କୋରାପୁଟ,୩୦/୦୯: କୋରାପୁଟ ପୈାର ପରିଷଦ ପକ୍ଷରୁ 'ସ୍ଵଚ୍ଛତା ହିଁ ସେବା' ଅଭିଯାନ ନେଇ ସାଇକେଲ ରାଲି ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲାପାଳ କାର୍ଯ୍ୟଳୟ ପରିସରରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଶୁଭାରମ୍ଭ କରିଥିବା ବେଳେ ପୁଜାରିପୁଟ କଲ୍ୟାଣ ମଣ୍ଡପରେ ସମାପନ ହୋଇଥିଲା ସାଇକେଲ ରାଲି। ଜିଲ୍ଲାପାଳ ଓ ଏସପି ନିଜେ ସାଇକେଲ ଚଳାଇ ସ୍ଵଚ୍ଛତା ବାର୍ତ୍ତା ଦେଇଛନ୍ତି । ନିଜକୁ ସୁସ୍ଥ ରଖିବା ସହ ସ୍ବଭାବ ଏବଂ ସଂସ୍କାରରେ ସ୍ଵଚ୍ଛତା ଆଣିବାକୁ ବାର୍ତ୍ତା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ।
ବିଜେପି ସାଂସଦଙ୍କ ବଡ ଦାବି, ବଦଳି ପାରନ୍ତି ଲୋକସଭାର...