କେନ୍ଦୁଝର. ୨୯।୯ : ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ର ଗୋବିନ୍ଦପୁର ଗାଁର ରାମଜିତ ଟୁଡ଼ୁଙ୍କୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତରେ ପ୍ରଶଂସା କରିଛନ୍ତି । କାରଣ ସେ ଆଜି ସାନ୍ତାଳି ଭାଷାକୁ ଡିଜିଟାଲ ପ୍ଳାଟଫର୍ମରେ ଅପଲୋଡ କରି ସାରା ବିଶ୍ଵରେ ପରିଚିତ କରାଇଛନ୍ତି ।
ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦି। ସାନ୍ତାଳି ଭାଷା ପାଇଁ ମୟୂରଭଂଜ ଯୁବକ ରାମଜିତଙ୍କ ଅବଦାନ କଥା କହିଥିଲେ। ନିଜ ମାତୃଭାଷା ପାଇଁ ରାମ୍ଜିତ୍ ଟୁଡୁ ଗୌରବ ଆଣିଛନ୍ତି। ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି ରାମଜିତ୍’ । ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷା ପହଞ୍ଚିଛି।ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ପଢ଼ିବା ସହ ଲେଖାଯାଇପାରୁଛି। ସରକାରୀ ଚାକିରୀ ରେ ଥାଇ ମଧ୍ୟ ସମୟ ବାହାର କରି ନିଜ ମାତୃଭାଷା ଲାଗି ସେ ଯାହା କରିଛନ୍ତି ସେ ଲାଗି ସମଗ୍ର ସାନ୍ତାଳୀ ସମାଜ ପକ୍ଷରୁ ସେ ପ୍ରଶଂସାର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମଜିତ ଯୁକ୍ତ ୨ ପରେ ଡିପ୍ଲୋମା କରୁଥିବା ବେଳେ ଏଆରଆଇ ଚାକିରି ପାଇ ଏବେ କେନ୍ଦୁଝରରେ ଟ୍ରେନିଂ ନେଉଛନ୍ତି ।