ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା, ପ୍ରଥମ ଥର ଭାଗ ନେବେ ସାଉଦି ଆରବର ମଡେଲ

ନୂଆଦିଲ୍ଲୀ ୨୮/୦୩: ଚଳିତ ବର୍ଷ ଶେଷରେ ମେକ୍ସିକୋରେ ଅନୁଷ୍ଠିତ ହେବ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା । ଏଥିରେ ପ୍ରଥମ ଥର ଭାଗ ନେବ ସାଉଦି ଆରବ । ଏହି ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱ କରିବେ ୨୭ ବର୍ଷୀୟା ମଡେଲ ରୁମି ଅଲଖତାନୀ । ଏ ବିଷୟରେ ରୁମି ନିଜେ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ଏଥିସହ ସେ ନିଜର ସଦ୍ୟତମ ଫଟୋ ମଧ୍ୟ ଶେୟାର କରିଛନ୍ତି । ଫଟୋ ସହ କ୍ୟାପ୍‌ସନ ଲେଖିଛନ୍ତି ‘ମୋ ପାଇଁ ଏହା ଗର୍ବର କଥା । ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ପ୍ରଥମ ସାଉଦି ମହିଳା ହେବା ଖୁସିର କଥା ।’ 




ରୁମି ଏହା ପୂର୍ବରୁ ମିସ୍‌ ସାଉଦି ଆରବ, ମିସ୍‌ ମିଡିଲ ଇଷ୍ଟ୍‌, ମିସ୍‌ ଆରବ ୱର୍ଲଡ୍‌ ପିସ୍‌ ଓ ମିସ୍‌ ଓମ୍ୟାନ୍‌ (ସାଉଦି ଆରବ) ଭଳି ସୁନ୍ଦରୀ ପ୍ରତିଯୋଗିତାର ବିଜୟିନୀ ହୋଇଛନ୍ତି । ସାଉଦି ଆରବର ରାଜଧାନୀ ରିୟାଦ ବାସିନ୍ଦା ରୁମି ଜଣେ ମଡେଲ ଏବଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋଅର୍‌ ଅଛନ୍ତି । ନିକଟରେ ମାଲେସିୟାରେ ଅନୁଷ୍ଠିତ ମିସ୍‌ ଏସିଆନ୍‌ ପ୍ରତିଯୋଗିତା ସେ ଜିତିଥିଲେ । ୧୯୫୨ ମସିହାରେ ପ୍ରଥମ ଥର ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଲେବାନନ ଓ ବାହାରିନ ଭଳି ଦେଶର ସୁନ୍ଦରୀ ଭାଗ ନେଇଥାନ୍ତି । କିନ୍ତୁ ପ୍ରଥମ ଥର ସାଉଦି ଆରବର ସୁନ୍ଦରୀ ଭାଗ ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.