ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଜୁନ୍ ୮ରେ ଟିଏମ୍‌ସି ନବନିର୍ବାଚିତ ସାଂସଦଙ୍କ ସହ ମମତାଙ୍କ ବୈଠକ, ରାଜନୈତିକ ସ୍ଥିତିକୁ ନେଇ ଚର୍ଚ୍ଚା

Image Courtesy: ndtv

କୋଲକାତା,୦୬/୦୬: ଲୋକସଭା ନିର୍ବାଚନରେ ଜିତିଥିବା ୨୯ ଟିଏମ୍‌ସି ସାଂସଦଙ୍କ ସହ ଦଳର ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତା ୮ ତାରିଖରେ ବୈଠକ କରିବେ ।  କୋଲକାତାରେ ଏହା ଅନୁଷ୍ଠିତ ହେବ । ଜଣେ ଦଳୀୟ ନେତାଙ୍କ ମୁତାବକ ଶନିବାର ନବନିର୍ବାଚିତ ସାଂସଦଙ୍କ ବୈଠକ ବସିବ । ଏଥିରେ ରାଜନୈତିକ ସ୍ଥିତି ନେଇ ଚର୍ଚ୍ଚା ହେବ ।  ପଶ୍ଚିମବଙ୍ଗରେ ଏଥର ମମତାଙ୍କ ଦଳ ବିପୁଳ ସଫଳତା ପାଇଛି । ରାଜ୍ୟରେ ଥିବା ମୋଟ ୪୨ ଲୋକସଭା ଆସନରୁ  ଟିଏମ୍‌ସି ଏକାକୀ ୨୯ରେ ବିଜୟୀ ହୋଇଛି । ବିଜେପି ୧୨ଟି  ପାଇଥିବା ବେଳେ କଂଗ୍ରେସକୁ ୧ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।  

ଉଲ୍ଲେଖଯୋଗ୍ୟ, ‘ଇଣ୍ଡିଆ’ ମେଣ୍ଟରେ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ସାମିଲ ହୋଇ ନ ଥିଲେ । ସେ ବାହ୍ୟ ସମର୍ଥନ  ଦେବା କଥା କହିଥିଲେ । ପଶ୍ଚିମବଙ୍ଗରେ ଦଳ କଂଗ୍ରେସ  ସହ ଏକାଠି ନିର୍ବାଚନ ନ ଲଢ଼ି ସମସ୍ତ ୪୨ ଆସନରେ ପ୍ରାର୍ଥୀ  ଦେଇଥିଲା । ଜାତୀୟ ସ୍ତରରେ ବିରୋଧୀ ଦଳଗୁଡ଼ିକୁ ସମର୍ଥନ  ଜାରି ରହିବା ନେଇ ମମତା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.