ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ମହିଳାଙ୍କ ଖଣ୍ଡବିଖଣ୍ଡିତ ଗଳିତ ଶବ ଉଦ୍ଧାର, ୬ ଦିନ ତଳୁ ଥିଲେ ନିଖୋଜ

କୋଇଡ଼ା, ୦୨/୦୯ : ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର। କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତ କଳମଙ୍ଗ ଗ୍ରାମ ନିକଟସ୍ଥ ମେଣ୍ଢାମାରୁଣୀ ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି।

ସୂଚନା ଅନୁଯାଇ, କଳମଙ୍ଗ ଗ୍ରାମ ନିବାସୀ ଦେବେନ୍ଦ୍ର ନାଏକଙ୍କ ପତ୍ନୀ ଗୁରା ନାଏକ (୪୫ ବର୍ଷ) ୬ ଦିନ ତଳେ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ I ପରିବାର ଲୋକ ବହୁ ଖୋଜାଖୋଜି କଲା ପରେ ମହିଳାଙ୍କ କୌଣସି ସନ୍ଧାନ ମିଳି ନଥିଲା। ପରିବାର ଲୋକ ଏନେଇ କୋଇଡା ଥାନାରେ ଏତଲା ଦେଇଥିଲେ I ଗତକାଲି ଗ୍ରାମର କିଛି ଲୋକ ମେଣ୍ଡାମାରୁଣୀ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଗଳିତ ଶବଟିକୁ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ I 

ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଗୁରା ପିନ୍ଧିଥିବା ଶାଢ଼ୀ ଓ ଶବକୁ ଦେଖିବା ପରେ ଏହା ଗୁରାଙ୍କର ବୋଲି ଚି଼ହ୍ନଟ କରିଥିଲେ I ମୃତଦେହ ନିକଟରେ ହାତୀ ପାଦ ଚି଼ହ୍ନ ପଡ଼ିଥିବା ବେଳେ ମୃତ ଶରୀରର କିଛି ଅଂଶକୁ ଜଙ୍ଗଲୀ ଜନ୍ତୁ ଖାଇଥିବା ଅନୁମାନ କରାଯାଉଛି I ଘଟଣା ସମ୍ପର୍କରେ ଖବର ପାଇ ଆଜି ସଖାଳୁ କୋଇଡ଼ା ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କୋଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ I ଶବ ବ୍ୟବଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି I

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.