ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

୧୦୦ମିଟର ଦୌଡ଼ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ଜିତିଲେ ୟୁଏସଏର ନୋଆ ଲାଇଲ୍ସ, ୦.୦୦୫ସେକେଣ୍ଡରେ କିସେନ ଥମ୍ପସନଙ୍କୁ ଦେଲେ ମାତ୍

ପ୍ୟାରିସ୍‌,୦୫/୦୮: ସବୁ ଆଲୋଚନାର ଅନ୍ତ ଘଟାଇ ବିଶ୍ୱ ଚାମ୍ପିଅନ୍‌ ୟୁଏସଏର ନୋଆ ଲାଇଲ୍ସ ୧୦୦ମିଟର ଦୌଡ଼ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ହାସଲ  କରିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୯.୭୯ ସେକେଣ୍ଡରେ ଅତିକ୍ରମ କରିଥିଲେ । ଜାମାଇକାର କିସେନ ଥମ୍ପସନ ମଧ୍ୟ ୯.୭୯ ସେକେଣ୍ଡ୍‌ରେ ରେସ୍‌ ଶେଷ କରିଥିଲେ । ମାତ୍ର  ବିଜେତା ଘୋଷିତ ହୋଇଥିଲେ ଲାଇଲ୍ସ ।  କିଛି କ୍ଷଣ ପାଇଁ ଏହା ପଛର  ରହସ୍ୟ ବୁଝା ପଡ଼ି ନଥିଲା । ଷ୍ଟାଡିୟମ୍‌ରେ ଲାଗିଥିବା ବିଶାଳ ସ୍କ୍ରିନ୍‌ରେ ଲାଇଲ୍ସ ଓ ଥମ୍ପସନ୍‌ଙ୍କ ରେସ୍‌ ଟାଇମ୍‌  ପ୍ରକାଶ ପାଇବା ମାତ୍ରେ ଲାଇଲ୍ସ ବିଜୟ ଉଲ୍ଲାସରେ  ଆତ୍ମହରା ହୋଇଯାଇଥିଲେ । ସେ ୯.୭୮୪ ସେକେଣ୍ଡ  ଓ ଥମ୍ପସନ ୯.୭୮୯ସେକେଣ୍ଡରେ ରେସ୍‌ ଶେଷ  କରିଥିଲେ । ୟୁଏସଏର ଫ୍ରେଡ୍‌ କର୍ଲି ୯.୮୧ ସେକେଣ୍ଡ  ଟାଇମିଂ ସହ ବ୍ରୋଞ୍ଜ ପଦକ ଜିତିଥିଲେ । 

ଲାଇଲ୍ସଙ୍କ ଏହି ପଦକ ୟୁଏସଏ ପାଇଁ ରହିଥିଲା  ସ୍ୱତନ୍ତ୍ର । ୨୦ ବର୍ଷ ପରେ ୟୁଏସଏକୁ ପୁରୁଷ ବର୍ଗ  ୧୦୦ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଫେରିଥିଲା ।  କେବଳ ସେତିକି ନୁହେଁ, ୟୁଏସଏ ପଦକ ତାଲିକାର  ଶୀର୍ଷକୁ ଉନ୍ନୀତ ହୋଇଥିଲା । ୟୁଏସଏ ପାଇଁ ଏହା  ଥିଲା ପ୍ୟାରିସ୍‌ରେ ୧୯ତମ ସ୍ୱର୍ଣ୍ଣ ପଦକ । 

ଲାଇଲ୍ସ ଓ ଥମ୍ପସନଙ୍କ ମଧ୍ୟରେ ସମୟର  ବ୍ୟବଧାନ ଅତ୍ୟନ୍ତ କମ୍‌ ରହିଥିଲା । ୧ ସେକେଣ୍ଡର  ୫୦୦୦ଭାଗରୁ ଭାଗେ (୦.୦୦୫) ବ୍ୟବଧାନ  ବଳରେ ଲାଇଲ୍ସ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୂର୍ବରୁ  ୧୦୦ମିଟର ଦୌଡ଼ ଇତିହାସରେ ଏତେ କମ୍‌ ସମୟ  ବ୍ୟବଧାନରେ ପଦକ ଫଇସଲା ହୋଇ ନଥିଲା ।   

ବିଶ୍ୱ ଚାମ୍ପିଅନ୍‌ ଲାଇଲ୍ସ, ୱାର୍ଲ୍ଡ ଲିଡର ଥମ୍ପସନ୍‌,  ଅବଲିକ୍‌ ସେଭିଲ୍‌ ଓ କର୍ଲିଙ୍କ ମଧ୍ୟରେ ଏଥର ସ୍ୱର୍ଣ୍ଣ  ପଦକକୁ ନେଇ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି  ପୂର୍ବାନୁମାନ କରାଯାଉଥିଲା । ସେଭିଲ ଏକମାତ୍ର  ପ୍ରତିଯୋଗୀ ଭାବେ ଚଳିତ ବର୍ଷ ଲାଇଲ୍ସଙ୍କୁ ପରାଜିତ  କରିଥିଲେ । ମାତ୍ର ସେ ଅନ୍ତିମ ସ୍ଥାନରେ ରହିଥିଲେ ।  ଶେଷ ଥର ପାଇଁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ  ଜଷ୍ଟିନ ଗାଟଲିନ୍‌ (୯.୮୫ସେକେଣ୍ଡ) ସ୍ୱର୍ଣ୍ଣ ପଦକ  ହାସଲ କରିଥିଲେ । ଏହାପରେ ୨୦୦୮ ବେଜିଂ, ୨୦୧୨  ଲଣ୍ଡନ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ଜାମାଇକାର  ୟୁସେନ ବୋଲ୍ଟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଟୋକିଓ  ଅଲିମ୍ପିକ୍ସରେ ଇଟାଲୀର ମର୍ସେଲ ଜାକବ୍ସ ସ୍ୱର୍ଣ୍ଣ ପଦକ  ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।  ଏଥର ସେ ପଞ୍ଚମ ସ୍ଥାନରେ ରହିଥିଲେ ।  

ସେମି ଫାଇନାଲ୍‌ରେ ଥମ୍ପସନ ଦ୍ରୁତତମ  ସାବ୍ୟସ୍ତ ହେବା ପରେ ଜାମାଇକାକୁ ପୁନର୍ବାର  ସ୍ୱର୍ଣ୍ଣ ପଦକ ଫେରିବ ବୋଲି ଆଶା ଜାଗ୍ରତ  ହୋଇଥିଲା । ମାତ୍ର ଲାଇଲ୍ସ ତାଙ୍କ ୩ବର୍ଷ ତଳର  ପ୍ରତିଶ୍ରୁତି ରଖିଥିଲେ । ଫାଇନାଲ୍‌ ରେସ୍‌ ବେଳକୁ  ଷ୍ଟେଡ୍‌ ଡି ଫ୍ରାନ୍ସରେ ୮୦,୦୦୦ ଦର୍ଶକ ଏକତ୍ରିତ  ହୋଇ ସାରିଥିଲେ । ରେସ୍‌ ଆରମ୍ଭ ହେବା ମାତ୍ରେ  ଦର୍ଶକ କୋଳାହଳରେ ଷ୍ଟାଡ଼ିୟମ୍‌ କମ୍ପିଥିଲା । ଟ୍ରାକ  ଉପରେ ୧୦ସେକେଣ୍ଡର ସେହି ଲଢ଼େଇ ଜଣେ  ହେଲେ ଦର୍ଶକଙ୍କୁ ବସିବାକୁ ସୁଯୋଗ ଦେଇ ନଥିଲା । 

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.