ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ମନଲାଖି ଝିଅକୁ ବିବାହ କରିବାକୁ ଆଶା କରି ପୂଜା କରୁଥିଲା, ମନୋକାମନା ପୂରଣ ନହେବାରୁ ମନ୍ଦିରରୁ ଚୋରି କଲା ଶିବଲିଙ୍ଗ

ଲକ୍ଷ୍ନୌ ୬/୯: କୌଶାମ୍ବୀ ଜିଲ୍ଲାର ମହେୱାଘାଟ ଅଞ୍ଚଳରେ ନିଜ ବିବାହ ମନୋକାମନା ପୁରା ନହେବାରୁ ଜଣେ ଯୁବକ ମନ୍ଦିରରୁ ଶିବଲିଙ୍ଗ ଚୋରି କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଶିବଲିଙ୍ଗକୁ ମନ୍ଦିରରେ ପୁଣି ସ୍ଥାପିତ କରିଛି । ପୋଲିସ ଅଧିକାରୀ ଅଭିଷେକ କୁମାର ବୁଧବାର ଜଣାଇଛି କି ମହେୱାଘାଟ ଥାନା ଅଞ୍ଚଳରେ କୁମ୍ହିୟାବା ଗାଁର ଛୋଟୁକୁ ଏକ ସ୍ଥାନୀୟ ମନ୍ଦିରରେ ଶିବଲିଙ୍ଗ ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ ଶିବଲିଙ୍ଗ ଜବତ କରି ପୁଣି ମନ୍ଦିରରେ ସ୍ଥାପନ କରିଛି । 

ପୋଲିସ ଜଣାଇଛି କି ସେପ୍ଟେମ୍ବର ୧ ତାରିଖରେ କିଛି ଲୋକ ମନ୍ଦିରରେ ପୁଜା କରିବାକୁ ପହଞ୍ଚିବା ପରେ ଦେଖିଲେ କି ଶିବଲିଙ୍ଗ ନାହିଁ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦେହ ଆଧାରରେ ୩ ସେପ୍ଟେମ୍ବରରେ ଛୋଟୁକୁ ଧରିଥିଲା । ପଚରାଉଚରା ପରେ ସବୁ ଜଣାପଡିଯାଇଥିଲା । 

ପୋଲିସ ସୂଚନା ଅନୁସାରେ ଛୋଟୁ ନିଜ କୌଣସି ସମ୍ପର୍କୀୟ ଝିଅକୁ ବିବାହ କରିବାକୁ ଚାହୁଁଥିଲା । କିନ୍ତୁ ତାଙ୍କ ପରିବାର ଲୋକେ ରାଜିହେଲେନି । ଏଥିରେ ଛୋଟୁ ଶ୍ରାବଣ ମାସରେ ଭଗବାନ ଶିବଙ୍କ ମନ୍ଦିରରେ ପୂଜା କରି ବିବାହ ପାଇଁ ମାନସିକ କରିଥିଲା । ଗାଁ ଲୋକଙ୍କ କହିବାନୁସାରେ ସେ ବିଧି ବିଧାନ ଅନୁସାରେ ଭଗବାନଙ୍କୁ ପୂଜା କରୁଥିଲା । କିନ୍ତୁ ମନୋକାମନା ପୂରଣ ନହେବାରୁ ସେ ମୂର୍ତ୍ତି ଚୋରି କରିଥିଲା ।

Copyright © 2022 - Summa Real Media Private Limited. All Rights Reserved.