ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ମୋଦିଙ୍କ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଯୋଜନାକୁ ନୀତୀଶଙ୍କ ସମର୍ଥନ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ସରକାରଙ୍କ ୩ୟ କାର୍ଯ୍ୟକାଳର ସବୁଠୁ ବଡ଼ ଯୋଜନା ‘ଗୋଟିଏ ଦେଶ ,ଗୋଟିଏ ନିର୍ବାଚନ’କୁ ନୀତୀଶ କୁମାରଙ୍କ ପାର୍ଟି ଜେଡିୟୁ ସମର୍ଥନ କରିଛି। ଜେଡିୟୁ ସୋମବାର ମୋଦିଙ୍କ ପ୍ଲାନକୁ ସମର୍ଥନ କରି କହିଛନ୍ତି , ଏଥିରେ ନୀତି ଗୁଡ଼ିକର ନିରନ୍ତରତା ଜାରି ରହିବ , ତଥା ବାରମ୍ୱାର ନିର୍ବାଚନ ହେବାର ସମସ୍ୟାକୁ ମଧ୍ୟ ଦୂର କରାଯାଇ ପାରିବ। ବର୍ତ୍ତମାନର ଲୋକସଭାରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ (ଏନଡିଏ)ର ପ୍ରମୁଖ ସହଯୋଗୀ ଜେଡେୟୁର ଏହି ବୟାନ ଏମିତି ସମୟରେ ଆସିଛି, ଯେବେ କେନ୍ଦ୍ର ସରକାରଙ୍କ ସୂତ୍ରରୁ ରବିବାର କୁହାଯାଇଥିଲା କି , ଭାରତୀୟ ଜନତା ପାର୍ଟି (ବିଜେପି) ପରିଚାଳିତ ସରକାର ଏହି କାର୍ଯ୍ୟକାଳରେ ହିଁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କୁ ଲାଗୁ କରିବ। ସୂତ୍ର ଭରସା ଦେଇଥିଲା ଯେ ଏହାକୁ ସବୁ ଦଳର ସମର୍ଥନ ମିଳିବ। 

ଜେଡିୟୁର ରାଷ୍ଟ୍ରୀୟ ପ୍ରବକ୍ତା ରାଜିବ ରଞ୍ଜନ ପ୍ରସାଦ ଏକ ଭିଡ଼ିଓ ଜାରି କରି କହିଛନ୍ତି, ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଉପରେ ତାଙ୍କର ପାର୍ଟି ଓ ଏନଡିଏର ରାୟ ଗୋଟିଏ ରହିଛି। ସେ କହିଛନ୍ତି , ଆମେ ଜାଣିଛୁ କି, ଏଥିରେ ଦେଶରେ ନୀତି ଗୁଡିକର ନିରନ୍ତରତା ଜାରି ରହିବ। ବାରମ୍ୱାର ହେବାକୁ ଥିବା ନିର୍ବାଚନରେ ବିକାଶର ଯୋଜନାର ଗତି ଅବରୁଦ୍ଧ ହୋଇଥାଏ ଏବଂ ଅନ୍ୟ ସବୁ ସମସ୍ୟା ମଧ୍ୟ ଆସିଥାଏ। ଏଥିରୁ ମୁକ୍ତି ମିଳିବ।

ଜେଡିୟୁ  ପ୍ରବକ୍ତା କହିଛନ୍ତି , ଏଥିରେ ମତଦାତା ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରକୁ ଆସିବେ ଏବଂ ବିକାଶ କାର୍ଯ୍ୟ ମଧ୍ୟ ଖୁବ୍‌ ଜୋରରେ ଆଗେଇବ। ସେ କହିଛନ୍ତି , ବିକାଶ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଯେଉଁ ନିଷ୍ପତ୍ତି ରହିଛି , ଏହାର କ୍ରିୟାନ୍ୱୟନ ଏହାପରେ ଭଲ ଉପାୟରେ କରାଯାଇ ପାରିବ। ବିଜେପି ବ୍ୟତୀତ ତେଲୁଗୁ ଦେଶମ ପାର୍ଟି ( ଟିଡିପି) ପରେ ଜେଡ଼ିୟୁ ଏନଡିଏର ୩ୟ ସବୁଠୁ ବଡ଼ ଦଳ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଜୋରଦାର ଟିପ୍ପଣୀ କରିଛନ୍ତି । ଗତ ମାସରେ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରୁ ପିଏମ ମୋଦି କହିଥିଲେ, ବାରମ୍ୱାର ନିର୍ବାଚନରେ ଦେଶର ପ୍ରଗତିରେ ବାଧା ଉପୁଜୁଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନର ପୂର୍ବରୁ ବିଜେପି ନିର୍ବାଚନ ଘୋଷଣାପତ୍ରରେ ଗୋଟିଏ ଦେଶ , ଗୋଟିଏ ନିର୍ବାଚନକୁ ପ୍ରମୁଖ ପ୍ରତିଶ୍ରୁତି ଭାବେ ସାମିଲ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.