ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମା’ ଦଣ୍ଡକାଳୀଙ୍କ ଦଣ୍ଡ ଯାତ୍ରା ଓ ମେରୁ ଯାତ୍ରା ଉଦ୍‌ଯାପିତ

 ମାଲକାନଗିରି,୧୪ । ୪ : ଗତ ୧୩ଦିନଧରି ଚାଲିଥିବା ମାଲକାନଗିରିର ମା’ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଆଜି ପବିତ୍ର ପଣାସଂକ୍ରାନ୍ତି ଅବସରରେ ଉଦ ଯାପିତ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ମା’ ଦଣ୍ଡକାଳି ପୁଜା କମିଟିର ରାମଚନ୍ଦ୍ର ଦଲେଇ,ଚିତ୍ରସେନ ନାୟକ, ପ୍ରକାଶ ଖଟାଇ,ବିପ୍ରବରାଡ ଙ୍କ ନେତୃତ୍ବରେ ଜିଲ୍ଲାର ମୁଖ୍ୟ ୧୨ଟି ଦେବୀ ସ୍ଥାନ ଭ୍ରମଣକରି ଆଜି ମାଲକାନଗିରି ମା’ ଦଣ୍ଡକାଳୀଙ୍କ ପୀଠରେ ପହଁଚି ଥିଲେ |

ମା’ ଙ୍କ ପିଠରେ ଦଣ୍ଡ ଯାତ୍ରାଦଳ ପ୍ରଥମେ ଧୁଳିଦଣ୍ଡ ପରେ ପାଣିଦଣ୍ଡ ଓ ଅପରାହ୍ନରେ ମେରୁଦଣ୍ଡ ପ୍ରଦର୍ଶନ କରିଥିଲେ ।ମା’ଙ୍କ ପୀଠରେ ଭୋଗପ୍ରସାଦ ସହିତ ପଣାର ବ୍ୟବସ୍ଥା ହୋଇଥିଲା । ମା’ ଦଣ୍ଡକାଳିଙ୍କ ପୀଠରେ ଶତାଧିକ ମାନସିକ ଧାରି ଭକ୍ତମାନେ ପୁଜା ଅର୍ଚ୍ଚନା କରିଥିଲେ । ଏହି ମେରୁ ଯାତ୍ରା ଦେଖିବା ପାଇଁ ଶତାଧିକ ଭକ୍ତ ଓ ଦର୍ଶକ ମାନଙ୍କ ଭିଡ ଲାଗିଥିଲା।

ଆହୁରି ପଢନ୍ତୁ : ନାବାଳକ ପୁଅର ଗୋଇଠା ମାଡରେ ବାପା ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.