ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଟୟ ଟ୍ରେନ୍ ବନ୍ଦ

ବାରଙ୍ଗ, ୨୨/୦୮: ନନ୍ଦନକାନନ  ପ୍ରାଣୀ ଉଦ୍ୟାନର ଶିଶୁ ରେଳଗାଡ଼ି (ଟୟ ଟ୍ରେନ୍) ଚଳାଚଳ ଗତ ୧୩ ତାରିଖରୁ ବନ୍ଦ ହୋଇଛି । ତେବେ କେଉଁ କାରଣରୁ ବନ୍ଦ ରହିଛି କର୍ତ୍ତୃପକ୍ଷ କହୁନାହାନ୍ତି । ଗଲା ଜାନୁଆରୀରେ ବ୍ୟାଟେରୀ ଖରାପ ହେବା କାରଣ ଦର୍ଶାଇ ପ୍ରାୟ ୩ ମାସ ଶିଶୁ ରେଳଗାଡ଼ି ବନ୍ଦ ରହିଥିଲା । ତେବେ ମାର୍ଚ୍ଚ ମାସରେ ରେଳଗାଡ଼ି  ପୁଣି ଚାଲିଥିଲା । ଦୁଇରୁ ତିନିମାସ  ଶିଶୁ ରେଳଗାଡି ଚଳାଚଳ ବନ୍ଦ ରହିବ ବୋଲି ଶୁଣିବାକୁ ମିଳୁଛି । 

ପ୍ରାଣୀ ଉଦ୍ୟାନରେ ୧୯୭୧  ମସିହାରେ ପ୍ରଥମେ ଡିଜେଲ ଚାଳିତ ଶିଶୁ ରେଳଗାଡ଼ି ଗଡ଼ିଥିଲା ।  ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୨୦୧୪ ମସିହାରେ  ରେଳଗାଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିଲା । ପୁଣି ୨୦୨୧ ଅକ୍ଟୋବର ୮ ତାରିଖରେ ବ୍ୟାଟେରି ଚାଳିତ ଶିଶୁ ରେଳଗାଡ଼ି ଆରମ୍ଭ ହୋଇଥିଲା । ଶିଶୁ ରେଳଗାଡ଼ି ଯନ୍ତ୍ରାଂଶ  ନିମ୍ନମାନର ଯୋଗୁ ଅଳ୍ପ ଚାଲି ବହୁ  ସମୟ ଖରାପ ହେଉବାର ଅଭିଯୋଗ ଉଠୁଛି । ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.