରଫରୁ ଯୋଜନାରେ ୧୮ ପାରମ୍ପରିକ କୈଶଳ ଶିଖିଥିବା ବ୍ୟବସାୟକୁ ସାମିଲ କରାଯାଇଛି, ଯାହା ଫଳରେ ସାରା ଭାରତରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର କାରିଗର ଏବଂ ଶିଳ୍ପୀଙ୍କୁ ସାହାଯ୍ୟ ମିଳିବ । ଏଥିରେ କାରପେଣ୍ଟର, ଡଙ୍ଗା ନିର୍ମାଣ କରୁଥିବା କାରିଗର, ଲୁହା କାମ କରୁଥିବା ଶିଳ୍ପୀ, ବଣିଆ, ମାଟିରେ ପ୍ରସ୍ତୁତ ବାସନକୁସନ(କୁମ୍ଭାର) ମୂର୍ତ୍ତିକାର, ରାଜମିସ୍ତ୍ରୀ, ମାଛ ଜାଲ ନିର୍ମାଣ କରୁଥିବା ଲୋକ, ଖେଳନା ଆଦି ପ୍ରସ୍ତୁତ କରୁଥିବା କାରିଗର ସାମିଲ ।
୨ ସପ୍ତାହରେ ୨୦ ଟଙ୍କା ବଢ଼ିଲା ଡାଲି, କିଲୋ ପିଛା ୧୭୫ ଟଙ୍କାରେ ବିକ୍ରି
ଏହି ଯୋଜନାର ସବୁଠାରୁ ବଡ ଫାଇଦା ହେବ କି ଯଦି କୌଣସି ସ୍କିଲ୍ଡ ବ୍ୟକ୍ତି ନିଜ କାରବାର ଆରମ୍ଭ କରିବାକୁ ଚାହୁଁଛି ଏବଂ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି ତେବେ ସେମାନେ ଏଥିପାଇଁ ଆବେଦନ କରିପାରିବେ । ଏଥିରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନର ନିୟମ ରହିଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ବିଜନେସ୍ ଆରମ୍ଭ କରିବା ପାଇଁ ୧ ଲକ୍ଷ ଟଙ୍କାର ଲୋନ୍ ଦିଆଯାଏ ଏବଂ ପରେ ତାକୁ ବିସ୍ତାର କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଲାଭାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇପାରିବେ । ଏହି ଲୋନ୍ ମାତ୍ର ୫ ପ୍ରତିଶତ ସୁଧ ହାରରେ ଯୋଗାଇ ଦିଆଯିବ ।
ସ୍କିଲ୍ ଟ୍ରେନିଂ ସହିତ ପ୍ରତିଦିନ ଷ୍ଟାଇପେଣ୍ଡ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲଞ୍ଚ୍ କରାଯାଇଥିବା ଏହି ଯୋଜନା ଅନୁସାରେ ନିର୍ଦ୍ଧାରିତ କରାଯାଇଥିବା ୧୮ ଟ୍ରେଡରେ ଲୋକଙ୍କୁ ଟ୍ରେନରଙ୍କ ଦ୍ୱାରା ଟ୍ରେନିଂ ଦିଆଯିବ ଏବଂ ଏହା ସହିତ ୫୦୦ ଟଙ୍କା ପ୍ରତିଦିନ ଷ୍ଟାଇପେଣ୍ଡ୍ ମଧ୍ୟ ଦିଆଯିବ । ସେହିଭଳି ଲାଭାର୍ଥୀଙ୍କୁ ଏଥିରେ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ଆଇଡି କାର୍ଡ, ବେସିକ୍ ଏବଂ ଆଡଭାନ୍ସ ଟ୍ରେନିଂ, ୧୫ ହଜାର ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ, ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ଇନସଟିଭ୍ ଦିଆଯିବ ।
ବିଶ୍ୱକର୍ମା ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀ
ଆବେଦନ କରିବା ପାଇଁ ଭାରତର ନାଗରିକ ହୋଇଥିବା ଦରକାର
ହିତାଧିକାରୀ ବିଶ୍ୱକର୍ମା ନିର୍ଦ୍ଧାରିତ ୧୮ ଟ୍ରେଡ୍ ମଧ୍ୟରୁ ଯେ କୌଣସି ଥିରେ ସମ୍ବନ୍ଧିତ ହୋଇଥିବା ଦରକାର
ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଦରକାର
ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ସମ୍ବନ୍ଧିତ ଟ୍ରେଡରେ ପ୍ରମାଣପତ୍ର ରହିଥିବା ଦରକାର
ଆବଶ୍ୟକ ଡକ୍ୟୁମେଣ୍ଟ
ଆଧାର କାର୍ଡ
ପାନ୍ କାର୍ଡ
ଆୟ ପ୍ରମାଣ ପତ୍ର
ଜାତି ପ୍ରମାଣ ପତ୍ର
ପରିଚୟ ପତ୍ର
ଆଡ୍ରେସ୍ ପ୍ରୁଫ୍
ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍
ବ୍ୟାଙ୍କ ପାସବୁକ୍
ବୈଧ ମୋବାଇଲ ନମ୍ବର
ଆବେଦନ କରିବାର ପ୍ରକ୍ରିୟା
ଅଫିସିଆଲ୍ ୱେବସାଇଟ୍ pmvishwakarma.gov.in କୁ ଯାଆନ୍ତୁ
ହୋମପେଜରେ PM Vishwakarma Kaushal Samman Yojana ନଜର ଆସିବ
ଏଠାରେ ଥିବା Apply Online ଅପ୍ସନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ
ଏବେ ଏଠାରେ ଆପଣଙ୍କୁ ନିଜ ରେଜିଷ୍ଟ୍ରେସନ କରିବାକୁ ପଡିବ
ରେଜିଷ୍ଟ୍ରେସନ ନମ୍ବର ଏବଂ ପାସୱର୍ଡ ଆପଣଙ୍କୁ ମୋବାଇଲରେ ଏସଏମଏସରେ ପଠାଯିବ
ଏହା ପରେ ରେଜିଷ୍ଟ୍ରେସନ ଫର୍ମକୁ ଭଲ ରୂପେ ପଢି ଭରନ୍ତୁ
ଭରାଯାଇଥିବା ଫର୍ମ ସହିତ ମଗାଯାଇଥିବା ସମସ୍ତ ଡକ୍ୟୁମେଣ୍ଟକୁ ସ୍କାନ୍ କରି ଅପଲୋଡ୍ କରନ୍ତୁ
ଏବେ ଫର୍ମରେ ଥିବା ସୂଚନାକୁ ଆଉ ଥରେ ଯାଞ୍ଚ କରି ସବମିଟ୍ କରନ୍ତୁ