ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ରାଜଧାନୀରୁ କଲରାପତରିଆ ବାଘ ଛାଲ ଜବତ, ଗ୍ରାହକ ସାଜି ବନ୍ୟଜନ୍ତୁ ତସ୍କରକୁ ମାଡ଼ି ବସିଲେ ବନ କର୍ମଚାରୀ

ଭୁବନେଶ୍ୱର,୨୯/୦୮: ରାଜଧାନୀରୁ ଜବତ ହୋଇଛି କଲରାପତରିଆ ବାଘ ଛାଲ । ୱାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ (ଡବ୍ଲୁଏଲ୍‌ସିସିବି) ଓ ଭୁବନେଶ୍ୱର ରେଞ୍ଜର ବନ କର୍ମଚାରୀମାନେ ତମାଣ୍ଡୋ କାଶିପୁରରେ ମିଳିତ ଚଢ଼ଉ କରି ଜଣେ ବନ୍ୟଜନ୍ତୁ ତସ୍କରକୁ ଧରିବା ସହ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି । ତାକୁ ପାତ୍ରପଡ଼ା ରେଞ୍ଜ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରାଯାଉଛି । ଏହି ବାଘଛାଲ କାରବାରରେ ଏକ ବଡ଼ ଧରଣର ର‌୍ୟାକେଟ୍‌ କାମ କରୁଥିବା ଟିମ୍‌ ସୂଚନା ପାଇଛି । ତେଣୁ ର‌୍ୟାକେଟରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । 

ମିଳିଥିବା ସୂଚନା ଅନୁଯାୟୀ, ଧରାପଡ଼ିଥିବା ତସ୍କର ନୟାଗଡ଼ ବାହାଡ଼ାଝୋଲା ଅଞ୍ଚଳର । ସେ ଓ ଅନ୍ୟମାନେ ମିଶି କଲରାପତରିଆ ବାଘ ଛାଲ କାରବାର କରୁଥିବା ଡବ୍ଲୁଏଲ୍‌ସିସିବି ସୂଚନା ପାଇଥିଲା । ଏହି ର‌୍ୟାକେଟ୍‌ ଭୁବନେଶ୍ୱରରେ ରହି ବାଘ ଛାଲ ବିକିବାକୁ ଯୋଜନା କରୁଥିବା ସୂଚନା ମିଳିବା ପରେ ଡବ୍ଲୁଏଲ୍‌ସିବି ଭୁବନେଶ୍ୱର ରେଞ୍ଜର ବନ କର୍ମଚାରୀମାନେ ଗ୍ରାହକ ସାଜି ଧରାପଡ଼ିଥିବା ତସ୍କର ସହ ମୋବାଇଲରେ ଯୋଗାଯୋଗ କରିଥିଲେ । ବାଘ ଛାଲ ଦେଖାଇବା ପରେ ମୂଲଚାଲ ହେବ ବୋଲି ତାକୁ କହିଥିଲେ । 

ବୁଧବାର ଅପରାହ୍ଣ ସାଢ଼େ ଗୋଟାଏ ବେଳେ ତସ୍କର ଜଣଙ୍କ ଏକ ବାଇକ୍‌ରେ କଲରାପତରିଆ ବାଘ ଛାଲ ଧରି ତମାଣ୍ଡୋ କାଶିପୁର ସ୍କୁଲ ନିକଟ ଖେଳପଡ଼ିଆରେ ପହଞ୍ଚିଥିଲା । ପୂର୍ବରୁ କିଛି କର୍ମଚାରୀ କାଶିପୁର ସ୍କୁଲ ଖେଳପଡ଼ିଆ ଚାରିପଟରେ ଛକି ରହିଥିଲେ । ଏହି ସମୟରେ ୨ କର୍ମଚାରୀ ତସ୍କର ପାଖକୁ ଯିବା ପରେ ସେ ବାଇକ୍‌ ଡିକିରୁ ଛାଲ ବାହାର କରିଥିଲା । ଏହି ସମୟରେ ଚାରିପଟୁ ଘେରି ରହିଥିବା ଟିମ୍‌ ତସ୍କୁରକୁ କାବୁ କରିବା ସହ ତା’ ନିକଟରୁ ୫ ଫୁଟ ଲମ୍ବର ଏକ କଲରାପତରିଆ ବାଘ ଛାଲ ଜବତ କରିଥିଲେ । 

ତସ୍କରକୁ ପାତ୍ରପଡ଼ାସ୍ଥିତ ଭୁବନେଶ୍ୱର ରେଞ୍ଜ ଅଫିସକୁ ନେଇ ପଚରାଉଚରା ଚାଲିଛି । ବାଘ ଛାଲ କାରବାରରେ ଏକ ବଡ଼ଧରଣର ର‌୍ୟାକେଟ୍‌ କାମ କରୁଥିବା ସୂଚନା ମିଳିଛି । ସିଟି ଡିଏଫ୍‌ଓ ଅଜିତ ଶତପଥିଙ୍କ କହିବା ଅନୁଯାୟୀ, ଏହି ବାଘ ଛାଲ କାରବାରରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବାକୁ ଆଜି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି । ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦିଆଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.