ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ମାମଲା : ଅନୁଭବଙ୍କ ନାଁରେ NBW ଜାରି

ଭୁବନେଶ୍ଵର, ୧୩/୦୫ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ମାମଲା। ଅନୁଭବଙ୍କ ନାଁରେ NBW (ନନ୍ ବେଲେବୁଲ୍ ୱାରେଣ୍ଟ) ଜାରି କଲେ କଟକ ଜେଏମ୍‌ଏଫ୍‌ସି କୋର୍ଟ। ଖୁବ୍ ଶୀଘ୍ର ବନ୍ଧା ହୋଇପାରନ୍ତି ସାଂସଦ ଅନୁଭବ। ପୁରୀଘାଟ ଥାନାରେ ବର୍ଷାଙ୍କ ଦ୍ଵାରା ରୁଜୁ ହୋଇଥିବା ମାମଲାରେ ଜାରି ହେଲା NBW। ୨୩ ତାରିଖ ସୁଦ୍ଧା ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ କରିବାକୁ ପୁରୀଘାଟ ଥାନାକୁ ନିର୍ଦ୍ଦେଶ ଦେଲେ କୋର୍ଟ। ଆଜି ଅନୁଭବଙ୍କ ନାଁରେ ହେବାର ଥିଲା ଚାର୍ଜଫ୍ରେମ୍। ପୂର୍ବରୁ ଥରେ ସମୟ ଲୋଡ଼ିଥିଲେ ଅନୁଭବ। ଆଜି ମଧ୍ୟ ସମୟ ଲୋଡ଼ିଥିଲେ ଅନୁଭବ। ଯାହାଫଳରେ ଆଜି ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ।

ସୂଚନାନୁଯାୟୀ, ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ରୁଜୁ ମାମଲାରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ଶୁକ୍ରବାର ଚାର୍ଜଫ୍ରେମ୍‌ କରାଯିବାର ଥିଲା। କିନ୍ତୁ ଶୁକ୍ରବାର ଅନୁଭବ ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଅଦାଲତରେ ଉପସ୍ଥିତ ନହୋଇ ସେମାନଙ୍କ ଆଇନଜୀବୀଙ୍କ ଜରିଆରେ ଏକ ଟାଇମ୍‌ ପିଟିସନ୍‌ ଦାଖଲ୍‌ କରିଥିଲେ। ଏହି ପିଟିସନ୍‌ରେ ଜରିଆରେ ଅଦାଲତରେ ଉପସ୍ଥିତ ହେବା ପାଇଁ ସେମାନେ କିଛି ଦିନ ମହଲତ ମାଗିଥିଲେ। କଟକ ଜେଏମ୍‌ଏଫ୍‌ସିଙ୍କ ଅଦାଲତ ତଥା ଏମ୍‌ପି/ଏମ୍‌ଏଲଏ ସ୍ୱତନ୍ତ୍ର ଅଦାଲତ ଏହି ପ୍ରାର୍ଥନାକୁ ଗ୍ରହଣ କରି ସୋମବାର ଚାର୍ଜଫ୍ରେମ୍‌ ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଆଜି ଅନୁଭବ ମହାନ୍ତି ଏବଂ ତାଙ୍କର ଦୁଇ ସହଯୋଗୀ ସୁଜିତ୍‌ ଦଳେଇ ଏବଂ ଖଗେନ୍ଦ୍ର ପ୍ରସାଦ ସାହୁ ଅଦାଲତରେ ଉପସ୍ଥିତ ରହିବାର ଥିଲା । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.