ପ୍ରମୁଖ ଖବର
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଓଟିଡିସି ରେସ୍ତୋରାଁ ‘ନିମନ୍ତ୍ରଣ’ର ଦ୍ୱିତୀୟ ବାର୍ଷିକ ଉତ୍ସବ: ନୂଆଦିଲ୍ଲୀ, ବେଙ୍ଗାଲୁରୁରେ ଖୋଲିବ ୨ ଆଉଟ୍‌ଲେଟ

ଭୁବନେଶ୍ୱର,୦୫/୦୯: ଓଡ଼ିଶାରେ  ଖାଣ୍ଟି ଓଡ଼ିଆ ଖାଦ୍ୟ ପରଷୁଥିବା ୩ଟି  ନିମନ୍ତ୍ରଣ ରେସ୍ତୋରାଁ ଥିଲାବେଳେ  ଖୁବ୍‌ଶୀଘ୍ର ରାଜ୍ୟ ବାହାରେ ୨ଟି  ଆଉଟ୍‌ଲେଟ୍‌ ଖୋଲିବ । ଓଡ଼ିଆ ଖାଦ୍ୟର  ଚାହିଦା ଅନୁଯାୟୀ ସେଠାରେ ଲୋକଙ୍କୁ  ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ପରଷିବାକୁ  ନୂଆଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ୨ଟି  ନିମନ୍ତ୍ରଣ ରେସ୍ତୋରାଁ ଖୋଲିବାକୁ  ପ୍ରସ୍ତୁତି ଚାଲିଛି । ଏନେଇ ନିମନ୍ତ୍ରଣ  ରେସ୍ତୋରାଁର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ ଅବସରରେ ସୂଚନା ଦିଆଯାଇଛି ।  

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ  (ଓଟିଡିସି) ଅଧ୍ୟକ୍ଷ ଡ. ଲେନିନ ମହାନ୍ତିଙ୍କ  ଉପସ୍ଥିତିରେ ଜନପଥ ଆଉଟ୍‌ଲେଟ୍‌ଠାରେ  ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।  ଓଡ଼ିଆ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀର  ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ଆମର  ପ୍ରତିବଦ୍ଧତା ଅତୁଟ ରହିଛି ବୋଲି ଡ.  ମହାନ୍ତି କହିଛନ୍ତି । ଏହି ପରିପ୍ରେକ୍ଷୀରେ  ଓଟିଡିସିର ଅଧିକାରୀ ଓ କର୍ମଚାରୀଙ୍କ  ସହ ରେସ୍ତୋରାଁକୁ ଆସୁଥିବା ଅତିଥିଙ୍କ  ଉପସ୍ଥିତିରେ କେକ୍‌ କଟାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ  ବିଭାଗ ସ୍ୱତନ୍ତ୍ର ଅଧିକାରୀ ଅଂଶୁମାନ  ରଥ, ଓଟିଡିସି ଡିଭିଜନାଲ ମ୍ୟାନେଜର (ଫାଇନାନ୍ସ) ଅଭିଜିତ ସ୍ୱାଇଁ, ଡିଭିଜନାଲ  ମ୍ୟାନେଜର (ମାର୍କେଟିଂ) ପ୍ରଶାନ୍ତ ପଣ୍ଡା,  ଡିଭିଜନାଲ ମ୍ୟାନେଜର (କାର୍ମିକ) ଡ.  ଆଲୋକ ମିଶ୍ର, ଡିଭିଜନାଲ ମ୍ୟାନେଜର  (ପରିବହନ) ରଞ୍ଜନ ମିଶ୍ର, ଅଧୀକ୍ଷଣ  ଯନ୍ତ୍ରୀ ସୁନୀଲ ବେହେରା, ନିମନ୍ତ୍ରଣର  କାର୍ଯ୍ୟନିର୍ବାହୀ ସେଫ୍‌ ସଞ୍ଜୟ ସରକାର,  ମ୍ୟାନେଜର ନିମନ୍ତ୍ରଣ ଭୁବନେଶ୍ୱର  ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ  ଥିଲେ ।

Copyright © 2022 - Summa Real Media Private Limited. All Rights Reserved.