ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ନିର୍ବାଚନ ପ୍ରଚାରରେ ଟ୍ରମ୍ପଙ୍କ ସହ ରହୁନାହାନ୍ତି ମେଲାନିୟା, ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୬: ରାଷ୍ଟ୍ରପତି ଥିବା ବେଳେ ଡୋନାଲ୍ଡୋ ଟ୍ରମ୍ପଙ୍କ ସହିତ ସବୁବେଳେ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଦେଖିବାକୁ ମିଳିଥାନ୍ତି। ତେବେ ପଦରୁ ହଟିବା ପରେ ତାଙ୍କୁ ଦେଖିବା ଖୁବ୍ କମ୍ ହୋଇଯାଇଛି। ସେଭଳି ଏବେ ଡୋନାଲ୍ଡୋ ଟ୍ରମ୍ପ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାରରେ ଲାଗି ରହିଛନ୍ତି, ସେବେଠାରୁ ତାଙ୍କ ସହ ମେଲେନିଆ ଟ୍ରମ୍ପ ଦେଖିବାକୁ ମିଳୁନାହାନ୍ତି। ନ୍ୟୁୟର୍କରେ ଟ୍ରମ୍ପଙ୍କୁ ସଜା ଶୁଣାଯିବା ଓ କୋର୍ଟରେ ଶୁଣାଣି ବେଳେ ମଧ୍ୟ କେବେ ଦେଖାଯାଇ ନାହାନ୍ତି। ଟ୍ରମ୍ପଙ୍କ ଉପରେ ପୋର୍ଣ୍ଣ ଷ୍ଟାରଙ୍କୁ ମୋଟା ଅଙ୍କର ଟଙ୍କା ଦେବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। 

ଟ୍ରମ୍ପ ୭୮ ତମ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍ କ୍ଲବ ବଡ ପାର୍ଟି ଆୟୋଜନ କରିଥିଲେ। ଏଥିରେ ମେଲାନିଆ ଯୋଗ ଦେଇନଥିଲେ। ଓହିଓ ବିଶ୍ବବିଦ୍ୟାଳୟର ପ୍ରଫେସର କ୍ୟାଥରିନ୍ ଜୋଲିସନ୍ କହିଛନ୍ତି, ତାଙ୍କର ଏଭଳି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅବସରରେ ଅନୁପସ୍ଥିତ ରହିବା ସାଧାରଣ କଥା ନୁହେଁ। ହୋଇପାରେ ମେଲାନିଆ ଟ୍ରମ୍ପ ପରମ୍ପରାକୁ ଭାଙ୍ଗିବାକୁ ଚାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.