ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୋଲି ପରେ ଆସିବ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ତାଲିକା, ଦିଲ୍ଲୀ​‌ରେ ବସିବ ସ୍କ୍ରିନିଂ କମିଟି ମିଟିଂ

ଭୁବନେଶ୍ୱର,୨୧/୦୩: ହୋଲି ପରେ ଆସିବ ଓଡ଼ିଶା କଂଗ୍ରେସର ପ୍ରାର୍ଥୀ ତାଲିକା । ଉଭୟ ଲୋକସଭା ଓ ବିଧାନସଭାର ପ୍ରାର୍ଥୀ ତାଲିକା ଜାରି ହେବ । ହୋଲି ପରେ ଦିଲ୍ଲୀରେ ସ୍କ୍ରିନିଂ କମିଟି ମିଟିଂ ହେବ । ସ୍କ୍ରିନିଂ କମିଟି ବୈଠକ ପରେ ଚୂଡାନ୍ତ  ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ଯିବ । ତାଲିକା ପାଇବା  ପରେ ସେମାନେ ଯେ କୌଣସି ମୁହୁର୍ତ୍ତରେ ଘୋଷଣା କରିପାରିବେ ବୋଲି  ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । 

ନୂଆଦିଲ୍ଲୀ ୨୪ ଆକବର ରୋଡ୍‌ କଂଗ୍ରେସ ମୁଖ୍ୟାଳୟ ଏଆଇସିସିରୁ  ମଙ୍ଗଳବାର ହଠାତ ଆସିଲା ଡାକରା । ଡାକରା ପାଇ ପିସିସି ସଭାପତି ଶ୍ରୀ  ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ସହ ପ୍ରଭାରୀ  ଖ୍ରୀଷ୍ଟୋଫର ତିଲକ୍‌, ଶାହାନୱାଜ ଚୌଧୁରୀ, ଏଆଇସିସି ପକ୍ଷରୁ ଓଡ଼ିଶା ଦାୟିତ୍ୱରେ  ଥିବା ପର୍ଯ୍ୟବେକ୍ଷକ ତଥା ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ମୀନାକ୍ଷି ନଟରାଜନ, ଡ. ହାରକ  ସିଂ ରାୱତ ଓ ପ୍ରଗତ ସିଂ ପ୍ରମୁଖ ପହଞ୍ଚିଥିଲେ । ଓଡ଼ିଶାରେ କଂଗ୍ରେସ କିଭଳି ଭଲ  କରିବ, ସେ ନେଇ ହୋଇଥିଲା ଆଲୋଚନା । ଏଆଇସିସି ସାଧାରଣ ସମ୍ପାଦକ  କେ ସି ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଦୀର୍ଘ ସମୟ ଧରି ବୈଠକ ହୋଇଥିଲା ।  

ଆଗାମୀ ଦିନରେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାକୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ  ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆସିବେ ବୋଲି ସୂଚନା ଦିଆଯାଇଛି । ସେହି ଅନୁସାରେ ରାଜ୍ୟର ୪ କୋଣରେ ୪ଟି ବଡ଼ ସମାବେଶ ହେବ ବୋଲି  ସ୍ଥିର କରାଯାଇଛି । ଏହି ଅବସରରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ  କୁମାର କହିଛନ୍ତି, ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ବ୍ୟାପକ ସୁଯୋଗ ରହିଛି । ଓଡ଼ିଶାବାସୀ ଉଭୟ ବିଜେଡି ଓ ବିଜେପି ଉପରୁ ଆସ୍ଥା ହରାଇଛନ୍ତି । କଠିନ  ପରିଶ୍ରମ କଲେ ଆମେ ସରକାର ଗଢିବୁ ବୋଲି ଅଜୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.