ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରାଜ୍ୟପାଳଙ୍କ ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ଡାକ୍ତରୀ ଦଳ ନିୟୋଜିତ

ଭୁବନେଶ୍ୱର,୦୨/୦୯: କ୍ୟାପିଟାଲ୍‌  ହସ୍ପିଟାଲ୍‌-ପିଜିଆଇଏମ୍‌ଇଆରରେ ରାଜ୍ୟପାଳ  ରଘୁବର ଦାସଙ୍କ ଅର୍ଶ ଅସ୍ତ୍ରୋପଚାର କରାଯାଇଛି । ଅସ୍ତ୍ରୋପଚାର ପରେ ରାଜଭବନ ଫେରି ଯାଇଛନ୍ତି ଶ୍ରୀ  ଦାସ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି  ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି। ଶ୍ରୀ ଦାସ ରବିବାର  ସକାଳ ୯.୪୦ରେ କ୍ୟାପିଟାଲ ହସ୍ପିଟାଲ୍‌ରେ  ପହଞ୍ଚିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅତ୍ୟାଧୁନିକ  ମଡ୍ୟୁଲାର ଓଟିରେ ୧୧.୪୦ ବେଳେ ଅସ୍ତ୍ରୋପଚାର  ଶେଷ ହୋଇଥିଲା । ସନ୍ଧ୍ୟା ୫ଟା ବେଳେ ସେ  ରାଜଭବନ ଫେରିଥିଲେ । ପିଜିଆଇଏମ୍‌ଇଆର ପ୍ରଫେସର ଶ୍ରୀକାନ୍ତ ପାତ୍ର ରାଜ୍ୟପାଳ ଶ୍ରୀ ଦାସଙ୍କ  ଅସ୍ତ୍ରୋପଚାର କରିଛନ୍ତି । ହସ୍ପିଟାଲ୍‌ରେ ତାଙ୍କର  ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ  ହୋଇଥିଲେ । ସେଥିରେ ନିଶ୍ଚେତକ ଡାକ୍ତର ଓ  ଭେଷଜ ବିଶେଷଜ୍ଞ ଅଛନ୍ତି । କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ  ରାଜ୍ୟପାଳଙ୍କ ଅସ୍ତ୍ରୋପଚାର ହେବା ପ୍ରଥମ ଘଟଣା ।  ସରକାରୀ ଡାକ୍ତରଖାନାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଓ  ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତି ରହିଥିବା ଏହା ସୂଚାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.