ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜେଲ୍‌ ବିଭାଗରେ ବଡ଼ ଧରଣ ଅଦଳବଦଳ: ୧୯ଜଣ ଜେଲର୍‌ଙ୍କ ବଦଳି

ଭୁବନେଶ୍ୱର,୦୯/୦୬: ନିର୍ବାଚନ  ଆଚରଣବିଧି ଉଠିବା ପରେ ଜେଲ୍‌ ବିଭାଗରେ ବଡ଼ ଧରଣ ଅଦଳବଦଳ  ହୋଇଛି । ଜେଲ୍‌ ବିଭାଗର ୧୯ଜଣ  ଜେଲର୍‌ଙ୍କ ବଦଳି ହୋଇଛି । ଝାରସୁଗୁଡ଼ା ଜେଲର ଜେଲର୍‌ ତଥା ଅଧୀକ୍ଷକ ଥିବା  ସତ୍ୟନାରାୟଣ ବେହେରାଙ୍କୁ ବ୍ରହ୍ମପୁର  ମଣ୍ଡଳ କାରାଗାରକୁ ଜେଲର୍‌ ଭାବେ ବଦଳି କରାଯାଇଛି । ଜଗତସିଂହପୁର  ଜେଲର୍‌ ମଦନ ମୋହନ ମାରାଣ୍ଡିଙ୍କୁ ଚମ୍ପୁଆ ସବ୍‌ ଜେଲ୍‌କୁ ବଦଳି ହୋଇଛି ।  

ବଡ଼ଗଡ଼ ଜିଲ୍ଳା ଜେଲର୍‌ ସଲମାନ କୁଜୁରଙ୍କର ଧର୍ମଗଡ଼ ସବ୍‌ ଜେଲ୍‌କୁ ବଦଳି ହୋଇଛି । ଦଶପଲ୍ଳା ଜେଲ୍‌ର ଜେଲର୍‌ ସଞ୍ଜୀବ କୁମାର ସୟଙ୍କର ବାଲିଗୁଡା ସବ୍‌ ଜେଲ୍‌କୁ ବଦଳି  ହୋଇଛି । ଚମ୍ପୁଆ ଜେଲ୍‌ର ଜେଲର ତଥା ଅଧୀକ୍ଷକ ସ୍ମିତାରାଣୀ ଖଟୁଆଙ୍କର  ଆନନ୍ଦପୁର ସବ୍‌ ଜେଲ୍‌କୁ ବଦଳି  ହୋଇଛି । ଆନନ୍ଦପୁରରେ ଥିବା ମଧୁସ୍ମିତା ସେଠୀଙ୍କୁ ବାରିପଦା ଜେଲ୍‌କୁ ବଦଳି  ହୋଇଛି । ଧର୍ମଗଡ଼ ସବ୍‌ ଜେଲରେ  ଥିବା ଜେଲର ଦାଶମି ବାଗ୍‌ଙ୍କ ପଦ୍ମପୁରକୁ  ବଦଳି ହୋଇଛି । ଆସ୍କାରେ ଥିବା ଜେଲର୍‌ ଖଗେଶ୍ୱର ସିଂହକୁ ଉମରକୋଟ୍‌ ସବ୍‌  ଜେଲ୍‌, ଗୁଣୁପୁରରେ ଥିବା ଜେଲର୍‌ ହନୁ ସେଠୀଙ୍କୁ ପାରଳାଖେମୁଣ୍ଡିକୁ ବଦଳି  ହୋଇଛି । ପାରଳାଖେମୁଣ୍ଡିର ଜେଲର  କେ.ପି. ପତିଙ୍କୁ ଗୁଣୁପୁରୁଙ୍କୁ ବଦଳି ହୋଇଛି। ପଦ୍ମପୁର ଜେଲର୍‌ ଦଣ୍ଡପାଣି ପାତ୍ରଙ୍କୁ ଭଞ୍ଜନଗର ସ୍ପେଶାଲ୍‌ ଜେଲ୍‌, ବ୍ରହ୍ମପୁର ମଣ୍ଡଳ କାରାଗାର ଜେଲର୍‌ ଲକ୍ଷ୍ମିକାନ୍ତ ମାଝିଙ୍କୁ ଝାରସୁଗୁଡା ଜିଲ୍ଳା ଜେଲ୍‌କୁ ବଦଳି ହୋଇଛି । 

ବାରିପଦା  ମଣ୍ଡଳ କାରାଗାର ଶଶିକାନ୍ତ ମହାଲିକଙ୍କୁ କେନ୍ଦ୍ରାପଡ଼ା, ବାଲିଗୁଡା ଜେଲର ଅଶୋକ କରଙ୍କୁ ବୌଦ୍ଧ ଜିଲ୍ଲା ଜେଲ୍‌, ଭଞ୍ଜନଗର ସ୍ପେଶାଲ୍‌ ଜେଲରୁ ମାନସ  ରଞ୍ଜନ ସାମନ୍ତଙ୍କୁ ଦଶପଲ୍ଲା ସବ୍‌ ଜେଲ୍‌କୁ  ଜେଲର୍‌ ତଥା ଅଧୀକ୍ଷକ ଭାବେ ବଦଳି  ହୋଇଛି । କେନ୍ଦ୍ରାପଡ଼ା ଜେଲ୍‌ର ବାବୁଲି  କରଙ୍କୁ ବାଙ୍କୀ ଜେଲ, ଉମରକୋଟ୍‌  ଜେଲର ଗଗନ ବିହାରି ସାହୁଙ୍କୁ  ଜଗତସିଂହପୁର ଜିଲ୍ଳା ଜେଲ୍‌, ବାଣପୁର  ଜେଲର ପୂର୍ଣ୍ଣିମା ବାଗ୍‌ଙ୍କୁ ବରଗଡ଼ ଜିଲ୍ଳା ଜେଲକୁ ବଦଳି ହୋଇଛି । ବୌଦ୍ଧ ଜେଲ୍‌ର ଜଗତ ବିହାରି ରାଉତରାୟଙ୍କୁ ବାଣପୁର ସବ୍‌ ଜେଲ୍‌କୁ ବଦଳି ହୋଇଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.