ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଲ୍ୟାଣ୍ଡ୍ ଫର୍ ଜବ’ ମାମଲାରେ ବଢିଲା ଲାଲୁ ପରିବାରର ଅଡୁଆ, ରାବ୍ରୀ ଦେବୀ ସମେତ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଙ୍କ ନୋଟିସ୍…

ନୂଆଦିଲ୍ଲୀ: ବିହାରରେ ସରକାରକୁ ନେଇ ଚାଲିଥିବା ଘମାସାନ ମଧ୍ୟରେ ଲାଲୁ ପରିବାରର ସମସ୍ୟା ଆହୁରି ବଢି ଚାଲିଛି । 'ଲ୍ୟାଣ୍ଡ୍ ଫର୍ ଜବ୍' ମାମଲାରେ ଇଡିର ଚାର୍ଜସିଟକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଗ୍ରହଣ କରିଛନ୍ତି । ଇଡିର ଚାର୍ଜସିଟରେ ରାଉସ୍ ଆଭେନ୍ୟୁ କୋର୍ଟ ଅଭିଯୁକ୍ତ ଭାବରେ ରାବ୍ରି ଦେବୀ, ମିସା ଭାରତୀ, ହେମା ଯାଦବ, ହ୍ରୁଦୟାନନ୍ଦ ଚୌଧୁରୀ ଏବଂ ଅନ୍ୟମାନଙ୍କୁ ସମନ ଜାରି କରିଛନନ୍ତି । ଫେବୃଆରୀ ୯ରେ ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବାକୁ ରାଉସ୍ ଆଭେନ୍ୟୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଇଡି ଏକ ୪୭୫୧ ପୃଷ୍ଠା ଚାର୍ଜ ସିଟ୍ ଦାଖଲ କରିଛି । 

ସୂଚନାଥାଉକି, ଲ୍ୟାଣ୍ଡ୍ ଫର୍ ଜବ୍ ମାମଲାରେ ଏହା ହେଉଛି ଇଡିର ପ୍ରଥମ ଚାର୍ଜ ସିଟ୍ ।  ଏହି ମାମଲାରେ ଅର୍ଥ ହେରଫେର ହୋଇଥିବା ଦର୍ଶାଇ ଇଡି ମୋଟ ୭ଜଣଙ୍କୁ ଅଭିଯୁକ୍ତ କରିଛି । ଏହି ୭ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରାବ୍ରି ଦେବୀ, ମିସା ଭାରତୀ, ହେମା ଯାଦବ, ହ୍ରୁଦୟାନନ୍ଦ ଚୌଧୁରୀ, ଅମିତ କାତୟାଲ ଏବଂ ଦୁଇଟି କମ୍ପାନୀ ଏ.କେ ଇନଫୋସିଷ୍ଟମ ଏବଂ ଏବି ଏକ୍ସପୋର୍ଟ ଅନ୍ତର୍ଭୁକ୍ତ ରହିଛନ୍ତି । ଶୁଣାଣି ସମୟରେ ଇଡି କହିଥିଲେ ଯେ, ଅଭିଯୁକ୍ତ ଅମିତ କାତୟାଲ ୨୦୦୬-୦୭ ମସିହାରେ AK ଇନଫୋସିଷ୍ଟମ ନାମକ ଏକ କମ୍ପାନୀ ଗଠନ କରିଥିଲେ ।

କମ୍ପାନୀ ଆଇଟି ସହିତ ଜଡିତ ଥିଲା । ଇଡି କୋର୍ଟକୁ କହିଛି ଯେ, କମ୍ପାନୀ ପ୍ରକୃତରେ କୌଣସି ବ୍ୟବସାୟ କରିନାହିଁ କିନ୍ତୁ ଅନେକ ପ୍ଲଟ୍ କିଣିଛି । ଏହି ପ୍ଲଟଗୁଡିକ ମଧ୍ୟରୁ ଗୋଟିଏ ଜମି-ଚାକିରି ଦୁର୍ନୀତି ମାଧ୍ୟମରେ ହାସଲ କରାଯାଇଥିଲା । ଏହି ସମାନ କମ୍ପାନୀକୁ ୨୦୧୪ ରେ ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବଙ୍କ ନାମରେ ୧ ଲକ୍ଷ ଟଙ୍କାରେ ଟ୍ରାନ୍‌ସଫର କରାଯାଇଥିଲା । ସେହିଭଳି ଏବି ଏକ୍ସପୋର୍ଟ କମ୍ପାନୀ ୧୯୯୬ରେ ଏକ୍‌ସପୋର୍ଟ ବ୍ୟବସାୟ କରିବା ପାଇଁ ଗଠନ କରାଯାଇଥିଲା ।  

ଏହି ମାମଲାରେ ସାତୋଟି ପ୍ଲଟ୍ ଜଡିତ ଥିବା ଇଡି କୋର୍ଟଙ୍କୁ କହିଛନ୍ତି । ସେଥିମଧ୍ୟରୁ ରାବ୍ରି ଦେବୀ, ହେମା ଯାଦବ ଏବଂ ମିସା ଭାରତୀ ପ୍ଲଟ ହାସଲ କରିଥିଲେ, ପରେ ଏହି ପ୍ଲଟଗୁଡିକ ବିକ୍ରି ହୋଇଥିଲା । ଏହି ମାମଲାରେ କେବଳ ଅମିତ କାତୟାଲଙ୍କୁ ଗିରଫ କରାଯାଇଛି ବୋଲି ଇଡି କୋର୍ଟଙ୍କୁ କହିଛନ୍ତି ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.