ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନରୱେ ଚେସ୍‌୨୦୨୪: ବିଶ୍ୱ ଚାମ୍ପିଅନ ଲିରେନଙ୍କୁ ହରାଇଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ ୦୫/୦୬: ଭାରତର ଚେସ୍‌ ବିସ୍ମୟ ଆର୍‌. ପ୍ରଜ୍ଞାନନ୍ଦା ଚଳିତ ନରୱେ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଆଉ ଏକ ବିପର୍ଯ୍ୟୟ ଘଟାଇଛନ୍ତି । ଓପନ ବର୍ଗର ସପ୍ତମ ରାଉଣ୍ଡ୍‌ରେ ସେ ବିଶ୍ୱ ଚାମ୍ପିଅନ୍‌ ଚୀନର ଡିଙ୍ଗ୍‌ ଲିରେନଙ୍କୁ ପରାସ୍ତ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମେ କ୍ଲାସିକାଲ ଗେମ୍‌ ଡ୍ର’ ରହିଥିଲା । ଏହାପରେ ପ୍ରଜ୍ଞାନନ୍ଦା ଆର୍ମାଡେଗନ ଗେମ୍‌ରେ ଲିରେନଙ୍କୁ ହରାଇଥିଲେ । ପୂର୍ବରୁ ସେ ବିଶ୍ୱର ୧ନଂ ଖେଳାଳି ମାଗନସ୍‌ କାର୍ଲସେନ ଏବଂ ୨ନଂ ଖେଳାଳି ଆମେରିକାର ଫାବିଆନୋ କାରୁଆନାଙ୍କୁ ହରାଇଥିଲେ । 




ସପ୍ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ପ୍ରଜ୍ଞାନନ୍ଦା ମୋଟ ୧୧ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ନରୱେ ତାରକା କାର୍ଲସେନ (୧୩) ଓ ଆମେରିକାର ହିକାରୁ ନାକାମୁରା (୧୨.୫) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ମହିଳା ବର୍ଗରେ ପ୍ରଜ୍ଞାନନ୍ଦାଙ୍କ ଭଉଣୀ ଆର୍‌ ବୈଶାଳୀ କ୍ରମାନ୍ୱୟରେ ଦ୍ୱିତୀୟ ମ୍ୟାଚ୍‌ ପରାଜିତ ହୋଇଛନ୍ତି । ସେ ନିଜ ଦେଶର କୋନେରୁ ହମ୍ପିଙ୍କ ନିକଟରୁ ହାରି ଯାଇଥିଲେ । ସପ୍ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବୈଶାଳୀ ୧୦ପଏଣ୍ଟ ସହ ତୃତୀୟ, ହମ୍ପି ୮ପଏଣ୍ଟ ସହ ପଞ୍ଚମ ଏବଂ ୟୁକ୍ରେନର ଆନ୍ନା ମୁଜିଚୁକ (୧୨) ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.