ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା, ନିର୍ବାଚନ ଲାଗି ମାଗିଥିଲେ ଆଶ୍ବସ୍ତି

ନୂଆଦିଲ୍ଳୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟରୁ ଆଶ୍ବସ୍ତି ମିଳିନାହିଁ । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ତାଙ୍କର ଜାମିନ ଆବେଦନ ଉପରେ ଏପ୍ରିଲ ୨୦ରେ ଶୁଣାଣି କରିବେ ।  ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜେଲ ଅବଧି ଏପ୍ରିଲ ୨୩ ଯାଏଁ ବଢ଼ାଇଥିଲେ ରାଉଜ ଆଭେନ୍ୟୁ କୋର୍ଟ । ଆଜି କେଜ୍ରିଓ୍ବାଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । 

ସିସୋଦିଆଙ୍କୁ ୨୦୨୩ ଫେବୃଆରୀ ୨୬ରେ ଗିରଫ କରିଥିଲା ସିବିଆଇ । ପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଗିରଫ କରିଥିଲା । ଜାମିନ ଲାଗି ସିସୋଦିଆ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ତାଙ୍କୁ ଆଶ୍ବସ୍ତି ମିଳିପାରି ନାହିଁ । ମନୀଷ ସିସୋଦିଆ ଲୋକସଭା ନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ଜାମିନ ଆବେଦନ କରିଛନ୍ତି । ଏହି ଆବେଦନ ଉପରେ ଏପ୍ରିଲ ୨୦ରେ ଶୁଣାଣି ହେବ । 

ଦେଶରେ ପ୍ରଥମ ଚରଣର ନିର୍ବାଚନ ଏପ୍ରିଲ ୧୯ରେ ହେବାକୁ ଯାଉଛି । ଦିଲ୍ଲୀରେ ମେ’ ୨୫ରେ ଲୋକସଭାର ସବୁ ୭ଟି ଆସନରେ ନିର୍ବାଚନ ହେବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ପରେ ସିସୋଦିଆ ଦ୍ବିତୀୟ କ୍ଷମତା କେନ୍ଦ୍ର ବୋଲି କୁହାଯାଏ । ଏକଦା ସେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ସାଙ୍ଗକୁ ଉପମୁଖ୍ୟମନ୍ତ୍ରୀ ଥିଲେ । ଗିରଫ ହେବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଉ ଏବେ ଉଭୟ କେଜ୍ରିଓ୍ବାଲ ଏବଂ ସିସୋଦିଆ ଜେଲରେ ଅଛନ୍ତି । 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.