ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାନସଭା ବଜେଟ୍ ଅଧିବେଶନ: ଆଜି କାମଚଳା ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର,୦୮/୦୨: ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍‌।  ପାଖାପାଖି ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇପାରେ । ଏଥିରୁ କାର୍ଯ୍ୟକ୍ରମ ଖର୍ଚ୍ଚ ଅର୍ଥାତ ଯୋଜନା ବ୍ୟୟ ଅଧାରୁ ଅଧିକ । ଚଳିତ ଆର୍ଥିକ ବର୍ଷ ତୁଳନାରେ ୧୬ରୁ ୧୭ ପ୍ରତିଶତ ବଢ଼ିବ ଖର୍ଚ୍ଚ ଏ ବାବଦରେ । ବିକାଶର ଇଂଜିନ୍‌ କୁହାଯାଉଥିବା ପୁଞ୍ଜି ବ୍ୟୟକୁ ବି ଅଧିକ ପାଣ୍ଠି ଯୋଗାଇ ଦିଆଯାଇପାରେ । 

ଏମିତି ହୋଇପାରେ ରାଜ୍ୟ ବଜେଟର ରୂପରେଖ । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ କାମଚଳା ବଜେଟ୍‌ ଉପସ୍ଥାପନ କରିବେ । କୌଣସି ନୂଆ ଯୋଜନା କିମ୍ବା କାର୍ଯ୍ୟକ୍ରମ ଘୋଷଣା ହେବ ନାହିଁ । କେବଳ କାର୍ଯ୍ୟକାରୀ ହେଉଥିବା ଯୋଜନା ପାଇଁ ବ୍ୟୟ ପ୍ରସ୍ତାବ ରଖାଯିବ । ନିର୍ବାଚନ ପରେ ଆସିବ ପୂର୍ଣାଙ୍ଗ ବଜେଟ । ବର୍ଷକର ଆୟବ୍ୟୟ ହିସାବ ଦେଇ ୪ ମାସର ଖର୍ଚ୍ଚ ପାଇଁ ଗୃହର ଅନୁମତି ଲୋଡ଼ିବେ ସରକାର । 

୨୦୨୩-୨୪ରେ ମୋଟ ବ୍ୟୟ ଅଟକଳ ଆକାର ଥିଲା ୨ ଲକ୍ଷ ୩୦ ହଜାର କୋଟି ଟଙ୍କା । ଏଥିରୁ କାର୍ଯ୍ୟକ୍ରମ ଖର୍ଚ୍ଚ ଅଂଶ ଥିଲା ୧ ଲକ୍ଷ ୨୫ ହଜାର କୋଟି । ପୁଞ୍ଜି ବ୍ୟୟ (କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର୍‌) ବାବଦରେ ୫୧ ହଜାର ୬୩୮ କୋଟି ବରାଦ କରାଯାଇଥିଲା । 

ଆଗାମୀ ବର୍ଷ ମୋଟ ଆୟ ୨ ଲକ୍ଷ ୨୦ ହଜାର କୋଟି ଟପିବ ବୋଲି ଅନୁମାନ କରାଯାଉଛି । କେନ୍ଦ୍ରୀୟ ସୂତ୍ରରୁ ୯୦ ହଜାର କୋଟି ମିଳିବ ବୋଲି କେନ୍ଦ୍ର ବଜେଟ୍‌ରୁ ଆଭାସ ମିଳିଛି । କେନ୍ଦ୍ରୀୟ   ଟିକସରେ ରାଜ୍ୟ ଭାଗ ବାବଦରେ ୫୫ ହଜାର କୋଟି ଓ କେନ୍ଦ୍ରୀୟ ଅନୁଦାନରେ ୩୫ ହଜାର କୋଟି ପାଇବ ରାଜ୍ୟ । ନିଜସ୍ୱ ରାଜସ୍ୱ ଆୟ ୧ ଲକ୍ଷ ୩୦ ହଜାର କୋଟି ଟପିପାରେ । ବିତ୍ତୀୟ ନିଅଣ୍ଟ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଡିପି)ର ୩ ପ୍ରତିଶତ ଭିତରେ ସୀମିତ ରହିପାରେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.